ଖଇରାରେ ମହିଳା ସୁରକ୍ଷାଯାତ୍ରାକୁ ଭାଜପାର ସ୍ୱାଗତ

ଖଇରା, ୨୨/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ମହିଳା ସୁରକ୍ଷା ଯାତ୍ରା ତରଫରୁ ବାଲେଶ୍ୱର ଜିଲ୍ଲା ଖଇରା ଠାରେ ଏକ ସଭା ଜ୍ୟୋତ୍ସାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଛି। ମହିଳା ସୁରକ୍ଷା ଯାତ୍ରାର ମୁଖ୍ୟ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ଶୋଭନା ମହାନ୍ତି, ମହିଳା ସୁରକ୍ଷା ଯାତ୍ରା ସଂଯୋଜିକା ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମାରାଣୀ ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ସିପ୍ରା ବାଜପେୟୀ, ନିଳୀମା ପାଢୀ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ କମଳା ବିନ୍ଧାଣୀ, ଭଦ୍ରକ ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଜିଲ୍ଲାପରିଷଦ ପାଇଁ ଲଢିଥିବା ପ୍ରର୍ଥିନୀ ସରସ୍ୱତୀ ହୋ, ତିଲୋତ୍ତମା ତ୍ରିପାଠୀ, ସୁଶ୍ରୀ ସବିତା ସାହୁ, ଜାମୁଝାଡିର ନିର୍ବାଚିତ…

"ଖଇରାରେ ମହିଳା ସୁରକ୍ଷାଯାତ୍ରାକୁ ଭାଜପାର ସ୍ୱାଗତ"

ଖଇରା ବ୍ଲକର ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲା ଭାଜପା

ଖଇରା, ୨୦/୫/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ୯୦ ପ୍ରତିଶତ ଓ ତଦୁର୍ଦ୍ଧ ମାର୍କ ରଖିଥିବା ୩୧ଜଣ ଛାତ୍ରୀଛାତ୍ରଙ୍କୁ ଖଇରା ବ୍ଲକ ଭାଜପା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଖଇରା ବ୍ଲକର କୁପାରୀ ସ୍ଥିତ ଅମ୍ବିକା ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମନ୍ଦିରର ମହନ୍ତ ଶୁଭେନ୍ଦ୍ର ମୁନୀ ଅଧ୍ୟକ୍ଷତା କରିଥିଲେ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶୀ କୁମାର ସାହୁ, କୁପାରୀ ଜୋନ ସଭାପତି ଗଜେନ୍ଦ୍ର ପ୍ରସାଦ ଦାସ, ଓଷ୍ଟା ଖଇରା ଶାଖା ସଭାପତି ମହେନ୍ଦ୍ର ପ୍ରସାଦ କବି, ସଂପାଦକ ଷଡାନନ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ରଘୁନାଥ ନାୟକ, ଡୁଙ୍ଗୁରା ହାଇସ୍କୁଲ ପ୍ରଧାନ…

"ଖଇରା ବ୍ଲକର ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲା ଭାଜପା"

ରାଜସ୍ଥାନ ଉଦୟପୁରରେ ଆର୍କିଟେକଚର ଭାବେ କାର୍ଯ୍ୟରତ ଯୁବତୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ

ରେମୁଣା/ ବାଲେଶ୍ୱର, ୨୦/୦୫(ଓଡ଼ିଆ ପୁଅ/ଭଗବାନ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବରୁଣସିଂ ଗ୍ରାମର ଯୁବତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ମୃତକ ଜଣକ ହେଲେ ସ୍ୱର୍ଗତ ନୀଳମାଧବ ଦାସ ପଟ୍ଟନାୟକଙ୍କ ସାନ ଝିଅ ବିଶ୍ୱଭାରତୀ(୨୮)। ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱଭାରତୀ ରାଜସ୍ଥାନର ଉଦୟପୁର ସହରରେ ଆର୍କିଟେକଚର ଭାବେ କାର୍ଯ୍ୟ କରୁଥିଲେ। ଗତ କାଲି ମଧ୍ୟାନ୍ନ ସମୟରେ ବିଶ୍ୱଭାରତୀ ନିଜ ଡିଜାଇନିଂ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ ବିଦ୍ୟୁତ ଆଘାତର ଶିକାର ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କ ସହକର୍ମୀ ମାନେ ତାଙ୍କୁ ତୁରନ୍ତ ଉଦୟପୁର ସିଟି ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ…

