Home Top News ବାଇ- ଲ ପ୍ରସଙ୍ଗରେ ଅପରାଜିତାଙ୍କୁ ମାନସଙ୍କ ଜବାବ: ମିଥ୍ୟା ତଥ୍ୟ ଦ୍ୱାରା ଓଡ଼ିଶା ଲୋକଙ୍କୁ ବୋକା...

ବାଇ- ଲ ପ୍ରସଙ୍ଗରେ ଅପରାଜିତାଙ୍କୁ ମାନସଙ୍କ ଜବାବ: ମିଥ୍ୟା ତଥ୍ୟ ଦ୍ୱାରା ଓଡ଼ିଶା ଲୋକଙ୍କୁ ବୋକା ବନାନ୍ତୁ ନାହିଁ ..

79

ଭୁବନେଶ୍ୱର: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି। ଆରୋପ ପ୍ରତ୍ୟାରୋପ ଭିତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜବାବ୍ ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ। ଅପରାଜିତା ଷଡ଼ଙ୍ଗୀଙ୍କୁ ଜବାବ ଦେଇ ମାନସ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରି ନାହାଁନ୍ତି। କିନ୍ତୁ, ସେ ଜାଣିଛନ୍ତି ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ- ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ।ଅପରାଜିତାଙ୍କ ଉଦ୍ଦେଶ୍ୟରେ ମାନସ କହିଛନ୍ତି, “ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍‍ ଅଫିସର ନୁହେଁ। ମୁଁ ଆପଣଙ୍କ ଭଳି କୌଣସି ଗବେଷଣା କରି ନାହିଁ। କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ ମିନିଟରେ ଏହା ପଢ଼ି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି, Ancient Monuments and Archaeological Sites and Remains Act, 1958 (AMSAR Act)e Section-20 E ଅନୁଯାୟୀ କୋଲକାତା ଠାରେ ଥିବା ଏଏସ୍‍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ- ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ। ତାଙ୍କ ବକ୍ତବ୍ୟକୁ ଯେଭଳି ଭୁଲ୍‍ ଭାବେ ଦର୍ଶାଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ବୋଲି କହିବା ସହ ମୁଁ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲି ଯେ କୋଲକାତା ଠାରେ ଥିବା ଏଏସ୍‍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ- ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ। ଯାହାକି ବର୍ତ୍ତମାନର ପ୍ରଶ୍ନବାଚୀ ବୋଲି ମାନସ ମଙ୍ଗରାଜ କହିଛନ୍ତି। ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ- ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି। କୋଲକାତା ଠାରେ ଥିବା ଏଏସ୍‍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ମନ୍ଦିରଗୁଡିକ ଲାଗି ଐତିହ୍ୟ ବାଇ- ଲ ପ୍ରସ୍ତାବ ପଠାଇଛନ୍ତି। ଯେହେତୁ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହିତ ଜଡ଼ିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର। ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି ବୋଲି ମାନସ କହିଛନ୍ତି।

ଅପରାଜିତା ଷଡ଼ଙ୍ଗୀ ଆପଣ ଦୀର୍ଘଦିନ ଧରି ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଯାହା ଜଣାପଡୁଛି ଆପଣ ଆମସର ଆଇନ୍‍କୁ ଠିକଣା ଭାବେ ପଢ଼ି ନାହାନ୍ତି, କିମ୍ବା ଜାଣିଶୁଣି ମନଗଢ଼ା କଥା କହୁଛନ୍ତି ବୋଲି ମାନସ କହିଛନ୍ତି। ତେଣୁ ସବୁଠାରୁ ଭଲ ହେବ ଆପଣ ଆମସର ଆଇନ୍‍କୁ ପଢ଼ି ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ । Ancient Monuments and Archaeological Sites and Remains Act, 1958 (AMSAR Act)e Section-20 E ଅନୁଯାୟୀ ଐତିହ୍ୟ ବାଇ-ଲ, ଯାହା କି ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରୁଛି ତାହାକୁ ତିଆରି କରିବା ପାଇଁ କିଏ କ୍ଷମତାପ୍ରାପ୍ତ ଅଧିକାରୀ? ମିଥ୍ୟା ତଥ୍ୟ ଉପସ୍ଥାପନ ଦ୍ୱାରା ଓଡ଼ିଶା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ମାନସ ମଙ୍ଗରାଜ କହିଛନ୍ତି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.