Home କୋରାପୁଟ କୋରାପୁଟ ଜିଲ୍ଲାର କୋରାପୁଟ ପୈାରାଂଚଳରେ କେବଳ ୨ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

କୋରାପୁଟ ଜିଲ୍ଲାର କୋରାପୁଟ ପୈାରାଂଚଳରେ କେବଳ ୨ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

45

କୋରାପୁଟ ୩୦-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ  ଶୁକ୍ରବାର କୋରାପୁଟ ପୈାରାଂଚଳରେ କେବଳ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।କୋରାପୁଟ ପୈାରାଂଚଳର ଗୈାତମନଗର ଓ କୋରାପୁଟରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୮୦୬ରେ ପହଂଚିଛି ।ଜୟପୁର ଓ ସୁନାବେଡା ପୌରାଂଚଳ ଏବଂ କୋଟପାଡ ଏନଏସି ଓ ବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,ଦଶମନ୍ତପୁର,ଜୟପୁର,କୋରାପୁଟ,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର, ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୨୯  ତାରିଖ ସୁଦ୍ଧା ୫ ଲକ୍ଷ   ୧୪  ହଜାର  ୭୮୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୫୭୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୧୫୭ ଟି ସକ୍ରୀୟ କେସ ରହିଛି ।  ଆଜି ଜିଲ୍ଲାରେ  ଆଉ  ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ   ମୋଟ  ମୁତ୍ୟୁ ସଂଖ୍ୟା ୭୨ରେ ପହଂଚିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.