"ରାଜସ୍ଥାନ ଉଦୟପୁରରେ ଆର୍କିଟେକଚର ଭାବେ କାର୍ଯ୍ୟରତ ଯୁବତୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ"

ବରୁଣସିଂ ପଂଚାୟତର ମାଳ ଗାଁରେ ଯୁବକକୁ କୁରାଢ଼ିରେ ହାଣି ହତ୍ୟା

ରେମୁଣା/ ବାଲେଶ୍ୱର, ୨୦/୦୫ (ଓଡ଼ିଆ ପୁଅ/ଭଗବାନ ଦାସ) – ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ବରୁଣସିଂ ପଂଚାୟତର ମାଳ ଗାଁରେ ଗତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ସମ୍ପୃକ୍ତ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ୪ନଂ ୱାର୍ଡ଼ ନିବାସୀ ପୂର୍ବତନ ସରପଞ୍ଚ ଅନନ୍ତ ଦାସ ପ୍ରଧାନଙ୍କ ସାନ ପୁଅ ଜୟଦେବ। ଉଭୟ ପୋଲିସ ଓ ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ ଶନିବାର ରାତିରେ ଅନନ୍ତ ଦାସ ପ୍ରଧାନଙ୍କ ପୁଅ ଜୟଦେବ (୪୨)ଙ୍କ ପରିବାର ଘରେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଜୟଦେବଙ୍କ ୧୨ ବର୍ଷର ପୁଅ କ୍ରୀଷ୍ଣା ଚିତ୍କାର କରିବାରୁ ଅନ୍ୟ…

"ବରୁଣସିଂ ପଂଚାୟତର ମାଳ ଗାଁରେ ଯୁବକକୁ କୁରାଢ଼ିରେ ହାଣି ହତ୍ୟା"

ଖଇରା ବ୍ଲକରେ ଛତୁ ଫୁଟିଲା ପରି ଖୋଲୁଛି ବେସରକାରୀ ବିଦ୍ୟାଳୟ

(ଅଣ୍ଡା ଓ ପୋଷାକ ଅଟକାଇ ପାରୁନାହିଁ ପିଲାଙ୍କ ଉପସ୍ଥାନ) ଖଇରା, ୧୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରାଶ)- ଖଇରା ବ୍ଲକ ଅଂଚଳରେ ଛତୁଫୁଟିଲାପରି ଖୋଲୁଛି ବେସରକାରୀ ବିଦ୍ୟାଳୟ। ସରକାରୀ ଅଣ୍ଡା ଓ ପୋଷାକ ଅଟକାଇ ପାରୁନାହିଁ ପିଲାଙ୍କ ଉପସ୍ଥାନ। ବିଦ୍ୟାଳୟରେ ଅଣ୍ଡା, ମଧ୍ୟାନ୍ନ ଭୋଜନ ଚାଉଳ, ଖେଳପଡିଆ, ପୋଷାକ, ମାଗଣା ବହି, ସାଇକେଲ, ଦରମା ଛାଡ ଆଦି ଦିଆଯାଉଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାରେ ଲାଗିଛି। ଏହି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକର ୩୭ଗୋଟି ପଞ୍ଚାୟତର ବିଭିନ୍ନ ଗାଁରେ ବେସରକାରୀ ବିଦ୍ୟାଳୟ ଦିନକୁଦିନ ଛତୁଫୁଟିଲାପରି ଗଢିଉଠିଲାଣି। ପୂର୍ବ ବର୍ଷ ଅପେକ୍ଷା ଚଳିତ ୨୦୧୮-୧୯ ବେଳକୁ ପା୍ରଥମିକ ଶିକ୍ଷା ବିଭାଗର ଏହି ପିଲା ସଂଖ୍ୟା କମିବାରେ…

"ଖଇରା ବ୍ଲକରେ ଛତୁ ଫୁଟିଲା ପରି ଖୋଲୁଛି ବେସରକାରୀ ବିଦ୍ୟାଳୟ"

