୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ବୈଠକ

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ନୀଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ପୁରୀ ଜିଲ୍ଲା ଶାଖାର ନବ ନିର୍ବାଚିତ କର୍ମକର୍ତା ବୃନ୍ଦକୁ ନେଇ ଜିଲ୍ଲାର ପ୍ରଥମ ବୈଠକ ସଂଘ କାର୍ଯ୍ୟାଳୟ ଦତୋତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁବାଷ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାରମ୍ଭରେ ସଂଘର ପୂର୍ବତନ କର୍ମକର୍ତା ବୈକୁଣ୍ଠ ଚନ୍ଦ୍ର ମହାପାତ୍ର, ଉମାର ଚନ୍ଦ୍ର ନାୟକ, ନିରଜଂନ ନନ୍ଦ, ସରକାରୀ କାର୍ଯ୍ୟରୁ ଗତମାସ ୩୧ ତାରିଖରୁ ଅବସର ଗ୍ରହଣ କରିଥିବାରୁ ଗିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ସଂଘର ମୁଖ୍ୟ କର୍ମକର୍ତା ଶଙ୍କର ଚରଣ ଦାସ, ପରାମର୍ଶ ଦାତା ରାଧାଗୋବିନ୍ଦ ପଣ୍ଡା, ଉପସଭାପତି ସୁବ୍ରତ…

"୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ବୈଠକ"

ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୨ ଦିନିଆ ବାର୍ଷିକ ଉତ୍ସବ ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦଘାଟନ କରି କହିଲେ ଯେ ଏହା ଓଡିଶାର ଏକ ଅନନ୍ୟ ମହାବିଦ୍ୟାଳୟ। ଏହାର ଛାତ୍ରଛାତୀ୍ର ମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ଛାତ୍ରଛାତ୍ରୀ ମାନେ ପରିଶ୍ରମ ଓ ନିଷ୍ଠାର ସହ ଅଧ୍ୟୟନ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ମତ ବ୍ୟକ୍ତ କରିଥିଲେ। ଛାତ୍ର ସଂସଦର ସଭାପତି ରବିନାରାୟଣ ଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ସଂପାଦକ ରୋସନ ମହାନ୍ତି ବିବରଣୀ ପାଠ କରି କଲେଜକୁ କ୍ଲଷ୍ଟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ଖାଲି ପଡିଥିବା ପଦବୀ ପୂରଣ ପାଇଁ ମନପ୍ତ୍ୀଙ୍କ…

"ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ"

ରଙ୍ଗର ପର୍ବ ହୋଲି ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଉ ମାତ୍ର ୪୮ଘଟାଂ ପରେ ଆସିଯିବ ରଙ୍ଗର ପର୍ବ ହୋଲି। ଆଲୁଅରେ ଚିକମିକ କରୁଛି ପିଚକାଳି ଆଉ ଉଦଭାଷିତ ହେଉଛି ରଙ୍ଗ ବେରବେରଙ୍ଗର ଅବୀର। ଭିଡ ବି ଆରମ୍ଭ ହୋଇ ଗଲାଣି, ରଙ୍ଗିନ୍ ହୋଇ ଉଠିବ ଶ୍ରୀ କ୍ଷେତ୍ର ପରିବେଶ। ସମସ୍ତ ଭେଦଭାବ ଓ ବୟସ ବର୍ଗକୁ ଭୁଲି ପ୍ରତ୍ୟେକ ଏହି ପର୍ବରେ ନିଜକୁ ହଜାଇ ଦେବେ। ପରସ୍ପରକୁ ରଙ୍ଗ ବୋଳି ହୋଲିର ମଜା ଉଠାଇବା ସହ ରଙ୍ଗ ପର୍ବର ଅଭିନନ୍ଦନ ଜ୍ଞାପନ କରିବେ। ହୋଲି ପାଇଁ ବଡଦାଣ୍ଡ ସମେତ ଅନ୍ୟାନ୍ୟ ସାହି ବସ୍ତିରେ ଖୋଲି ଗଲାଣି ଏବେ ରଙ୍ଗ ପସରା। ରଙ୍ଗ କିଣିବା ପାଇଁ ମଧ୍ୟ ଗ୍ରାହକ…

