କୋରାପୁଟ ସୁପର ମାର୍କେଟ କମ୍ପେକ୍ସ ସମ୍ମୁଖରେ ରହିଥିବା ଠିକାଦୋକାନୀମାନଙ୍କୁ ଉଠେଇବାକୁ ଦାବି

କୋରାପୁଟ ; ତା୦୨-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସୁପର ମାର୍କେଟ କମ୍ପେକ୍ସ ସମ୍ମୁଖରେ ରହିଥିବା ଉଠାଦୋକାନୀଙ୍କୁ ଉଠେଇବାକୁ ମାର୍କେଟ କମ୍ପେକ୍ସରେ ଷ୍ଟଲପାଇ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଆଜି ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ କୋରାପୁଟଠାରେ ଏକ ସୁପର ମାର୍କେଟ କମ୍ପେକ୍ସ ନିର୍ମାଣ କରିଥିଲେ ସୁଦ୍ଧା ଠିକାଦୋକାନୀମାନେ ଆଗରେ ରହିଥିବାରୁ ବହୁତ ଅସୁବିଧା ହେଉଥିବା ମେଡିସିନ ଦୋକାନ କରିଥିବା ବ୍ୟବସାୟୀ ସୀତାନାଥ ପଟନାୟକ ଅଭିଯୋଗ କରିଛନ୍ତି । ପୂର୍ବରୁ ରହିଥିବା ଷ୍ଟଲ କର୍ତୂପକ୍ଷ ନୂତନ ଷ୍ଟଲ ନିର୍ମାଣ କରିବା ନିମନ୍ତେ ୧୬ ଜଣ ବ୍ୟବସାୟୀଙ୍କ ସହିତ ଚୁକ୍ତି କରିବା ପରେ ଭାଙ୍ଗିଥିଲେ ଓ…

"କୋରାପୁଟ ସୁପର ମାର୍କେଟ କମ୍ପେକ୍ସ ସମ୍ମୁଖରେ ରହିଥିବା ଠିକାଦୋକାନୀମାନଙ୍କୁ ଉଠେଇବାକୁ ଦାବି"

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତାକାମ ତୁରନ୍ତ ଆରମ୍ଭ କରିବାକୁ ଖୋଡାପୁଟ ଓ ସିକ୍ରେଲ ଗ୍ରାମବାସୀଙ୍କ ଦାବି

କୋରାପୁଟ ; ତା୦୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତାକାମ ତୁରନ୍ତ ଆରମ୍ଭ କରିବାକୁ ଖୋଡାପୁଟ ଓ ସିକ୍ରେଲ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଦାବି ଜଣେଇଛନ୍ତି।୩ ବର୍ଷ ତଳେ ଜୟନ୍ତଗିରିଠାରୁ ମୁଣ୍ଡାପୁଟକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କରିବାକୁ ଅନୁମୋଦିତ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇ ନ ଥିବାରୁ ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକିନପୁଟ ପଂଚାୟତର ଖୋଡାପୁଟ ଓ ସିକ୍ରେଲ ଗ୍ରମାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସମିତି ସଭ୍ୟା ସୁବର୍ଣ୍ଣ ବଡନାୟକ ଅଭିଯୋଗ କରିଛନ୍ତି।ରାସ୍ତା ଏତେ ଖରାପ ହୋଇଛି ଯେ ବର୍ଷାଦିନରେ ଯିବା ଆସିବା କରିବା ଓ ପିଲାମାନେ…

"ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତାକାମ ତୁରନ୍ତ ଆରମ୍ଭ କରିବାକୁ ଖୋଡାପୁଟ ଓ ସିକ୍ରେଲ ଗ୍ରାମବାସୀଙ୍କ ଦାବି"

କଳିଙ୍ଗ ମିତ୍ର ସଂଘର ସାମ୍ବାଦିକ ସମ୍ମିଳନୀ ;କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ନାମରେ ଥିବା କେସ ପ୍ରତ୍ୟାହାର କରିବାକୁ ଦାବି