ସରପଞ୍ଚଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଡିଓଙ୍କ ଠାରେ ଅଭିଯୋଗ

ଖଇରା, ୧୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ଖଇରା ବ୍ଲକ ନନ୍ଦୁର ପଞ୍ଚାୟତର ମାସିକିଆ ବୈଠକରେ ଜଣେ ୱାର୍ଡ ସଭ୍ୟଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗରେ ୧୦ଜଣ ୱାର୍ଡ ସଭ୍ୟ ଶୁକ୍ରବାର ଖଇରା ବିଡିଓ ରମେଶ ଚନ୍ଦ୍ର ଯେନାଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ ଆସିଥିଲେ। କିନ୍ତୁ ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ ସହକାରୀ ନିର୍ବାହିଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ ଏହି ଅଭିଯୋଗକୁ ଗ୍ରହଣ କରିଥିଲେ।। ଅଭିଯୋଗ ଅନୁଯାଇ ୧୬ ତାରିଖରେ ପଞ୍ଚାୟତ ସଭା ଗୃହରେ ବୈଠକ ଚାଲିଥିଲା। ନଳ କୂପ ନିକଟରେ ପ୍ଲାଟଫର୍ମ ନିର୍ମାଣକୁ ନେଇ ୱାର୍ଡ ସଭ୍ୟ ଗୌତମ ନାୟକ ସରପଞ୍ଚକୁ ପ୍ରଶ୍ନ କରିଥିଲେ। ସରପଞ୍ଚ ଏଥିରେ ଉତ୍ୟକ୍ତ ହୋଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗରେ…

"ସରପଞ୍ଚଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଡିଓଙ୍କ ଠାରେ ଅଭିଯୋଗ"

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱତନ୍ତ୍ର ବୈଠକ

ଔପଦା, ୧୪୯/୫/୨୦୧୮(ଓଡିଆ ପୁଅ/ନିରଂଜନ ପ୍ରସାଦ ବାରିକ)-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ତରଫରୁ ଏକ ସ୍ୱତନ୍ତ୍ର ଅଧିବେଶନ ଔପଦା ଶିଶୁ ମନ୍ଦିର ପରିସରରେ ଅବସରପ୍ରାପ୍ତ ବୟୋଜ୍ୟଷ୍ଠ ଶିକ୍ଷକ ରାମ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସରକାରୀ ଦପ୍ତରରୁ ଅବସରନେଇଥିବା କର୍ମଚାରୀମାନେ ସପ୍ତମ ବେତନ କମିଶନର ସୁପାରିସକ୍ରମେ ୨୦୦୬ ଜାନୁୟାରୀ ୧ରୁ ସଂଶୋଧିତ ବେତନ ପାଉଥିବାବେଳେ ଶିକ୍ଷାଅନୁଷ୍ଠାନରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ କ୍ଷେତ୍ରରେ ୨୦୧୭ଅକ୍ଟୋବର ୧ରୁ ଲାଗୁକରାଯାଇ ଥିବା ସରକାରୀ ନିର୍ଦ୍ଦେଶନାମାକୁ ବାତିଲ କରାଯାଇ ଅନ୍ୟ ସରକାର କର୍ମଚାରୀଙ୍କ ପରି ୨୦୧୬ରୁ ଲାଗୁ କରିବା ପାଇଁ ଦାବି ଜଣାଇ ମୁଖ୍ୟମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କ ମାଧ୍ୟମରେ…

"ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱତନ୍ତ୍ର ବୈଠକ"

