Home ଜିଲ୍ଲା ପରିକ୍ରମା କଂଗ୍ରେସର ବନ୍ଦ ଡ଼ାକରାର ଆଂଶିକ ପ୍ରଭାବ

କଂଗ୍ରେସର ବନ୍ଦ ଡ଼ାକରାର ଆଂଶିକ ପ୍ରଭାବ

27

ପୁରୀ, ୧୫ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପେଟ୍ରାଲ, ଡ଼ିଜେଲ ଓ ଗ୍ୟାସ୍‌ର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ବିରୋଧ ପୁରୀଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁରୀରେ ବନ୍ଦ ପାଳନ କରାଯାଇଥିଲା। ଆନ୍ଦୋଳନକାରୀ ଅନୁରୋଧ କ୍ରମେ ଜିଲ୍ଲା କୋର୍ଟ ନିକଟରୁ ବିଚାରପତିମାନେ ଫେରି ଯାଇଥିଲେ। ପୂର୍ବାହ୍ନରେ ଜିଲ୍ଲାକଂଗ୍ରେସ କମିଟି ସଭାପତି ଅଜିତ୍ ମଙ୍ଗରାଜ, ବିରେନ୍ଦ୍ର ଭୂଷଣ ହୋତା, ବିନାୟକ ଦାସ ମହାପାତ୍ର, ରାଜେଶ ମିଶ୍ର ଓ ବିଦ୍ୟୁତ୍‌ଲତା ଆଚାର୍ଯ୍ୟ ପ୍ରମୁଖଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମୀମାନେ ପିକେଟିଂ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ସହରର ମୁଖ୍ୟରାସ୍ତାଗୁଡ଼କରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦରହିଥିଲା। ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଅଟୋରିକ୍ସା ଗୁଡ଼ିକ ସ୍ୱଭାବିକଭାବେ ଯାତାୟତ କରୁଥିଲା। ମାଟାମୋଟି ଭାବେ ବନ୍ଦର ପ୍ରଭାବ ଆଂଶିକ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.