କୋରାପୁଟ ; ତା୦୧-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟସ୍ଥିତ ଟାଉନହଲଠାରେ କଳିଙ୍ଗ ମିତ୍ର ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜୟପୁରର ଗଙ୍ଗାଧର ନନ୍ଦ ଲକ୍ଷ୍ମିପୁର ଥାନାରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ବୈାଦ୍ଧଭିକ୍ଷୁମାନଙ୍କ ନାମରେ ଏତାଲା ଦେଇଥିବା ବେଳେ ଗତକାଲି କଳିଙ୍ଗ ମିତ୍ର ସଂଘ ଗଙ୍ଗାଧର ନନ୍ଦଙ୍କ ନାମରେ ଲକ୍ଷ୍ମିପୁର ଥାନାରେ ଏତାଲା ଦେଇଛନ୍ତି।ଏଥିପୂର୍ବରୁ ଓଡିଶା ବୈାଦ୍ଧିଷ୍ଠ କାଉନସିଲର ବୈାଦ୍ଧଧର୍ମ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ମିତ୍ର ସଂଘର ସଭାପତି ଗଙ୍ଗଧର ସାଗର, ଉପସଭାପତି ଭିମ ଖିଲ, ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳନିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝି, ପୂର୍ବତନ ବିଧାୟକ ନିମାଁଇ…

"କଳିଙ୍ଗ ମିତ୍ର ସଂଘର ସାମ୍ବାଦିକ ସମ୍ମିଳନୀ ;କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ନାମରେ ଥିବା କେସ ପ୍ରତ୍ୟାହାର କରିବାକୁ ଦାବି"

ପ୍ରଗତିକୁ ଆନ୍ତର୍ଜାତୀୟ ପୁରଷ୍କାର

କୋରାପୁଟ ୦୧-୦୭-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଆନ୍ତର୍ଜାତୀୟ ପୁରଷ୍କାର କିଲିଂ କର୍ଭ ପୁରଷ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। କୋଲରାଡରେ ଆୟୋଜିତ ଏକ ଚୟନ ପ୍ରକ୍ରିୟାରେ ବିଶ୍ୱର ୩୪ଦେଶରୁ ଆସିଥିବା ୧୬୫ଟି ଅନୁଷ୍ଠାନର ପରିବେଶ ସନ୍ତୁଳନ ଦିଗରେ କରା ଯାଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରା ଯାଇ ୧୦ଟି ସର୍ବୋକ୍ତଷ୍ଟ ଅନୁଷ୍ଠାନକୁ ଏହି ପୁରଷ୍କାର ପାଇବାକୁ ଯୋଗ୍ୟ ଘୋଷଣା କରାଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି କୋରାପୁଟ ଜିଲାର ନନ୍ଦପୁର, ଲମତାପୁଟ, କୋରାପୁଟ, କୋଟପାଡ.ଓ ଦଶମନ୍ତପୁର ବ୍ଲକର ୧୨ହଜାରରୁ ଉର୍ଦ୍ଧ୍ୱ ଚାଷିଙ୍କୁ ଜୈବିକ ରିତିରେ ସଘନ ଧାନଚାଷ(ଶ୍ରୀ ପ୍ରଣାଳୀରେ), ଓ ସଘନ ମାଣ୍ଡିଆ ଚାଷ କରି ପରିବେଶକୁ ସୁରକ୍ଷିତ ରଖିବା ସହ…

"ପ୍ରଗତିକୁ ଆନ୍ତର୍ଜାତୀୟ ପୁରଷ୍କାର"

୧୧୪କିଲୋ ଗଂଜେଇ ଓ ୨ଟି କାର ଜବତ, ୭ଗିରଫ

କୋରାପୁଟ; ତା୦୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତକାଲି ବିଳମ୍ବିତ ରାତିରେ ପଟ୍ଟାଙ୍ଗି ପୋଲିସ ଏକ ସାତ ଜଣିଆ ଗଂଜେଇ ମାଫିଆ ଟିମକୁ ଧରିବା ସହ ସେମାନଙ୍କ ନିକଟରୁ ୧୧୪ କିଲୋଗ୍ରାମ ଗଂଜେଇ ଏବଂ ୨ଟି କାର୍ ଜବତ କରିଛି। ଥାନା ଅଧିକାରୀ ଦେବ କୁମାର ଗୋମାଙ୍ଗ ଥାନାରେ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାତିରେ ସବ-ଇନସପେକ୍ଟର କରୁଣାକର ଗୌଡଙ୍କ ନେତୃତ୍ୱରେ ଏକ ଟି୍ମ ୨୬ ନଂ ଜାତୀୟ ରାଜପଥରେ ଗାଡି ଯାଂଚ କରିବା ବେଳେ ୨ଟି କାରରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ଥାନା ଅଧିକାରୀ ଶ୍ରୀ ଗୋମାଙ୍ଗ ଘଟଣା ସ୍ଥଳରେ ପହଂଚି…