ପଲ୍ଲିସଭାରେ ଅନିୟମିତତା

ଖଇରା, ୧୯/୫(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତର ସାଲୋ ଗ୍ରାମର ପଲ୍ଲି ସଭାର ଅନିୟମିତତା ହୋଇଥିବା ନେଇ ସାଲୋ ୱାର୍ଡ ସଭ୍ୟା ବିଣପାଣୀ ଦାସଙ୍କ ସହିତ ଗ୍ରାମବାସୀ ମାନେ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ନୋଟିସ ଖାତାରେ ପଲ୍ଲିସଭାର ତାରିଖ ନପକାଇ ମନମୁଖି କିଛି ଲୋକଙ୍କ ପାଖରୁ ପୂର୍ବରୁ ଦସ୍ତଖସ୍ତ କରି ନିଆଯାଇଥିଲା। ସେଦିନ ମଧ୍ୟ ସରପଞ୍ଚ ସସ୍ମିତା ତିଆଡିଙ୍କ ସ୍ୱାମୀ ପ୍ରାୟ ୭/୮ଲୋକଙ୍କୁ ନେଇ ପଲ୍ଲିସଭା କରାଇ ପାସ କରିନେଇଛନ୍ତି। ନିୟମ ଅନୁସାରେ ଧାର୍ଯ୍ୟ ତାରିଖ କରାଯାଇ ଡେଙ୍ଗୁରା ବଜାଇ ଓ ଡାକବାଜି ଯନ୍ତ୍ର ଦ୍ୱାର ଲୋକମାନଙ୍କୁ ଅବଗତ କରାଯିବା କଥା। ତାହା ନ କରି ବୈଠକକୁ ସରପଞ୍ଚ…

"ପଲ୍ଲିସଭାରେ ଅନିୟମିତତା"

ଦୁର୍ଘଟଣାରେ ୩ ଗୁରୁତର

ଖଇରା, ୧୮/୫/୨୦୧୫(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ମିରିପୁରଖଇରା କୁରୁଣ୍ଟା ରାସ୍ତାରେ ୨ ବାଇକ୍ ଧକ୍କାରେ ମୁହାଁମୁହିଁ ହୋଇଛି। ଏହି ଧକ୍କାରେ ୩ ଜଣ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଅଂଚଳବାସୀ ଗୁରୁତରମାନଙ୍କୁ ସିମୁଳିଆ ମେଡିକାଲକୁ ନେଇଯାଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଅଧିକ ଚିକିତ୍ସା ନିମନ୍ତେ ନିମପଲ୍ଲିର ମାନସ ପରମାଣିକ, ଗଜେନ୍ଦ୍ର ପରମାଣିକ (୨୧), ପଦ୍ମାବତୀ ଧଡା (୫୫)ଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ପଠାଇଦିଆଯାଇଛି। ଦୁର୍ଘଟଣା ପରେ ଗୁରୁତର ଓ ଆହତମାନେ ଦୀର୍ଘ ସମୟଧରି ଖରାରେ ପଡି ଛଟପଟ ହେଉଥିଲେ ମଧ୍ୟ ଆମ୍ବୁଲାନସ ସେବା ମିଳିପାରି ନ ଥିଲା। ଏଥିନେଇ ସ୍ଥାନିୟ ଅଂଚଳରେ ଏତ୍ତେଜନା ପ୍ରକାଶ ପାଇଛି।

"ଦୁର୍ଘଟଣାରେ ୩ ଗୁରୁତର"

ଅଂଶୁଘାତରେ କୃଷକଙ୍କ ମୃତ୍ୟୁ ଅଭିଯୋଗ

ଖଇରା, ୧୮/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଗଣ୍ଡିବେଡ ଆରଆଇ ଅଧିନ ଶ୍ରୀରାମପୁର ଗ୍ରାମର ପ୍ରାଣବନ୍ଧୁ ଦତ୍ତଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ଶ୍ରୀ ଦତ୍ତ ନିଜର ଚାଷ ଜମିକୁ ଖତ ନେଇ ଯାଇଥିଲେ। ବିଲରେ ଖତ ପକାଇ ଘରକୁ ଫେରୁଥିଲା ବେଳେ ହଠାତ୍ ତଳେ ପଡିଯାଇଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ବିଲରୁ ଉଦ୍ଧାର କରିଘରକୁ ଆଣିଥିଲେ ମଧ୍ୟ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ଅତିରିକ୍ତ ତହସିଲଦାର ବିଭାଷ ରଂଜନ ପାଣିଗ୍ରାହୀ, ଗଣ୍ଡିବେଡଆରଆଇ ମିନାରାଣୀ ଶିଅଳ, ମେଡିକାଲ ଅଫିସର ଡ.ଦେବାଶିଷ ପଟ୍ଟନାୟକ, ଏଏସଆଇ ବସନ୍ତ କୁମାର ଜେନା ଓ ସୁଶାନ୍ତ କୁମାର…

"ଅଂଶୁଘାତରେ କୃଷକଙ୍କ ମୃତ୍ୟୁ ଅଭିଯୋଗ"