ଚୋରା ମଦ କାରବାରରେ ୨ଗିରଫ

କୋରାପୁଟ ; ତା୧୩-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ) ନାରାୟଣପାଟଣା ପୋଲିସ ସ୍ଥାନୀୟ ଏକ ଦୋକାନ ଉପରେ ଚଢଉ କରି ଚୋରାରେ ବିକ୍ରି ହେଉଥିବା ବିଦେଶୀ ମଦ ଜବତ କରିବା ସହ ଦୁଇଜଣକୁ ଗିରଫ କରିଛି । ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଥିବା ପୂର୍ଣ ପୁରୁସେଟ୍ଟୀଙ୍କ ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ପୋଲିସ ଅଚନକ ଦୋକାନରେ ଚଢଉ କରି ୬୨ଲିଟର ୪୦ ମିଲି ଲିଟର ବିଦେଶୀ ମଦ ଜବତ କରିବା ସହ ଦୋକାନ ମାଲିକ ପୂର୍ଣ ପୁରୁସେଟ୍ଟୀ ଓ ଅନ୍ୟ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

"ଚୋରା ମଦ କାରବାରରେ ୨ଗିରଫ"

ଲକ୍ଷ୍ମିପୁର ବିଧାୟକଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗ

କୋରାପୁଟ ; ତା୧୩-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଲକ୍ଷ୍ମିପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଜଣେ ଯୁବକଙ୍କୁ ମୋବାଇଲ ପୋନରେ ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ କରି ଧମକ ଦେବା ଅଭିଯୋଗରେ ରାୟଗଡା ଜିଲା ଟିକିରି ଥାନାରେ ଏକ ମାମଲା ରୁଜୁ ହେବା ପରେ ବିଧାୟକ କୁଲେଶିକା ଶୁକ୍ରବାର ଦିନ ଲକ୍ଷ୍ମିପୁର ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି । ବିଧାୟକ କୁଲେଶିକା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି, ରାୟଗଡା ଜିଲା ଟିକିରି ଥାନା ମୁଣ୍ଡାଗୁଡା ଗ୍ରାମର ନିଳାଦ୍ରୀ ବିହାରୀ ପାତ୍ର ନାମକ ଜଣେ ଯୁବକ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଫୁଲଜବା ଗାଁ ରାସ୍ତାକୁ ମୋ ନିର୍ବାଚନ ମଣ୍ଡଳୀ ଦର୍ଶାଇ ରାସ୍ତାର ଦୂରାବସ୍ଥା ସମ୍ପର୍କରେ…

"ଲକ୍ଷ୍ମିପୁର ବିଧାୟକଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗ"

ନନ୍ଦପୁରରେ ସାମାଜିକ ସମୀକ୍ଷା ; କ୍ଷେତ୍ର ପରିଦର୍ଶନ ଓ ନଥିପତ୍ର ଯାଂଚ ପ୍ରକ୍ରୀୟା ଚାଲିଛି 

କୋରାପୁଟ ; ତା୧୩-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ)ନନ୍ଦପୁର ବ୍ଲକର ୨୫ ଟି ପଂଚାୟତରୁ ୧୮ ଟି ପଂଚାୟତରେ ମହାତ୍ମାଗାନ୍ଧି ନାରେଗା ଯୋଜନାରେ ୨୦୧୭/୧୮ ଆର୍ଥିକ ବର୍ଷ ତା୦୧ -୧୦-୧୭ରିଖରୁ ତା ୩୧-୦୩-୨୦୧୮ ମଧ୍ୟରେ କରାଯାଇଥିବା ପ୍ରକଳ୍ପର ସାମାଜିକ ସମୀକ୍ଷା ଶେଷ ହୋଇଥିବା ବେଳେ ନନ୍ଦକା , ହାତୀବାରୀ ,ଚାଟୁଆ ,ଗୋଲୁର ,ପାନ୍ଥୁଲୁଙ୍ଗ ,ଖେମୁଣ୍ଡୁଗୁଡା ଓ କସନ୍ଡି ପଂଚାୟତରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପର ନଥିପତ୍ର ଓ କ୍ଷେତ୍ର ପରିଦର୍ଶନ କରିବା ପରେ ସାମାଜିକ ସମୀକ୍ଷା କରାଯିବ ବୋଲି ନନ୍ଦପୁର ବ୍ଲକ ସାମାଜିକ ସମିକ୍ଷକ ନବିନ ଖରା ଓ ଗ୍ରାମ୍ୟ ସାଧନ କର୍ମିମାନେ ଖେମୁଣ୍ଡୁଗୁଡା ପଂଚାୟତ କାର୍ଯ୍ୟାଳୟରେ ନଥିପତ୍ର ଯାଂଚ କରିବା ପରେ ପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରି…

