Home ଜିଲ୍ଲା ପରିକ୍ରମା ବାଳିଆପାଳ ବ୍ଲକରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଳିଆପାଳ ବ୍ଲକରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

55

ବାଲିଆପାଳ ୧୮/୬ (ଓଡ଼ିଆ ପୁଅ/ଗୋପାଳ ଚନ୍ଦ୍ର ସାହୁ) ଶନିବାର ଅପରାହ୍ନରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହ ପରିସରରେ ସମ୍ଭାବ୍ୟ ବତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାତ୍ୟାର ମୁକାବିଲା ପାଇଁ ରବିବାର ବାଲିଆପାଳ ବ୍ଲକର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ ଅନୁଷ୍ଠିତ ହେବ। ସେଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଓଏସଡିଏମର ସିଷ୍ଟମ ଏକ୍ସପୋର୍ଟ ଅରବିନ୍ଦ ରାୟ, ଡିପିଓ ନିମାଇଁ ଚରଣ ଦାସଙ୍କ ସହିତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକର ବାତ୍ୟା ଆଶ୍ରୟ ସ୍ଥଳୀର ସଂପାଦକ ଓ ସଭାପତି, ଶିକ୍ଷା ବିଭାଗ, ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହିତ ବ୍ଲକର ସମସ୍ତ ଜେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇ ଥିଲେ। ବାତ୍ୟା ଆସିଲେ କିପରି ମୁକାବିଲା କରାଯାଇ ପାରିବ, ଲୋକଙ୍କ ଧନଜୀବନ ରକ୍ଷା କରାଯାଇ ପାରିବ, ଯେପରି କାହାରବି ଜୀବନ ହାନୀ ନ ହେବ ସେଦିଗରେ ବାଲିଆପାଳ ବ୍ଲକର ୩୦ ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ରବିବାର ସକାଳ ୭ ଟା ଠାରୁ ୧୨ ମଧ୍ୟରେ ମକଡ୍ରିଲ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ବ୍ଲକର ଏମରଜେନ୍ସି ବିଭାଗ ଡାଇତ୍ୱରେ ଥିବା ଜିପିଇଓ ରାମଚନ୍ଦ୍ର ମାରାଣ୍ଡି ପ୍ରକାଶ କରିଛନ୍ତି।ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ଓ ସ୍ଥାନୀୟ ଯୁବକ ମାନଙ୍କୁ ଏ ଦିଗରେ ତାଲିମ ଦିଆଯିବ।ତାଲିମ କାର୍ଯ୍ୟକ୍ରମ ରେ ଅଗ୍ନିଶମ ବିଭାଗ, ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ବିଭାଗର କର୍ମଚାରୀ ମାନେ ତାଲିମ ପ୍ରଦାନ କରିବେ ବୋଲି ବିଡ଼ିଓ ଦୀପକ କୁମାର ଦାଶ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.