Home କୋରାପୁଟ କୋରାପୁଟ ଜିଲ୍ଲାରେ  ୪୮୫ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଲେ

କୋରାପୁଟ ଜିଲ୍ଲାରେ  ୪୮୫ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଲେ

52

କୋରାପୁଟ ୩୦-୦୭(ଓଡିଆ ପୁଅ /ରଂଜନ ଦାସ)କୋଭିଡ କଟକଣା ମଧ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି ।ଜିଲ୍ଲାରେ ପ୍ରଥମ ଦିନରେ ସମୁଦାୟ ୪୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି ।ଏଚଏସସିରେ ୩୫୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଦିନରେ ୩୦୮ ଓ ଏସଓଏସରେ ୨୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୭ ଜଣ ପରୀକ୍ଷା ଦେଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ସରକାରୀ ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କର ଥର୍ମାଲ ସ୍କ୍ରିନିଂ ଓ ହାତ ସାନିଟାଇଜ କରିବା ପରେ ପରୀକ୍ଷା ହଲକୁ ଛଡାଯାଇଥିଲା ।  ଉକ୍ତ ପରୀକ୍ଷା କେନ୍ଦ୍ରରେ ୨ଟି  କୋଭିଡ ଆସୋଲେସନ ହଲ ରହିଥିବା ପରୀକ୍ଷା ଅଧୀକ୍ଷକ ରଶ୍ମିରଂଜନ ସେଠୀ ସୂଚନା ଦେଇଛନ୍ତି ।କୋରାପୁଟ ସରକାରୀ ହାଇସ୍କୁଲ କେନ୍ଦ୍ରରେ ୧୧୭ ଜଣ ପରୀକ୍ଷାର୍ଥଙ୍କ ମଧ୍ୟରୁ ପ୍ରଥମ ଦିନରେ ୧୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ସୁପରଭାଇଜର ସେମିଲିଗୁଡା ,ପଟ୍ଟାଙ୍ଗୀ ଓ ନନ୍ଦପୁର ପରୀକ୍ଷା କେନ୍ଦ୍ରକୁ ଯାଇ ପରିଦର୍ଶନ କରିଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.