"ନନ୍ଦପୁରରେ ସାମାଜିକ ସମୀକ୍ଷା ; କ୍ଷେତ୍ର ପରିଦର୍ଶନ ଓ ନଥିପତ୍ର ଯାଂଚ ପ୍ରକ୍ରୀୟା ଚାଲିଛି "

ସରିଲା ରଥ ପ୍ରତିଷ୍ଠା ,ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କ ଅପେକ୍ଷା

କୋରାପୁଟ ; ତା୧୩-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଶାବର ଶ୍ରୀକ୍ଷେତ୍ର , କୋରାପୁଟରେ ମହାପ୍ରଭୁଙ୍କ ନବଯୈ÷ାବନ ଓ ରଥ ପ୍ରତିଷ୍ଠା କାର୍ଯ୍ୟ ସରି ଯାଇଥିବା ଶତାଧିକ ଭକ୍ତ ଆସନ୍ତାକାଲି ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ଅପେକ୍ଷା କରିଥିବା ବେଳେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ପୋଲିସ ତରଫରୁ ସମସ୍ତ ବନେ୍ଦାବସ୍ତ ଶେଷ ହୋଇଯାଇଥିବା ଜଣାପଡିଛି ।ଆଜି ସକାଳେ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଅଗଣିତ ଭକ୍ତମାନଙ୍କୁ ନବ ଯୈ÷ାବନ ଦର୍ଶନ ଦେଇଥିଲେ ।ରିତିନିତି ଅନୁସାରେ ଆଜି ପୂର୍ବାହ୍ନରେ ରଥ ପ୍ରତିଷ୍ଠା କରାଯାଇ ରଥ ଉପରେ ନିଳଚକ୍ର ଓ କଳସ ସ୍ଥାପନା କରାଯାଇଥିଲା । ରଥଯାତ୍ରାକୁ ଶାନ୍ତିଶୃଖଂଳା ସହ ସଂପନ୍ନ କରିବା ନିମନ୍ତେ ପୋଲିସ ତରଫରୁ କଡା…

"ସରିଲା ରଥ ପ୍ରତିଷ୍ଠା ,ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କ ଅପେକ୍ଷା"

ଅବକାରୀ ବିଭାଗ ଦ୍ୱାରା ୪୪ କେଜି ୯୪୦ ଗ୍ରାମ ଗଞେଇ ଜବତ ; ୩ ଗିରଫ

କୋରାପୁଟ ; ତା୧୩-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଓ ବ୍ରହ୍ମପୁର ଇଆଇ ଓ ଇଡିର ମିଳିତ ଚଢାଉରେ ଜୟପୁରର ଜୟନଗର ଅଂଚଳରୁ ୪୪ କେଜି ୯୪୦ ଗ୍ରାମ ଗ ଞେଇ ଜବତ କରାଯିବା ସହ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ଉପ-ଅଧିକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି ।ଗିରଫ ହୋଇଥିବା ଅନମୋଳ କୁମାର ତିଓାରୀଙ୍କ ଠାରୁ ୧୫ କେଜି ୨୯୦ ଗ୍ରାମ ,ସୁନୀଲ କୁମାରଙ୍କଠାରୁ ୧୭ କେଜି ୫୦୦ ଗ୍ରାମ ଓ ଚେତନ ଖୁସୁଓାଙ୍କଠାରୁ ୧୨ କେଜି ୧୫୦ ଗ୍ରାମ ଗଞେଇ ଜବତ କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।ଏହି ଚଢାଉ ସମୟରେ ଜୟପୁର ଅବକାରୀ…

