Home କୋରାପୁଟ କୋରାପୁଟ ଜିଲ୍ଲାରେ ୪ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

କୋରାପୁଟ ଜିଲ୍ଲାରେ ୪ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

27

କୋରାପୁଟ ୨୯-୦୭(ଓଡିଆ ପୁଅ /ରଂଜନ ଦାସ)ଗୁରୁବାର କୋରାପୁଟ ଜିଲ୍ଲାରେ  ଜଣେ ମହିଳାଙ୍କ ସମେତ  ୪ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୮୦୪ ରେ ପହଂଚିଛି ।  ଆଜି  ଜୟପୁର ପୌର ପରିଷଦ ଓ  କୋଟପାଡ ଏନଏସି ସମେତ ବୈପାରିଗୁଡା,ବୋରିଗୁମ୍ମା,ଦଶମନ୍ତପୁର,ଜୟପୁର,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଆଜି କେବଳ କୋରାପୁଟ ଓ ସୁନାବେଡା ପୌରାଂଚଳ  ଏବଂ ବନ୍ଧୁଗାଁ ଓ କୋରାପୁଟ ବ୍ଲକରେ ଜଣେ ଲେଖାଏଁ  ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୨୮  ତାରିଖ ସୁଦ୍ଧା ୫ ଲକ୍ଷ   ୨ ହଜାର  ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୫୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୧୬୫ ଟି ସକ୍ରୀୟ କେସ  ରହିଛି ।  ଜିଲ୍ଲାରେ  ଆଉ  ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ  ଆଜି ସୁଦ୍ଧା  ମୋଟ ୭୧ ଜଣଙ୍କର ମୃତ୍ୟୁ ହୋଇଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.