Home କୋରାପୁଟ କୋରାପୁଟ ଜିଲ୍ଲା  କନିଷ୍ଠ ଶିକ୍ଷକ ସଂଘ କର୍ମକର୍ତା ମନୋନୀତ

କୋରାପୁଟ ଜିଲ୍ଲା  କନିଷ୍ଠ ଶିକ୍ଷକ ସଂଘ କର୍ମକର୍ତା ମନୋନୀତ

35

କୋରାପୁଟ ୧୩-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଶିକ୍ଷକ ସଂଘର କର୍ମକର୍ତା ମନୋନୀତ ହୋଇଥିବା ଜଣାପଡିଛି ।କୋରାପୁଟ ଶିକ୍ଷକ ଭବନଠାରେ କନିଷ୍ଠ ଶିକ୍ଷକ ସଂଘ ୨୦୧୫ ବ୍ୟାଚର ସଭାପତି ଅର୍ମାନ ଖୁରାଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ  ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର କର୍ମକର୍ତା ମନୋନୀତ କରାଯାଇଥିଲା ।ରୁଦ୍ରନାରାୟଣ ବ୍ରହ୍ମା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ରାମକ୍ରୀଷ୍ଣ ପଟନାୟକଙ୍କୁ ସଂପାଦକ ଭାବେ ମନୋନୀତ କରାଯାଇଥିବା ଜଣାପଡିଛି ।ସେହିପରି ରାଜେଶ୍ୱରୀ ଜାନୀ(ଉପସଭାପତି) ,ଅବିନାଶ ପାଣିଗ୍ରହୀ (କାର୍ଯ୍ୟକାରୀ ସଭାପତି), ସହ ସଂପାଦକ ସୁମତୀ ନାୟକ,କାର୍ଯ୍ୟକାରୀ ସଂପାଦଜ ଶକ୍ତ ପ୍ରସାଦ ଦାସ,କୋଷାଧ୍ୟକ୍ଷ  ବନୀତା କୁମାରୀ ପଣ୍ଡା ,ଜିଲ୍ଲା ସଂଯୋଜକ ରଶ୍ମି ରଞ୍ଜନ  ସାହୁ ଓ ମିଡିଆସେଲ ସଂଯୋଜକ ମନୋରଞ୍ଜନ ପଲାଇଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି ।ଏହି ବୈଠକରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସଭାପତି ତ୍ରୀନାଥ ହରିଜନ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ ।ଜିଲ୍ଲା ଶିକ୍ଷକ ସଂଘର ଧନେଶ୍ୱର କାଣ୍ଡି,ନୟନ ବିଷୋୟୀ ଓ ଚିତରଞ୍ଜନ ରଥ ପ୍ରମୁଖ ଯୋଗଦେଇଥିଲେ ।ଶିକ୍ଷକମାନଙ୍କର ରହିଥିବା ସମସ୍ୟା କିପରି ସୁଚାରୁ ରୂପେ ସାମାଧାନ ହୋଇପାରିବ ତାହା ଗଠିତ ହୋଇଥିବା ସଂଘର ମୂଲ ଲକ୍ଷ୍ୟ ବୋଲି କୁହାଯାଇଛି ।ଶେଷରେ କନିଷ୍ଠ ଶିକ୍ଷକମାନଙ୍କର ଦରମା ବୃଦ୍ଧି ସଂପର୍କରେ ଆଲୋଚନା କରାଯାଇ ସରକାରଙ୍କ ଧନ୍ୟବାଦ ଅର୍ପଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.