Home କୋରାପୁଟ କୋରାପୁଟ ପଞ୍ଚାୟତ ସମିତି ବୈଠକ

କୋରାପୁଟ ପଞ୍ଚାୟତ ସମିତି ବୈଠକ

75

କୋରାପୁଟ ୧୦-୦୮(ଓଡିଆ ପୁଅ/ ରଞ୍ଜନ ଦାସ) କୋରାପୁଟ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ନମିତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗମନାଗମନ ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗଦେଇ ଗ୍ରାମରେ ପରିମଳ ବ୍ୟବସ୍ଥାକୁ ସଜାଡିବାକୁ ପରାମର୍ଶ ଦେଇଥିଲେ। କୋରାପୁଟ ବ୍ଲକରେ ୯ ଟି ହାଇସ୍କୁଲ ରୁପାନ୍ତିକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୪ ଟି ହାଇସ୍କୁଲର ରୁପାନ୍ତିକରଣ କାର୍ଯ୍ୟ ଚାଲୁଥିବା ସେ ସୂଚନା ଦେଇଛନ୍ତି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନ ଏବେ ସୁସ୍ଥ ଥିବା ସେ ପ୍ରକାଶ କରିଛନ୍ତି। ଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ଗ୍ରାମବାସୀମାନଙ୍କୁ ପରାମର୍ଶ ଦେବାକୁ ବୈଠକରେ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ସେ ନିବେଦନ କରିଥିଲେ।କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ, ଜିଲ୍ଲା ପରିଷଦ ସଦସ୍ୟ ରଘୁ ଜାନୀ , ଉପାଧ୍ୟକ୍ଷ ଶିବ ଗୋଲରି ପ୍ରମୁଖଙ୍କ ସହ କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପ କୁମାର, ସହକାରୀ ଯନ୍ତ୍ରୀ ରମାକାନ୍ତ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଯୋଗଦେଇ ପରିଚାଳନା କରିଥିଲେ।କୋରାପୁଟ ବ୍ଲକରେ ଖାଲି ଥିବା ପଦବୀଗୁଡ଼ିକ ପୂରଣ କରିବାକୁ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.