ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କର୍ମଶାଳା

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ(ଏନଆଇଓଏସ) ପକ୍ଷରୁ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ର ଶିକ୍ଷକ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା କର୍ମଶାଳାର ଶେଷ ଦିନରେ ଶିକ୍ଷାଦାନ ସମ୍ପର୍କୀତ ସାମଗ୍ରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଶ୍ରେଣୀ ଗୃହରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଶୈକ୍ଷିକ ପ୍ରକ୍ରୀୟାକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ପାଇଁ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ। ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବୋଧଶକ୍ତିର ଅଭିବୃଦ୍ଧି ଘଟିବା ସହିତ ଚିନ୍ତନ ଓ ଚେତନାର କ୍ରୀୟାଶୀଳତା ସୃଷ୍ଟି ହେବା ସହ ସୃଜନଶୀଳତାର ବିକାଶ ଘଟେ। ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା ତଥା ପ୍ରିୟଦର୍ଶିନୀ…

"ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କର୍ମଶାଳା"

ଶ୍ରଦ୍ଧାଳୁ ବରଯାତ୍ରୀଙ୍କ ସହ ଶିବବିବାହ ସମ୍ପନ୍ନ

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପବିତ୍ର ଶୀତଳଷଷ୍ଠୀରେ ଉତ୍ସବମୁଖର ହୋଇ ଉଠିଛି ଦକ୍ଷିଣ ରାଉରକେଲା ଅଂଚଳ। ଦକ୍ଷିଣ ରାଉରକେଲା ଓ ସାରନଗରୀର ବିଭିନ୍ନ ମନ୍ଦିରରେ ପାରମ୍ପାରିକ ରୀତିନିତୀ ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ନିମନ୍ତେ ବିଭିନ୍ନ ଅଂଚଳରେ ମହାଦେବଙ୍କ ବିବାହ ଲାଗ ଆଜିି ସଂଧ୍ୟାରେ ଶ୍ରଦ୍ଧାଳୁ ମାନେ ବରଯାତ୍ରୀ ହୋଇ ନାଚ ଗୀତର ତାଳେ ତାଳେ ବିଭିନ୍ନ ମନ୍ଦିରକୁ ଯାତ୍ରା କରିଥିଲେ। ମନ୍ଦର ଗୁଡିÿକରେ ରାତ୍ରିରେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବରେ ବିଭିନ୍ନ ମନ୍ଦିର ଓ ଶୈବପୀଠ ଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ପାଗ ଅନୁକୂଳ ଯୋଗୁ ବାଜା, ନାଚ,…

"ଶ୍ରଦ୍ଧାଳୁ ବରଯାତ୍ରୀଙ୍କ ସହ ଶିବବିବାହ ସମ୍ପନ୍ନ"

ଗଠନ ହେଲା ମିଶନ ରାଉରକେଲା

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଯୁବ ସମାଜସେବୀ ବାବୁ ଖାନଙ୍କ ଉଦ୍ୟମରେ ଗଠନ ହୋଇଛି ମିଶନ ରାଉରକେଲା। ଛେଣ୍ଡ କଲୋନୀ ଓ କଳିଙ୍ଗ ବିହାର ସମେତ ଏହାର ଆଖପାଖ ଅଂଚଳରେ ରହୁଥିବା ଯୁବପିଢୀଙ୍କୁ ନେଇ ଏହି ସଙ୍ଗଠନ ଗଠନ କରାଯାଇଛି। ମିଶନ ରାଉରକେଲା ଗଠନ ହେବାର ପ୍ରଥମ ଦିନରେ କଳିଙ୍ଗ ବିହାର ସ୍ଥିତ ସେଂଟ୍ରାଲ ପାର୍କର ସଫେଇ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା। ପୂର୍ବତନ କାଉନସିଲର ଜର୍ଜ ଆନନ୍ଦ, ଅକ୍ଷୟ ନାୟକ, ସୋମେନ ରାଏଙ୍କ ଉପସ୍ଥିତିରେ ମିଶନ ରାଉରକେଲାର ସଦସ୍ୟ ମାନେ ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିତ୍ୟ ବେହେରା, ସଂଗ୍ରାମ ନାୟକ, ଦ୍ୱାରିକା ନାୟକ, ପଂଟୁ ପଣ୍ଡା, ସତ୍ୟଜିତ ଷଡଙ୍ଗୀଙ୍କ ସମେତ…

