Home କୋରାପୁଟ କୋରାପୁଟରେ ନୂତନ ରେଳପଥ ପ୍ରକଳ୍ପ ବିଶେଷଜ୍ଞ କମିଟି ବୈଠକ

କୋରାପୁଟରେ ନୂତନ ରେଳପଥ ପ୍ରକଳ୍ପ ବିଶେଷଜ୍ଞ କମିଟି ବୈଠକ

43

କୋରାପୁଟ ୨୯-୦୭(ଓଡିଆ ପୁଅ /ରଂଜନ ଦାସ)ଜୟପୁରଠାରୁ ମାଲକାନଗିରି ଓ ଜୟପୁରଠାରୁ ନବରଙ୍ଗପୁର  ପର୍ଯ୍ୟନ୍ତ ନୂତନ ପ୍ରଶସ୍ତ ରେଳପଥ ପ୍ରକଳ୍ପ ବିଶେଷଜ୍ଞ କମିଟି ବୈଠକ କୋରାପୁଟଠାରେ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମାଜିକ ଆକଳନ ରିପୋର୍ଟ କମିଟି ବୈଠକରେ ଉପସ୍ଥାପନା କରାଯାଇଥିଲା ।ଜୟପୁରଠାରୁ ମାଲାକାନଗିରି ରେଳ ପ୍ରକଳ୍ପ ନିମନ୍ତେ ୨୭ କିମି  ସର୍ଭେ ଶେଷ ହୋଇଯାଇଥିବା ବେଳେ୧୦ କିମି ସର୍ଭେ କାମ ୧୫ ଦିନ ମଧ୍ୟରେ ଶେଷ ହେବ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।ସାମାଜିକ ଆକଳନ ସମୟରେ ଯେଉଁ ଅଭିଯୋଗ ଆସିଥିଲା ତାହାର ସଂପୂକ୍ତ ତହସିଲଦାରମାନେ ତଦନ୍ତ କରିଥିବା ସେ ପ୍ରକାଶ କରିଛନ୍ତି ।ଜୟପୁରଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ରେଳପଥର ସର୍ଭେ  ହୋଇସାରିଛି ।ବୋରିଗୁମ୍ମା ଟାଉନ ମଧ୍ୟରେ ରେଳଲୋଇନ ଯାଉଥିବାରୁ ଲୋକମାନେ ଆପତି ଜଣେଇଥିଲେ ।୨କିମି ପୁନଃ ନକ୍ସା ପାଇଁ  ପ୍ରସ୍ତାବ ଦିଆଯାଇଥିଲା ତାହାକୁ ରେଳବାଇ କର୍ତୂପକ୍ଷ ଗ୍ରହଣ କରିଛନ୍ତି ଓ ଆଉଥରେ ସର୍ଭେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଏହି ବୈଠକରେ ଜୟପୁର ଉପଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ହେମକାନ୍ତ ସାଏ , ସଦସ୍ୟ ଗଦାଧର ପରିଡା ,କୃଷ୍ଣ ସିଂ  ଓ ସୁଧାକର ପଟନାୟକ , କୁନ୍ଦ୍ରା ତହସିଲଦାର ଏ.ମଣ୍ଡଳ , ବୈପାରୀଗୁଡା ତହସିଲଦାର କୈଳାସ ତ୍ରୀପାଠୀ ,ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ ,ବିଶାଖାପାଟଣା ରେଳବାଇର ଉପମୁଖ୍ୟଯନ୍ତ୍ରୀ ଏସ.ମୟିଲେରୀ, କୋରାପୁଟ ରେଳବାଇର ନିର୍ବାହୀ ଯନ୍ତ୍ରୀ କେ.ରବିନ୍ଦ୍ର କୁମାର,ଜଗଦଲପୁର ଏସଏସଇ ଏସ.ଗୋପାଲୁଡୁ ,ଜଗଦଲପୁରର ଉପମୁଖ୍ୟଯନ୍ତ୍ରୀ ଏସ.ନିରାକେଶ୍ୱର ରାଓ ,ଜୟପୁର ବ୍ଲକ ଅଧ୍ୟକ୍ଷା ସୁକାନ୍ତ ବାଗଦୋରିଆ ,ବୋରିଗୁମ୍ମା ବ୍ଲକ ଅଧ୍ୟକ୍ଷା ସରୋଜିନୀ କଣ୍ଡାଗିରି , କୁନ୍ଦ୍ରା ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପରଜ.ବୈପାରୀଗୁଡା ସରପଂଚ ଭାଗିରଥି ମୁର୍ଜା ,ଆମ୍ବଗୁଡା ସରପଂଚ ଦିନୁ ହିକକା , ବୋରିଗୁମ୍ମା ସରପଂଚ ଚନ୍ଦ୍ରିକା ଜାନି ,ଗ୍ରୀନ ଇଣ୍ଡିଆର ମାନଓ ରଂଜନ ଖୁଂଟିଆ  ଓ ଆମିଟିର ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ କମଳାକାନ୍ତ ରଥ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଜୟପୁରଠାରୁ ମାଲାକାନଗିରି ନୂତନ ପ୍ରଶସ୍ତ ରେଳପଥ ପ୍ରକଳ୍ପକୁ କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ଦ୍ୱାରା ୨୦୧୮ ମସିହାରେ ଅନୁମୋଦନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.