Home କୋରାପୁଟ କୋରାପୁଟ ଜିଲ୍ଲାର ୧୫ ଜଣ ଆଇସିଡିଏସ ସୁପରଭାଇଜରଙ୍କ ପଦୋନ୍ନତି

କୋରାପୁଟ ଜିଲ୍ଲାର ୧୫ ଜଣ ଆଇସିଡିଏସ ସୁପରଭାଇଜରଙ୍କ ପଦୋନ୍ନତି

71

କୋରାପୁଟ ୧୦-୦୮ (ଓଡିଆ ପୁଅ/ ରଞ୍ଜନ ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ୧୫ ଜଣ ଆଇସିଡିଏସ ସୁପରଭାଇଜର ପଦୋନ୍ନତି ପାଇ ବିଭିନ୍ନ ବ୍ଲକକୁ ସିଡିପିଓ ଭାବେ ବଦଳି କରାଯାଇଥିବା ଜଣାପଡିଛି। ପାର୍ବତୀ ଆଚାର୍ଯ୍ୟ, ଭାରତୀ ତ୍ରିପାଠୀ, ରୀନା ମହାନ୍ତି, ରାଜର୍ଶି ସାହୁ, ଶକୁନ୍ତଳା ଦାସ, ଭି. ଅନ୍ନପୂର୍ଣ୍ଣା, ସତ୍ୟଭାମା ସାହୁ, ସବିତା ରାଣୀ ବ୍ରହ୍ମା, ସାବିତ୍ରୀପ୍ରଭା ସାହୁ, ଅର୍ଚ୍ଚନା ମହାପାତ୍ର, ମୀନତିବାଲା ପଟ୍ଟନାୟକ, ନମିତାରାଣୀ ପାଉଲ, ମିନତୀ ନାୟକ, ବିନୋଦିନୀ ବେହେରା ଓ ପ୍ରଣମିତା ପଣ୍ଡା ପ୍ରମୁଖ ପଦୋନ୍ନତି ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ଲକକୁ ସିଡିପିଓ ଭାବେ ବଦଳି କରାଯାଇଥିବା ଜଣାପଡିଛି। ପଦୋନ୍ନତି ପାଇଥିବା ୩ ଜଣଙ୍କୁ କୋରାପୁଟ ଜିଲ୍ଳାର ଲକ୍ଷ୍ମୀପୁର, ଦଶମନ୍ତପୁର ଓ ସେମିଳିଗୁଡା ବ୍ଲକର ସିଡିପିଓ ଭାବେ ସ୍ଥାପିତ କରାଯାଇଥିବା ଜଣାପଡିଛି। ଲକ୍ଷ୍ମୀପୁର ବ୍ଲକର ସିଡିପିଓ ଭାବେ ପାର୍ବତୀ ଆଚାର୍ଯ୍ୟଙ୍କୁ ବଦଳି ହୋଇଥିବା ବେଳେ ସାବିତ୍ରୀପ୍ରଭା ସାହୁଙ୍କୁ ଦଶମନ୍ତପୁର ଓ ବିନୋଦିନୀ ବେହେରଙ୍କୁ ସେମିଳିଗୁଡା ବ୍ଲକର ସିଡିପିଓ ଭାବେ ବଦଳି କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.