Home ଓଡ଼ିଶା ଚଳିତ ବର୍ଷ କୋଭିଡ କଟକଣାମାନି ଶ୍ରୀ ଲୋକନାଥ ମନ୍ଦିରରେ ହେବ ଜାଗରଯାତ୍ରା ପାଳନ

ଚଳିତ ବର୍ଷ କୋଭିଡ କଟକଣାମାନି ଶ୍ରୀ ଲୋକନାଥ ମନ୍ଦିରରେ ହେବ ଜାଗରଯାତ୍ରା ପାଳନ

33

ପୁରୀ ୫-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଚଳିତ ବର୍ଷ କୋଭିଡ କଟକଣାମାନି ଶ୍ରୀ ଲୋକନାଥ ମନ୍ଦିରରେ ହେବ ଜାଗରଯାତ୍ରା ପାଳନ। ମନ୍ଦିର ଗମ୍ବିରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସେହିପରି ମାନସିକଧାରିଙ୍କୁ ପଙ୍କ କାଢ଼ିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ପୁରୀ ପ୍ରଶାସନ ସ୍ପଷ୍ଟ କରିଛି। ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁଯାଇ ଆସନ୍ତା ୧୧ ତାରିଖରେ ଶ୍ରୀ ଲୋକନାଥଙ୍କ ପିଠରେ ଜାଗରଯାତ୍ରା ଓ ପଙ୍କ ଉଦ୍ଧାର ଏକାଦଶୀ ଅନୁଷ୍ଠିତ ହେବ। କୋରାନା ପୁଣି ଫେରିଥିବାରୁ କଟକଣାକୁ କଡାକଡି କରାଯିବ। ସମସ୍ତେ ବାହାରୁ ଦର୍ଶନ କରିବେ। ଜାଗର ଦିନ ଭୋର ୪ଟା ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଭଜନ ସମାରୋହ ବନ୍ଦ ରହିବ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଶିଶୁ ଓ ବରିଷ୍ଠ ନାଗରିକମାନଙ୍କୁ ଜାଗର ପଦାକୁ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଜାଗର ଯାତ୍ରାରେ କୌଣସି ଦୋକାନ ବଜାର ମଧ୍ୟ ବସିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.