"ଗଠନ ହେଲା ମିଶନ ରାଉରକେଲା"

ରାଉରକେଲା ବଣିକ ସଂଘ ନିର୍ବାଚନ ସମ୍ପନ୍ନ ଶୁଭ ସଭାପତି, ପ୍ରବୀଣ ଉପସଭାପତି

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ବଣିକ ସଂଘର ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନ ନେଇ ପ୍ରବୀଣ ଗର୍ଗ ଓ ନରେଶ ଆର୍ୟା ନାମାଙ୍କନ ପତ୍ର ଦାଖଲ କରିଥିଲେ। ସକାଳୁ ଏହି ଦୁଇଟି ପଦବୀ ନିମନ୍ତେ ମୋଟ ୫୩୩ ଜଣ ସଦସ୍ୟ ମତଦାନ କରିଥିଲେ। ସେଥିରୁ ଚାରୋଟି ନାକଚ ହୋଇ ଯାଇଥିଲା। ମୋଟ ୫୨୯ଟି ଭୋଟରୁ ନରେଶ ଆର୍ୟା ୨୪୩ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରବୀଣ ଗର୍ଗ ୨୮୬ଟି ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସଭାପତି ପଦବୀରେ ଶୁଭ ପଟ୍ଟନାୟକ ନିଦ୍ଦନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଆଲୋକ ଏମ ଲୋସାଲୋକା ନିର୍ବାଚିତ…

"ରାଉରକେଲା ବଣିକ ସଂଘ ନିର୍ବାଚନ ସମ୍ପନ୍ନ ଶୁଭ ସଭାପତି, ପ୍ରବୀଣ ଉପସଭାପତି"

ଶିଶୁ ମାନଙ୍କର ନିରାପତ୍ତା ଓ ସୁରକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର

ଭୁବନେଶ୍ୱର, ତା ୧୭.୦୬.୨୦୧୮ (ଓଡ଼ିଆ ପୁଅ) , ଭୁବନେଶ୍ୱରର ସତ୍ୟନଗରଠାରେ ଅବସ୍ଥିତ ହୋଟେଲ୍ ଦି ରୟାଲ ସୁଟ୍ ଠାରେ “କନ୍ ଫିଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ ” ଦ୍ୱାରା ଆୟୋଜିତ ଶିଶୁ ମାନଙ୍କର ନିରାପତା ଓ ସୁରକ୍ଷା ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ରକୁ ମାନ୍ୟବର ସହଯୋଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ରୋ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାରତ ସରକାଙ୍କର ମାବସମ୍ବଳ ମନ୍ତ୍ରାଳୟର ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀଯୁକ୍ତ ଅନିଲ୍ ସ୍ୱରୁପ ଯୋଗଦାନ କରିଥିଲେ।…

"ଶିଶୁ ମାନଙ୍କର ନିରାପତ୍ତା ଓ ସୁରକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର"

