Home କୋରାପୁଟ ଦେବିଘାଟ ପାଇନ ଜଙ୍ଗଲରେ  ଲାଗିଲା ନିଆଁ,ଆୟତ କଲା ବନ ବିଭାଗ ଓ ଫାୟାର ବିଭାଗ

ଦେବିଘାଟ ପାଇନ ଜଙ୍ଗଲରେ  ଲାଗିଲା ନିଆଁ,ଆୟତ କଲା ବନ ବିଭାଗ ଓ ଫାୟାର ବିଭାଗ

27

କୋରାପୁଟ ୨୩-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର ଦେବୀଘାଟ ନିକଟ ପାଇନ୍ ଜଙ୍ଗଲରେ  ବୁଧବାର ସକାଳେ ନିଆ ଲାଗିଥିବାବେଳେ ଠିକଣା ସମୟରେ ବନ ବିଭାଗ ପହଂଚି ଅଗ୍ନୀଶମ ବିଭାଗ ସହାୟତାରେ ନିଆଁକୁ ଆୟତ କରି ପାରିଥିଲା । ପାଇନ ଜଙ୍ଗଲ ଭିତରେ ଥିବା ସୁଖିଲା ପତ୍ର ଓ ଲଟାବୁଦାରେ କେହି ନିଆଁ ଲଗାଇଦେବା ଯୋଗୁଁ  ଜଙ୍ଗଲସାରା  ନିଆ ଖେଳି ଯାଇଥିଲା । ଗ୍ରାମବାସୀଙ୍କ  ନିକଟରୁ ସୂଚନା ପାଇବା ମାତ୍ରେ କୋରାପୁଟ ବନାଂଚଳ ଅଧିକାରୀ ରୋହିତ କୁମାର,ଫାୟାର ଷ୍ଟେସନ ଅଧିକାରୀ ସଂଜୀବ କୁମାର ବେହେରା ଦମକଳ ଓ ବିଭାଗୀୟ  କର୍ମଚାରୀ ମାନଙ୍କୁ ନେଇ ଘଟଣା ସ୍ଥଳରେ ପହଂଚି ନିଆକୁ ଆୟତ କରି ନେଇଥିଲେ  । ତେବେ ଏଥିରେ କୌଣସି କ୍ଷୟ କ୍ଷତି ହୋଇ ନଥିବା ବନାଂଚଳ ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.