"ଅବକାରୀ ବିଭାଗ ଦ୍ୱାରା ୪୪ କେଜି ୯୪୦ ଗ୍ରାମ ଗଞେଇ ଜବତ ; ୩ ଗିରଫ"

କୋରାପୁଟ ଏସଟିଏଫ ଦ୍ୱାରା ୮୬୫ କିଲୋଗ୍ରାମ୍ ଗଂଜେଇ ଜବତ,୨ ଗିରଫ

କୋରାପୁଟ ; ତା୧୩-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସ୍ପେସିଆଲ ଟାସ୍କ ଫୋର୍ସ ଓ ଲକ୍ଷ୍ମିପୁର ପୋଲିସ ଦ୍ୱାରା ଗତକାଲି ରାତିରେ ଚୋରା ଚାଲାଣ ହେଉଥିବା ୮୬୫ କିଲୋଗ୍ରାମ୍ ଗଂଜେଇ ଜବତ କରାଯାଇ ଜଣେ କନେଷ୍ଟବଲଙ୍କ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏସପି ଡା.କନୱାର ବିଶାଲ୍ ସିଂହ ସାମ୍ବାଦିକ ସମିଲନୀରେ ସୂଚନା ଦେଇଛନ୍ତି । ଗିରଫ ଦୁଇଜଣ ହେଲେ ଜିଲା ପୋଲିସରେ ଏପିଆର କନେଷ୍ଟବଲ ଭାବେ କାର୍ଯ୍ୟରତ ଭଗବାନ ଖୀଲ (୩୦) ଏବଂ ଉତର ପ୍ରଦେଶ ଓରାସି ଜିଲା ରୁସ୍ତମପୁର ଗ୍ରାମର ଦିଲିପ ରାଇଘର । ଏସପି ଡା.ସିଂହ ଗଣ ମାଧ୍ୟମକୁ ସୂଚନା ଦେଇ କହିଥିଲେ,ଜିଲାରେ ଚୋରା ଗଂଜେଇ କାରବାର ରୋକିବାକୁ ପୋଲିସ ବିଭାଗ ପକ୍ଷରୁ…

"କୋରାପୁଟ ଏସଟିଏଫ ଦ୍ୱାରା ୮୬୫ କିଲୋଗ୍ରାମ୍ ଗଂଜେଇ ଜବତ,୨ ଗିରଫ"

ଉଜ୍ଜଳ ଓ ଉତଥାନ ସଫଳ ରୂପାୟନ ନିମନ୍ତେ ସମୀକ୍ଷା ବୈଠକ

କୋରାପୁଟ ; ତା୧୨-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସରକାରୀ ବିଦ୍ୟାଳୟ ସଭାଗୃହଠାରେ ଉଜ୍ଜଳ ଓ ଉତଥାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ ଯୋଗଦେଇ ଉପସ୍ଥିତ ସିଆରସିସି, ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ କରିଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଓ ମୋ ସ୍କୁଲ ଅଭିଯାନର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏହି ସମୀକ୍ଷା ବୈଠକରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ, କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଲକ୍ଷ୍ମିପୁର ବ୍ଲକ ଶିକ୍ଷା ଅଧିକାରୀ ତଥା କୋରାପୁଟ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର…

"ଉଜ୍ଜଳ ଓ ଉତଥାନ ସଫଳ ରୂପାୟନ ନିମନ୍ତେ ସମୀକ୍ଷା ବୈଠକ"

ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବୈଠକ

କୋରାପୁଟ ; ତା୧୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ଅତିଥି ଭବନରେ କୋରାପୁଟ ଜିଲା ଭାରତୀୟ ଜନତା ପାର୍ଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଜିଲା ସଭାପତି ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଯୋଗ ଦେଇ ଦଳୀୟ ସଙ୍ଗଠନ ଉରେ ଗୁରୂତ୍ୱ ଦେବା ସହ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଗ୍ରାମାଂଚଳରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ। ବୈଠକରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ବିଜେପି ନେତା ସୁମନ୍ତ ପ୍ରଧାନ, ଜି.ସଂଜୀବ କୁମାର, ଅଶ୍ୱିନୀ ପଟ୍ଟନାୟକ, ସନ୍ତୋଷ ଦାସ, ସିଦ୍ଧାର୍ଥ ମୁଦୁଲି, ଘନଶ୍ୟାମ ଟାକ୍ରି, ଦେବେନ୍ଦ୍ର ମହାନ୍ତି, ଆଶା ଆମ୍ମା,…

"ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବୈଠକ"

ବରିଷ୍ଠ ନାଗରିକ ସୁରକ୍ଷା କକ୍ଷ ଉଦଘାଟିତ, ୧୦୫ ପରିଚୟ ପତ୍ର ପ୍ରଦାନ

କୋରାପୁଟ ; ତା୧୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ପୋଲିସ ପକ୍ଷରୁ ଏକ ବରିଷ୍ଠ ନାଗରିକ ସୁରକ୍ଷା କକ୍ଷ ପ୍ରତିଷ୍ଠା କରା ଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ଏସପି ଡା.କେ.ଭି.ସିଂହଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ ସମାରୋହରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଏବଂ ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଡିଆଇଜି ଆଶିଷ କୁମାର ସିଂହ ସମ୍ମାନ୍ନିତ ଅତିଥିଭାବେ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ୧୦୫ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକଙ୍କୁ ଘରୁ ରେଳ ଷ୍ଟେସନ, ବ୍ୟାଙ୍କ ଓ ହସ୍ପିଟାଲ ନେବା ପାଇଁ ମାଗଣା ଅଟୋରିକ୍ସା ସେବା ଲୋକାର୍ପିତ କରା ଯାଇଛି। ଟାଉନ ଥାନାକୁ ଫୋନ କରି…

"ବରିଷ୍ଠ ନାଗରିକ ସୁରକ୍ଷା କକ୍ଷ ଉଦଘାଟିତ, ୧୦୫ ପରିଚୟ ପତ୍ର ପ୍ରଦାନ"

କୋଟିଆରେ ଶ୍ରମ ଆଇନ ସଚେତନତା ଶିବିର / ୧୧୮ ଟି ଶ୍ରମ କାର୍ଡ ପ୍ରଦାନ କରାଗଲା

କୋରାପୁଟ ; ତା୧୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ଆଇନ ସେବା ପ୍ରାଧୀକରଣ ତରଫରୁ କୋଟିଆରେ ଏକ ଶ୍ରମ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ୧୧୮ ଟି ଶ୍ରମକାର୍ଡ ପ୍ରଦାନ କରିଥିଲେ।ଏହି କାର୍ଡ ପ୍ରଦାନ ବେଳେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଗୀଂ, ଜିଲା ଆଇନ ସେବା ପ୍ରାଧୀକରଣ ସମ୍ପାଦିକା ଲଳିତା ମଂଜରୀ ପଟ୍ଟନାୟକ, ସୋମନାଥ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାଶ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରହୀ, ଜିଲ୍ଲା ଶ୍ରମ ନିରୀକ୍ଷକ ପଦ୍ମଚରଣ ପଣ୍ଡାଏବଂ ଜିଲା ଶ୍ରମ ଅଧିକାରୀ ପି.କେ.ପାଣିଗ୍ରାହି ଯୋଗ ଦେଇ ଲୋକଙ୍କୁ ଆଇନ…

"କୋଟିଆରେ ଶ୍ରମ ଆଇନ ସଚେତନତା ଶିବିର / ୧୧୮ ଟି ଶ୍ରମ କାର୍ଡ ପ୍ରଦାନ କରାଗଲା"