ରଜ ପରମ୍ପରା ଆଲୋଚନା

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରକ୍ଷେତ୍ର ନାଗରିକ ମଂଚ ପକ୍ଷରୁ ରଜ ପରମ୍ପରା ଆଲୋଚନା ଚକ୍ର ଭକ୍ତ କବି ସାଲବେଗ ସମାଧିପୀଠରେ ଅନୁଷ୍ଠିତ ହୋଇଛି। ସଭାପତି ଲଲାଟେନ୍ଦୁ ମିଶ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ଉପନଗରପାଳ ଶାନ୍ତିଲତା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଅତିତରେ ଉତ୍କଳରେ ପାଳନ କରାଯାଉଥିବା ରଜମହୋତ୍ସ ବର୍ତ୍ତମାନ ବହୁତ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହି ପ୍ରାଚୀନ ସଂସ୍କୃତିକୁ ଓଡ଼ିଶା ବାସୀ ବଚାଂଇ ରଖିଛନ୍ତି।ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ଃ ହରପ୍ରସାଦ ମିଶ୍ର କହିଲେ ରଜପର୍ବ ଉତ୍କଳୀୟ ସଭ୍ୟତା, ପରମ୍ପରା ଓ ସଂସ୍କୃତିର ପ୍ରକୃତ ପରିଚୟ। ଓଡ଼ିଆ ଜାତିର ସ୍ୱାଭିମାନର ପରିଚୟ ହେଉଛି ରଜପର୍ବ। ଜ୍ୟୋତିର୍ବିଦ ଅନାମଚନ୍ଦ୍ର ସାହୁ ସମ୍ମାନିତ ଅତିଥି…

"ରଜ ପରମ୍ପରା ଆଲୋଚନା"

ଲେଖିକା ସଂସଦ ରଜମହୋତ୍ସବ

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡ଼ିଶା ଲେଖିକା ସଂସଦ ପୁରୀ ଜିଲା ଶାଖା ପକ୍ଷରୁ କୁଳମରି ଭବନ ସଭାଗୃହରେ ରଜମହୋତ୍ସ ପାଳିତ ହୋଇଛି।ଆବହିକା ସୁବାସିନୀ ଧଳ ସେଥିରେ ଅଧ୍ୟକ୍ଷତା କରିଥିଲେ। ହରପ୍ରୟା ସାହୁ, ଆର୍ତ୍ତତ୍ରାଣ ମାନସିଂହ, ବିପିନ ବିହାରୀ ଦଳାଇ, ବିଜୟଲକ୍ଷ୍ମୀ ସାହୁ ସ ପ୍ରତିଭା ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ। କବି ସୁକାନ୍ତ ପଣ୍ଡା, ରବିନ୍ଦ୍ରନାଥ ପଟ୍ଟନାୟକ, ହରେକୃଷ୍ଣ ପ୍ରଧାନୀ, ବିଜୟଲକ୍ଷ୍ମୀ ଦାସ, ନିରୁପମା ପଣ୍ଡା, ଶିବାନୀ ମିଶ୍ର, ଚାରୁଲତା ମିଶ୍ର, ପ୍ରଭାସିନି ମିଶ୍ର, ରୋଜାଲିନି ସାହୁ ସ୍ୱରଚିତ କବିତା ପାଠକରିଥିଲେ। ରଜଉତ୍ସ ଉପଲକ୍ଷେ ପାନଭଙ୍ଗା, ବଲଫିଙ୍ଗା, ମିଜ୍ୟୁକ୍ ଚେୟାର ଓ ପୁଚି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦିକା ଦ୍ୱାରା…

"ଲେଖିକା ସଂସଦ ରଜମହୋତ୍ସବ"

