Home କୋରାପୁଟ କୋରାପୁଟ ସହରର ସମାଜସେବୀ କୁନା ଭାଇଙ୍କ ହୃଦଘାତରେ ପରଲୋକ

କୋରାପୁଟ ସହରର ସମାଜସେବୀ କୁନା ଭାଇଙ୍କ ହୃଦଘାତରେ ପରଲୋକ

95

କୋରାପୁଟ ୦୧-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟର ସହରର ଜଣାଶୁଣା ପରିଚିତ ନାମ କୁନା ଭାଇଙ୍କ ହୃଦଘାତରେ ମୃତ ଘଟିଛି। ସହରର ସୁପରିଚିତ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ୱ, ଅଶୋକ ନଗର ହନୁମାନ ବାଟିକାର ପୁରୋଧା ତଥା ଆରଏସଏସର କୋରାପୁଟ ନଗର କାର୍ଯ୍ୟବାହ କୋରାପୁଟ ଅଶୋକ ନଗର ହନୁମାନ ବାଟିକାର ବାସିନ୍ଦା ହୃଦାନନ୍ଦ ଶତପଥି (କୁନା )ଙ୍କ ୫୩ ବର୍ଷ ବୟସରେ ମୃତବରଣ କରିଛନ୍ତି। ଗତକାଲି ଦିନ ଦୁଇଟାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା। ପରେ ସେ ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବିଶାଖାପାଟଣା ନେବା ସମୟରେ ଡୁମୁରିପୁଟ ନିକଟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ତାଙ୍କ ପାଖରେ ପତ୍ନୀ ମମତା ଦାଶ, ପୁଅ ଶୁଭମ ଶତପଥି, ଝିଅ ଶୁଭଶ୍ରୀ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ପ୍ରବଳ ଜନଗହଳି ଲାଗିଥିଲା। ଅଶୋକ ନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.