"୧୧୪କିଲୋ ଗଂଜେଇ ଓ ୨ଟି କାର ଜବତ, ୭ଗିରଫ"

ଅବକାରୀ ଚଢାଉ; ତିନି ମହିଳାଙ୍କ ସମେତ ୫ଗିରଫ ଓ ୪୦୦ ଲିଟର ପୋଚ ନଷ୍ଟ

କୋରାପୁଟ ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଓ ଅବକାରୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରା ଯାଇ ତିନିଜଣ ମହିଳାଙ୍କ ସମେତ ୫ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬୬ଲିଟର ରନ୍ଧାମଦ ଓ ୧୦ଲିଟର ସଲପ ତାଡି ଜବତ କରାଯାଇଥିବା ବେଳେ ୪୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା ବୋଲି ଜଣାପଡିଛି। କୋରାପୁଟ ଅବକାରୀ ଉପ-ଅଧୀକ୍ଷକ ଦଣ୍ଡପାଣି ବେହେରା ଓ ଇନସପେକ୍ଟର ମଦନ ମୋହନ ଧାଙ୍କଡା ମାଝିଙ୍କ ନେତୃତ୍ୱରେ ଶନିବାର ନନ୍ଦପୁର ବ୍ଲକର ଭୋଇଗୁଡା ଓ ଲୋହାବା ଗ୍ରାମରେ ଚଢାଉ କରା…

"ଅବକାରୀ ଚଢାଉ; ତିନି ମହିଳାଙ୍କ ସମେତ ୫ଗିରଫ ଓ ୪୦୦ ଲିଟର ପୋଚ ନଷ୍ଟ"

ବିପିଏମ ଓ ବିଏଏମଙ୍କ ବଦଳି ବାତିଲ ପାଇଁ ଆଶା କର୍ମୀ ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗରେ କାର୍ଯ୍ୟରତ ବ୍ଲକ ପ୍ରୋଗ୍ରାମ୍ ମେନେଜର(ବିପିଏମ୍)ଓ ବ୍ଲକ୍ ଆକାଉଂଟସ୍ ମେନେଜର(ବିଏଏମ)ଙ୍କ ବଦଳି ବାତିଲ କରିବାକୁ ବ୍ଲକର ସମସ୍ତ ଆଶାକର୍ମୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ କାର୍ଯ୍ୟରତ ଉଭୟ ଅଧିକାରୀ ଆଶାକର୍ମୀ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି, ଆଶା କର୍ମୀ ମାନଙ୍କୁ ହସ୍ପିଟାଲର ଏକ ଅଙ୍ଗ ଭାବେ ସେମାନେ ମନେ କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ଆଶାଦିଦିମାନେ କିପରି ଅଧିକ ଦକ୍ଷତା ସମ୍ପନ୍ନ ହୋଇ ପାରିବେ ସେ ଦିଗରେ ବ୍ୟକ୍ତିଗତ ପ୍ରଚେଷ୍ଟା କରି ସବୁବେଳେ ଦିଗ୍ ଦର୍ଶନ ଦିଅନ୍ତି ତେଣୁ ଉପାନ୍ତ ଅଂଚଳରେ ନିଷ୍ଠାର…

"ବିପିଏମ ଓ ବିଏଏମଙ୍କ ବଦଳି ବାତିଲ ପାଇଁ ଆଶା କର୍ମୀ ଜିଲାପାଳଙ୍କ ଦ୍ୱାରସ୍ଥ"

