Home କୋରାପୁଟ କୋରାପୁଟ ପୌର ପରିଷଦ ନିର୍ବାଚନ ନିମନ୍ତେ ୨ ତାରିଖ ସୁଦ୍ଧା କାଉନସିଲର ତାଲିକା ଜୋନାଲ କମିଟି...

କୋରାପୁଟ ପୌର ପରିଷଦ ନିର୍ବାଚନ ନିମନ୍ତେ ୨ ତାରିଖ ସୁଦ୍ଧା କାଉନସିଲର ତାଲିକା ଜୋନାଲ କମିଟି ପ୍ରଦାନ କରିବେ

94

କୋରାପୁଟ ୨୭-୦୨(ଓଡିଆ ପୁଅ/ ରଂଜନ ଦାସ) କୋରାପୁଟଟ ପୌର ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ପାଖେଇ ଆସୁଥିବା ବେଳେ ବିଜୁ ଜନତା ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡିଛି। ୱାର୍ଡ କମିଟି ତରଫରୁ ପ୍ରତ୍ୟେକ ୱାର୍ଡରେ ବୈଠକ କରାଯାଇ କାଉନସିଲର ଚୟନ କରାଯାଉଥିବା ନଗର ବିଜେଡି ସଭାପତି ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ୱାର୍ଡ କମିଟି ତରଫରୁ ୨ ରୁ ୩ ଜଣଙ୍କ ନାମ ଜୋନାଲ କମିଟିକୁ ପ୍ରଦାନ କରିବେ ଓ ଆସନ୍ତା ମାସ ୨ ତାରିଖ ସୁଦ୍ଧା ଜୋନାଲ କମିଟି କାଉନସିଲର ତାଲିକା ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।ପୌରଧ୍ୟକ୍ଷ ପଦ ନିମନ୍ତେ ଚଳିତ ବର୍ଷ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ହେବ । ଟି ଭି ଜଗନ୍ନାଥ ରାଓ, ଟି କିରଣ କୁମାର, ଲଲାଟ ରଞ୍ଜନ ସେଠୀ ଓ ଭଗବାନ ଖରା ପ୍ରମୁଖ ବିଜେଡି ପ୍ରାର୍ଥୀ ନିମନ୍ତେ ଆବେଦନ କରିଥିବା ସେ ପ୍ରକାଶ କରିଛନ୍ତି।୨ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ କାଉନସିଲର ଓ ଅଧ୍ୟକ୍ଷ ପଦ ନିମନ୍ତେ ବିଜେଡି ତରଫରୁ ପ୍ରାର୍ଥୀ ଚୟନ ଆରମ୍ଭ ହୋଇଯାଇଛି ।
କୋରାପୁଟ ପୌର ପରିଷଦର ୨୧ଟି ୱାର୍ଡ ରହିଥିବା ବେଳେ ସମୁଦାୟ ୩୨୮୭୫ଜଣ ଭୋଟର ରହିଥିବା ଜଣାପଡିଛି। ୧୫୯୬୫ଜଣ ପୁରୁଷ ଭୋଟର ରହିଥିବା ବେଳେ ୧୬୯୦୪ଜଣ ମହିଳା ଓ ୬ ଜଣ ଅନ୍ୟ ଭୋଟର ରହିଥିବା ଜଣାପଡିଛି। କୋରାପୁଟ ପୌର ପରିଷଦରେ ନିର୍ବାଚନ ନିମନ୍ତେ ୩୮ ଟି ବୁଥ କରାଯାଇଥିବା ଜଣାପଡିଛି।
୧୯୯୨ମସିହାରେ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ କଂଗ୍ରେସ ଦଳର ଶିବ ପ୍ରସାଦ ପଟ୍ଟନାୟକ କୋରାପୁଟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଉତ୍ତମ ପ୍ରାର୍ଥୀ ଚୟନ ଉପରେ ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସଚ୍ଚୋଟ ଓ ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଗଲେ ଭୋଟରଙ୍କ ପସନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।କୋରାପୁଟ ପୌର ପରିଷଦ ନିର୍ବାଚନ ନିମନ୍ତେ ପ୍ରମୁଖ କଂଗ୍ରେସ, ବିଜେଡି ଓ ବିଜେପିର ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.