ରଜରାଣୀରେ ମୁକୁଟ ପିନ୍ଧିଲେ ସାଗରିକା ଓ ଖୁସି ପ୍ରିୟଦର୍ଶନୀ

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅରବାର୍ନ ହାଟ ପରିସରରେ ଆୟୋଜିତ ନୀଳାଚଳ ରଜ ମହୋତ୍ସବ ଉଦ୍ ଯାପିତ ହୋଇଯାଇଛି। ଅନୁଷ୍ଠାନରେ ସଭାପତି ମହେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସରେ ଉପନଗରପାଳ ଶାନ୍ତିଲତା ପ୍ରଦାନ, ସମାଜସେବୀ ଚକ୍ରଧର ପ୍ରଧାନ, ସନ୍ତୋଷ ମହାନ୍ତି, ଦେବୀ ପ୍ରସନ୍ତ ନନ୍ଦ, ଜୟଦାସ ଗୁପ୍ତା, ଜୟଶ୍ରୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଭାରତୀୟ କଳାସଂସ୍କୃତିକୁ ବଂଚାଇ ରଖିବାକୁ ଅନୁଷ୍ଠାନ ଯେଉଁ ପ୍ରୟାସ କରିଛି। ତାହା ପ୍ରଶସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ କର୍ମକର୍ତାମାନେ ଏହି ଅଭିଯାନକୁ ଜାରିରଖିବାକୁ ଅତିଥି ଗଣ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସ୍ୱପ୍ନେନ୍ଦୁ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ…

"ରଜରାଣୀରେ ମୁକୁଟ ପିନ୍ଧିଲେ ସାଗରିକା ଓ ଖୁସି ପ୍ରିୟଦର୍ଶନୀ"

ରାଜ୍ୟ ଓ ଜାତୀୟ ଲୋଳୀଙ୍କୁ ସମ୍ବର୍ଦ୍ଧନ।

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଝାଡେଶ୍ୱରୀ କ୍ଲବ ପକ୍ଷରୁ ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ଲବ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କର ଉତ୍ତରତ ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ସେମାନେ ରାଜ୍ୟ ପାଇଁ ସୁନାମ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ। କ୍ଲବର ସଭାପତି ଦ୍ୱାରିକାନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡା ସଙ୍ଗଠକ କୃଷ୍ଣଚନ୍ଦ୍ର ପଣ୍ଡା ଅତିଥିମାନଙ୍କ ସ୍ୱାଗତ କରିଥିଲେ। କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ରାମକୃଷ୍ଣ ଦାସମହାପାତ୍ର ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ ଲଜିଂ ହାଉସ ଫଣ୍ଡର ସଭାପତି ସବ୍ୟସାଚୀ ମହାପାତ୍ର, ଜିଲ୍ଲା…

"ରାଜ୍ୟ ଓ ଜାତୀୟ ଲୋଳୀଙ୍କୁ ସମ୍ବର୍ଦ୍ଧନ।"

ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା।

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଯେକୌଣସି ଛୁଟିଦିନ ହେଉ ବା ଯାନିଯାତ୍ରା ପର୍ବପର୍ବାଣି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତୀର୍ଥଯାତ୍ରୀ ପର୍ଯ୍ୟଟକମାନଙ୍କର ଶ୍ରୀକ୍ଷେତ୍ରକୁ ସୁଅ ଛୁଟିଥାଏ। ଗତକାଲି ରଜ ଅବସରରେ ଶ୍ରୀକ୍ଷେତ୍ରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଯାତ୍ରୀମାନେ କାର୍, ବସ୍ ଓ ବାଇକ୍ ଯୋଗେ ପୁରୀ ସହରକୁ ଆସିଥାନ୍ତି। ପାର୍କିଂର ବ୍ୟବସ୍ଥା ନଥିବା ଯୋଗୁ ଗାଡିଗୁଡିକ ରଖିବା ପାଇଁ ପର୍ଯ୍ୟଟକମାନେ ନାନା ହଇରାଣ ହରକତ ହେଉଥିବା ଦେଖାଯାଇଥିଲା। ପୁରୁଣା ସଦର ଥାନା ଠାରୁ ନୂଆ ସଦର ଥାନା, ଜିଲ୍ଲାସ୍କୁଲ ଓ ଷ୍ଟେସନ ଅଞ୍ଚଳରେ ଗତକାଲି ଅପରାହ୍ନ ୪ଟାରୁ ଟ୍ରାଫିକ ଜାମ୍ ହୋଇଯିବାରୁ ସାଧାରଣ ଲୋକମାନେ ଯାତାୟତ କରିବାରେ ବିଭିନ୍ନ…

"ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା।"