Home କୋରାପୁଟ କୋରାପୁଟ ଜିଲ୍ଲାରେ ୫ମ ତଥା ଶେଷ ପର୍ଯ୍ୟାୟ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଭୋଟ ଗ୍ରହଣ ଶାନ୍ତିପୁର୍ଣ୍ଣ...

କୋରାପୁଟ ଜିଲ୍ଲାରେ ୫ମ ତଥା ଶେଷ ପର୍ଯ୍ୟାୟ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଭୋଟ ଗ୍ରହଣ ଶାନ୍ତିପୁର୍ଣ୍ଣ ଭାବେ ସରିଲା

105

କୋରାପୁଟ ୨୪-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ୫ମ ତଥା ଶେଷ ପର୍ଯ୍ୟାୟ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ।କୋରାପୁଟ ଜିଲ୍ଲାର ବୈପାରୀଗୁଡା ଓ ଲମତାପୁଟ ବ୍ଲକର ୪୨୦ ଟି ବୁଥରେ ଭୋଟଗ୍ରହଣ କରାଯାଇଥିଲା ।ବୈପାରୀଗୁଡା ବ୍ଲକର ୨ ଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା ।ବୈପାରୀଗୁଡା କାର୍ଯ୍ୟାଳୟ ପରିସରରେ ଗୋଲାପୀ ବୁଥ କରାଯାଇଥିଲା ।ସାଧାରଣ ପର୍ଯ୍ୟବେକ୍ଷକ ଲକ୍ଷ୍ମିକାନ୍ତ ବେହେରା ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ ।ଲମତାପୁଟ ବ୍ଲକର ୨ଟି ଜିଲ୍ଲା ପରିଷଦ ନିର୍ବାଚନମଣ୍ଡଳୀ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା ।କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି .ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଓ କୋରାପୁଟ ଉପ ଜିଲ୍ଲାପାଳ ଲଲିତ କୁମାର କହଁର ଲମତାପୁଟ ବ୍ଲକର ବିଭିନ୍ନ ବୁଥକୁ ଯାଇ ତଦାରଖ କରିଥିଲେ ।ଲମତାପୁଟ ବ୍ଲକର ବାରଙ୍ଗଗୁଡା ସ୍କୁଲରେ ଗୋଲାପୀ ବୁଥ କରାଯାଇଥିଲା ।ଜଣେ ବୃଦ୍ଧା ପରିବାର ଲୋକଙ୍କ ସହାୟତାରେ ବୁଥକୁ ଆସି ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ ।ଚାଲିବା କଷ୍ଟକର ହେଉଥିଲେ ମଧ୍ୟ ମତଦାନ ପରେ ସେ ଖୁସି ପ୍ରକଟ କରିଥିଲେ । ବୈପାରୀଗୁଡା ଓ ଲମତାପୁଟ ବ୍ଲକ ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ପୋଲିସ ତରଫରୁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ଲମତାପୁଟ ବ୍ଲକର ଡବାଗୁଡାଠାରେ ଯାନବାହାନ ତନଖି କରାଯାଉଥିଲା ।ବୈପାରୀଗୁଡା ବ୍ଲକରେ ୭୨୧୪୩ଜଣ ଭୋଟର ରହିଥିବା ବେଳେ ୬୦ ୮୯୬ ଭୋଟର ମତଦାନ କରିଥିଲା ।ôଯାହାକି ୮୪.୪୧ ପ୍ରତିଶତ ଅଟେ ।ଲମତାପୁଟ ବ୍ଲକରେ ୩୯୦୬୮ ଜଣ ଭୋଟର ରହିଥିବା ବେଳେ ୩୪୭୨୪ଜଣ ଭୋଟର ମତଦାନ କରିଥିଲେ ।ଯାହାକି ୮୮.୮୮ ପ୍ରତିଶତ ଅଟେ ।କୋରାପୁଟ ଜିଲ୍ଲାର ୭ ଲକ୍ଷ ୮୩ ହଜାର ୮୬୩ ଜଣ ଭୋଟର ରହିଥିବା ବେଳେ ୬ ଲକ୍ଷ୪୦ ହଜାର୨୨୦ ଜଣ ଭୋଟର ଚଳିତ ପଂଚାୟତ ନିର୍ବାଚନରେ ମତଦାନ କରିଥିଲେ ।କୋରାପୁଟ ଜିଲ୍ଲାରେ୮୨.୩୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇ ରହିଛି ।
କୋରାପୁଟ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର  ସମସ୍ତ ପର୍ଯ୍ୟାୟରେ ୮୨.୩୧ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାଓ ଅଧ୍ୟୁଷିତ ଓ ଦୁର୍ଗମ ଅଂଚଳରେ  ଅବାଧ  ନିର୍ବାଚନ ହୋଇଥିବାବେଳେ ଜିଲ୍ଲାର କୌଣସି ବୁଥରେ ପୁନଃ ମତଦାନ ହେବା ସ୍ଥିତି  ସୃଷ୍ଟି ହୋଇ ନ ଥିବାରୁ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ,ପ୍ରତିଦ୍ୱନ୍ଦି ,ପୋଲିଂ ଅଫିସିଆଲ ଏବଂ ପୋଲିସ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବେଲଟ ବକ୍ସ୍ ସବୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଥିବାବେଳେ ଆସନ୍ତା ୨୬ରୁ ମତ ଗଣନା ଆରମ୍ଭ କରା ଯାଇ ତିନିଦିନରେ ଶେଷ କରାଯିବ  ବୋଲି ସେ ସୂଚନା ଦେବା ସହ ଲଟେରୀ ମାଧ୍ୟମରେ  ମତଗଣନାରେ ନିୟୋଜିତ କର୍ମଚାରୀ ମାନଙ୍କୁ  ଗଣନା ଟେବୁଲ୍‌  ଆବଂଟନ କରାଯିବ ବୋଲି ପ୍ରକାଶ କରିଛନ୍ତିି । ରାଜ୍ୟ  ନିର୍ବାଚନ କମିଶନରଙ୍କ  ନିର୍ଦ୍ଦେଶ ଅନୁଯାୟୀ  ପ୍ରତିଦିନ ଗୋଟିଏ  ଜିଲା ପରିଷଦ ଜୋନର ଭୋଟ ଗଣତି ହେବ ବୋଲି  ଜିଲାପାଳ ପ୍ରକାଶ କରିଛନ୍ତି । ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ଓ ଫଟୋ ଉଠାଯିବା ଉପରେ ବାରଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.