Home କୋରାପୁଟ କୋରାପୁଟ ଜିଲ୍ଲାରେ ୯ଜଣ କରୋନା ପଜିଟିଭ  ଚିହ୍ନଟ

କୋରାପୁଟ ଜିଲ୍ଲାରେ ୯ଜଣ କରୋନା ପଜିଟିଭ  ଚିହ୍ନଟ

44

କୋରାପୁଟ ୨୬-୦୭(ଓଡିଆ ପୁଅ /ରଂଜନ ଦାସ)ସୋମବାର କୋରାପୁଟ ଜିଲ୍ଲାରେ  ୪ଜଣ ମହିଳାଙ୍କ ସମେତ  ୯ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୭୯୧ରେ ପହଂଚିଛି ।  ଆଜି କୋରାପୁଟ ପୈାରାଂଚଳରୁ ୨,ଜୟପୁର ପୈାରଂଚଳରୁ ୧ ଓ ସୁନାବେଡା ପୈାରଂଚଳରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଦଶମନ୍ତପୁର ଓଲମତାପୁଟ ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋଟପାଡ ଏନଏସି ସମେତ ବନ୍ଧୁଗାଁ,ବୈପରୀଗୁଡା,ବୋରିଗୁମ୍ମା,ଜୟପୁର,କୋରାପୁଟ,କୋଟପାଡ,କୁନ୍ଦ୍ରା,ଲକ୍ଷ୍ମିପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀଓସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତିି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୨୫  ତାରିଖ ସୁଦ୍ଧା ୪ ଲକ୍ଷ   ୮୪ ହଜାର  ୧୦୦ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୫୩୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୧୯୧ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ରବିବାର ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୯   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.