କୋରାପୁଟ ଡାକ୍ତରଖାନାରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

କୋରାପୁଟ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ଜଣେ ଡାକ୍ତରଙ୍କ ବିନା ପରାମର୍ଶରେ ଲୁଚିକି ପଲାଇଥିବା ଜଣାପଡିଛି। ତେବେ ଡେଙ୍ଗୁରେ ଆକ୍ରାନ୍ତମାନେ କୋରାପୁଟ ଜିଲାର ନୁହଁ ସେମାନେ ରାୟଗଡା ଜିଲାର ବୋଲି କୋରାପୁଟ ସଦର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳୀ ପ୍ରସାଦ ବେହେରା ସୂଚନା ଦେଇଛନ୍ତି। ରାୟଗଡା ଜେକେପୁର ସୁମିତ୍ରା ନାଗ(୨୭), ରାୟଗଡା ସହରର ଦୁଇ ଭାଇ ଇ.ଦୁର୍ଗା ଓ ଇ.ବୈକୁଣ୍ଠ ଜ୍ୱର ନ କମିବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ…

"କୋରାପୁଟ ଡାକ୍ତରଖାନାରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ"

କଫି ଉନ୍ନୟନ ଖଣ୍ଡ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ; ୩୯ ଟି ପଦବୀରୁ ୨୫ ଟି ଖାଲି ରହିଛି ; ୧୪ ଜଣଙ୍କୁ ନେଇ ୨ ଟି ଜିଲ୍ଲାରେ କାର୍ଯ୍ୟ ଚାଲୁଛି

କୋରାପୁଟ ; ତା୩୦-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ)କଫିର ବିକାଶ ନିମନ୍ତେ ରାଜ୍ୟ ସରକାର ୨୦୦୪ ମସିହାରେ କୋରାପୁଟଠାରେ କଫି ଉନ୍ନୟନ କାର୍ଯ୍ୟାଳୟ ସ୍ଥାପନ କଲେ କିନ୍ତୁ କାର୍ଯ୍ୟାଳୟ ଓ କ୍ଷେତ୍ରରେ କର୍ମଚାରୀ ଅଭାବ ରହିଥିବାରୁ କାର୍ଯ୍ୟ କରିବା କଷ୍ଟକର ହେଉଥିବା ସହାୟକ ନିର୍ଦ୍ଦେଶକ ଡ. ଦୟାନିଧି ବାଗ ପ୍ରକାଶ କରିଛନ୍ତି।କୋରାପୁଟ ଓ ରାୟଗଡା ଜିଲ୍ଲାରେ କଫି ଚାଷର ବିକାଶ ନିମନ୍ତେ ଯେଉଁ ଲକ୍ଷ୍ୟ ରଖାଯାଇ କଫି ଉନ୍ନୟନ ଖଣ୍ଡ ସ୍ଥାପନ କରାଯାଇଥିଲା କର୍ମଚାରୀ ଅଭାବରୁ କାର୍ଯ୍ୟ କରି ହେଉ ନ ଥିବାରୁ ବନ ବିଭାଗ ଓ ଜଳବିଭାଜିକା ମିଶନକୁ କାର୍ଯ୍ୟ ଦିଆଯାଉଥିବା ସେ ସୂଚନା ଦେଇଥିଲେ।୩୯ ଟି ପଦବୀରୁ ୨୫ ଟି ପଦବୀ ଖାଲି ରହିଥିବା ବେଳେ…

"କଫି ଉନ୍ନୟନ ଖଣ୍ଡ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ; ୩୯ ଟି ପଦବୀରୁ ୨୫ ଟି ଖାଲି ରହିଛି ; ୧୪ ଜଣଙ୍କୁ ନେଇ ୨ ଟି ଜିଲ୍ଲାରେ କାର୍ଯ୍ୟ ଚାଲୁଛି"

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା

କୋରାପୁଟ ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।୨୦୧୮/୧୯ ଆର୍ଥିକ ବର୍ଷରେ ୭ ଟି ପଂଚାୟତରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ୫୮ ଜଣ ହିତାଧିକାରୀ କର୍ମଶାଳାରେ ଯୋଗଦେଇଥିଲେ ବୋଲି ଏବିଡିଓ ସଦାଶିବ ଅଧିକାରୀ ପ୍ରକାଶ କରିଥିଲେ।୪ ମାସରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତି ନେଇଥିବା ବେଳେ ୬ମାସରେ ସଂପୁର୍ଣ୍ଣ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ତେଣୁ କାର୍ଯ୍ୟାଦେଶ ପାଇଥିବା ହିତରାଧିକାରୀମାନେ ଗୃହ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଉପସ୍ଥିତ ଅତିଥିମାନେ…

"ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା"