Home କୋରାପୁଟ ସୁନାବେଡା କେନ୍ଦୀୟ ବିଦ୍ୟାଳୟ ପରିସରରେ ଚାରାରୋପଣ

ସୁନାବେଡା କେନ୍ଦୀୟ ବିଦ୍ୟାଳୟ ପରିସରରେ ଚାରାରୋପଣ

31

କୋରାପୁଟ ୨୫-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତଜୁନିୟର ରେଡକ୍ରସ କାଉନସିଲରମାନଙ୍କ ତରଫରୁ ସୁନାବେଡା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ନାରାୟଣ ମେହେର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁନିୟର ରେଡକ୍ରସ ସଦସ୍ୟଙ୍କ ଏଭଳି ଅଭିଯାନକୁ ପ୍ରଶଂସା କରିବା ସହ ନିଜେ  ଚାରା ରୋପଣ କରିଥିଲେ ।ଜଳବାୟୁ ପରିବର୍ତନର ପ୍ରଭାବକୁ ପ୍ରତିହିତ କରିବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି ସେ ମତବ୍ୟକ୍ତ କରିଥିଲେ ।ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ଡଃ ବିରେନ୍ଦ୍ର କୁମାର ଷଡଙ୍ଗୀ ଓ କଂପୁଟର ସାଇନସର ଅଧ୍ୟାପକ ଡଃ ସର୍ବେଶ୍ୱର ବାରିକ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ରେଡକ୍ରସ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ପରିସରରେ ଆତ,ପିଜୁଳି,ଅଁଳା ଆଦି ବିଭିନ୍ନ  କିସମର ଚାରା ଲଗାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସମୀର କୁମାର କଲଶ, ପୁରୁଷୋତମ ସାହୁ,ଜୁନିୟର ରେଡକ୍ରସ କାଉନସିଲର ଶାହେଦା ପରଓିନ,ଜ୍ୟୋତି ରଂଜନ ନନ୍ଦ,ଆଲୋକ କୁମାର ରାଉତ,ଜ୍ୟୋତିରଂଜନ ସାହୁ,ରଂଜିତ କୁମାର ସେଠୀ ଓ ରଜନୀକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ ।ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ଶେଖ ଇବ୍ରାହିମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସମୀର କୁମାର କଲଶ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.