"ରଙ୍ଗର ପର୍ବ ହୋଲି ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର"

ଜି.ଏମ୍ . ଲ କଲେଜର ଜାତୀୟ ଆଲୋଚନା ଚକ୍ର: ମହେଶ୍ୱର ମହାନ୍ତିଙ୍କ ବିବାଦୀୟ ମନ୍ତବ୍ୟ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ନିର୍ବାଚନ ଜିତିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ମହାତ୍ମାଗାନ୍ଧୀ ଯଦି ବଂଚି ଥନ୍ତେ ଟଙ୍କା ବାଂଟି ନପାରି ନିର୍ବାଚନ ହାରି ନଥାନ୍ତେ। ରବିବାର ଅନୁଷ୍ଠିତ ଜାତୀୟ ଆଲୋଚନା ଚକ୍ରରେ ଏପରି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ସେ କହିଲେ ନିର୍ବାଚନରେ ଏବେ ଯେତିକି ପୋଷ୍ଟର ବ୍ୟାନର ଏବଂ ଟଙ୍କା ଖର୍ଚ୍ଚ ହେଉଛି ଗାନ୍ଧିୀଜୀ ବଂଚିଥିଲେ ସେ ସବୁ କରି ନଥାନ୍ତେ। ତାଙ୍କୁ ହାରିବାକୁ ପଡିଥାନ୍ତା। ନିର୍ବାଚନ ଦୁର୍ନିତୀ ରୋକିବାକୁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର କରାଗଲେ ଟଙ୍କା ନେଇ ଭୋଟ କିଣିବା ରୋକାଯାଇପାରିବ। ଦୁର୍ନିତି ବନ୍ଦ ପାଇଁ…

"ଜି.ଏମ୍ . ଲ କଲେଜର ଜାତୀୟ ଆଲୋଚନା ଚକ୍ର: ମହେଶ୍ୱର ମହାନ୍ତିଙ୍କ ବିବାଦୀୟ ମନ୍ତବ୍ୟ"

ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସମ୍ମଳନୀକୁ ଚଳଚିତ୍ର ଅଭିନେତା ବିହୀର ଦାସ ଉଦଘାଟନ କରି ଯାଦବଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସରକାର ଅବହେଳା କରୁଥିବା ଅଭିଯୋଗ କରିଥିଲେ। ଯାଦବ ମହାସଭାର ଜିଲ୍ଲା ସଭାପତି ଗୋପାଳ ବେହରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସମ୍ମିଳନୀରେ ସମାଜ ବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ଦୁଗ୍ଧର ସର୍ବନିନ୍ମ ସହାୟକ ମୁଲ୍ୟ ବୃଦ୍ଧି ପାଇଁ ଦାବି କରିଥିଲେ। ଯାଦବ ଙ୍କ ନ୍ୟାର୍ଯ୍ୟ ଓ ସାମ୍ବିଧାନିକ ଅଧିକାର ପାଇଁ ମିଳିତ ଭାବେ ଲଢେଇ କରିବାକୁ ସେ…

"ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ"

ବିଦ୍ୟୁତ ଠିକା କର୍ମଚାରୀ ସଂଘ କନଭେନସନ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ସ୍ୱାସ୍ଥ୍ୟ ପରିବର୍ତେ ପୁଜିଂ ପତିଙ୍କ ସ୍ୱାସ୍ଥକୁ ଗୁରୁତ୍ୱ ଦେଉଛନ୍ତି। ଆର୍ଥୀକ ବିକାଶ ନାମରେ ସରକାରୀ ସଂସ୍ଥାର ଘରୋଇ କରୋଣ କରାଯାଉଛି। ଏଥିଯୋଗୁଁ ଶ୍ରମିକ ଶୋଷଣ ବୃଦ୍ଧି ପାଉଛି। ବିଦ୍ୟୁତ ଠିକା କର୍ମଚାରୀ ସଂଘ ପକ୍ଷରୁ ଶରଧା ମଣ୍ଡପ ଠାରେ ଆୟୋଜିତ କର୍ମଶାଳାରେ ଶ୍ରମିକ ନେତା ମାନେ ଏହି ଅଭିଯୋଗ ଆଣିଛନ୍ତି। କର୍ମଶାଳାରେ ଶ୍ରମିକ ନେତା ନବ କିଶୋର ମହାନ୍ତି କହିଲେ ଯେ ବିଦ୍ୟୁତ ବିତରଣ କଂପାନୀ ଗୁଡିକ ଉପରେ ୫୦୦ କୋଟିରୁ ଉର୍ଦ୍ଧ୍ୱ ବାକି ପଡିଛି। ସରକାର ସେମାନଙ୍କ ପ୍ରତି ଅହେତୁକ ଅନୁକଂପା ଦେଖାଉଥିବା ବେଳେ ଏହାର ପ୍ରଭାପ ସାଧାରଣ…

"ବିଦ୍ୟୁତ ଠିକା କର୍ମଚାରୀ ସଂଘ କନଭେନସନ"

ସାଂସ୍କୃତିକ ସମ୍ବଳ କେନ୍ଦ୍ର ମ୍ୟୁଜିକାଲ ନାଇଟ୍ ..ପ୍ରଣବଙ୍କ ଗୀତରେ ମତୁଆଲା ହେଲେ ଶ୍ରୋତାଗଣ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୂରୀ ସାଂସ୍କୃତିକ ସମ୍ବଳ କେନ୍ଦ୍ର ପକ୍ଷରୁ ୩ୟ ବାର୍ଷିକ ମ୍ୟୁଜିକାଲ ନାଇଟ ରବିବାର ମୁକ୍ତା ଆକାଶ ରଂଗମଂଚ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳଚିତ୍ର ଜଗତର ସୂନାମଧନ୍ୟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଓ ହିନ୍ଦୀ ଚଳଚିତ୍ର ଜଗତର ସୁପରଷ୍ଟାର ଶଶୀ କାପୁରଙ୍କୁ ଏହା ସମର୍ପିତ ହୋଇଥିଲା। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦଘାଟନ କରିଥିବା ବେଳେ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକ, ତୃପ୍ତି ଦାସ, ଗୀତା ପଟ୍ଟନାୟକ, ଆଦ୍ୟାଶା ଦାସ, ରାଧାକାନ୍ତନନ୍ଦ ଙ୍କ ସମେତ ଯୁବଉଦ୍ୟୋଗୀ ଶ୍ରୀ ସାମଲ…

"ସାଂସ୍କୃତିକ ସମ୍ବଳ କେନ୍ଦ୍ର ମ୍ୟୁଜିକାଲ ନାଇଟ୍ ..ପ୍ରଣବଙ୍କ ଗୀତରେ ମତୁଆଲା ହେଲେ ଶ୍ରୋତାଗଣ"

ଅଗ୍ନିକାଣ୍ଠରେ ଲକ୍ଷାଧିକ ସଂପତି ଭସ୍ମୀଭୂତ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୁଣା ସଦରଥାନା ଅଂଚଳରେ ଥିବା ଏକ କଟ୍ରୋଂଲ ସାମଗ୍ରୀ ଦୋକମାନରେ ହଠାତ ନିଆଁ ଲାଗିଯିବା ଦ୍ୱାରା ଦୋକାନରେ ଥିବା ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଥିବା ଖବର ମିଳିଛି। ଚନ୍ଦ୍ରଶେକର ତ୍ରୀପାଠୀ ଓ କଟ୍ରୋଂଲ ଦୋକାନରେ ଆଜି ପୂର୍ବାହ୍ନରେ ହଠାତ ନିଆଁ ଲାଗିଯାଇଥିଲା। ଦୋକାନ ମଧ୍ୟରେ ମଧ୍ୟ କିରୋସିନୀ ତେଲ ମହଜୁଦ ଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ସମସ୍ତ ଜିନିଷ ପତ୍ର ପୋଡି ଭସ୍ମିଭୂତ ହୋଇଯାଇଛି। ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଳୀଙ୍କର ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ। ୪ ଟି ଦମକଳ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ…

"ଅଗ୍ନିକାଣ୍ଠରେ ଲକ୍ଷାଧିକ ସଂପତି ଭସ୍ମୀଭୂତ"

ରାଜସ୍ୱ ମନ୍ତ୍ରୀଙ୍କ ଘର ପାଖରେ କଣ୍ଟ୍ରୋଲ ଦୋକାନରେ ନିଆଁ! ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ପୁରୀ ୨୬-୨ (ଓଡ଼ିଆ ପୁଅ) ପୁରୀ ପୁରୁଣା ସଦରଥାନା ଲେନ୍ ନିକଟରେ ଏକ କଣ୍ଟ୍ରୋଲ ଦୋକାନରେ ନିଆଁ ଲାଗିଯାଇଥିବାରୁ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏହି କଣ୍ଟ୍ରୋଲ ଦୋକାନର ମାଲିକ ହେଉଛନ୍ତି ଚନ୍ଦ୍ରଶେଖର ତ୍ରିପାଠୀ। ଏହି ଦୋକାନଟି ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ମହୋଶ୍ୱର ମହାନ୍ତିଙ୍କ ପୁରୀ ସ୍ଥିତ ବାସଗୃହ ଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୪ଟି ଦମକଳ ଆସି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ। ପ୍ରାଥମିକ ସୂଚନାରୁ ଜଣାପଡ଼ିଛିଯେ, ସର୍ଟସର୍କିଟ ଲାଗି ଏହି ଅଗ୍ନିକାଣ୍ଡ ଘଟିଛି।

"ରାଜସ୍ୱ ମନ୍ତ୍ରୀଙ୍କ ଘର ପାଖରେ କଣ୍ଟ୍ରୋଲ ଦୋକାନରେ ନିଆଁ! ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ"

ଅପରାଧ ରୋକିବାରେ ଜନତାଙ୍କ ସହଯୋଗ ଆବଶ୍ୟକ

ପୁରୀ ୨୫-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୋଲିସ୍ ଜନତାଙ୍କ ବନ୍ଧୁ। ଲୋକଙ୍କ ଧନଜୀବନ ସୁରକ୍ଷା ତଥା ଅପରାଧ ରୋକିବା ପାଇଁ ପୁରୀ ପୋଲିସ୍ ବଦ୍ଧପରିକର। ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଦରକାର ବୋଲି ଆରକ୍ଷୀ ଅଧ୍ୟକ୍ଷକ ଡଃ ସାର୍ଥକ ଷଡଙ୍ଗୀ ପ୍ରକାଶ କରିଛନ୍ତି। ଆବଶ୍ୟକ କର୍ମଚାରୀ ଅଭାବରୁ ସେବା ଯୋଗାଇବାରେ ସମସ୍ୟା ଦେଖାଦଉଥିବା ସେ କହିଛନ୍ତି। ସହରାଚଂଳ ଉପଖଣ୍ଡ ପୋଲିସ୍ ପକ୍ଷରୁ ପୌରସଦନରେ ଶନିବାର ଅନୁଷ୍ଠିତ ଜନତା ପୋଲିସ୍ ସମନ୍ନୟ ବୈଠକରେ ଶ୍ରୀ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ସେ କହିଲେ ୨୦୦ ଏପିଆର କନେଷ୍ଟବଳଙ୍କ ମଧ୍ୟରୁ ଦୈନିକ ୫୦ ଜଣଙ୍କୁ ବିଭିନ୍ନ ବ୍ୟାଙ୍କ ଏବଂ ଆଉ ୫୦ ଜଣଙ୍କୁ ଭିଆପି ଡ୍ୟୁଟି ରେ ନିୟୋଜିତ କରାାଯାଇଛି। ସ୍ୱଳ୍ପ…

"ଅପରାଧ ରୋକିବାରେ ଜନତାଙ୍କ ସହଯୋଗ ଆବଶ୍ୟକ"