Home କୋରାପୁଟ        ମାଥାଲପୁଟରେ ୩୦  ଲିଟର ମଦ ଜବତ ଓ ଜଣେ ଗିରଫ

       ମାଥାଲପୁଟରେ ୩୦  ଲିଟର ମଦ ଜବତ ଓ ଜଣେ ଗିରଫ

35

କୋରାପୁଟ ୩୦-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠିଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ତେଜରାଜ ଜାନୀଙ୍କ ନେତୃତ୍ୱରେ  ଆଜି  ଦାମନଯୋଡି ଥାନା ମାଥାଲପୁଟ ଗ୍ରାମରେ ଚଢାଉ କରା ଯାଇ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରା ଯାଇଥିବାବେଳେ   ଘଟଣାରେ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ  ମାଥାଲପୁଟର ଭୋଗୁ ଚୌଧୁରୀ ବୋଲି ଜଣାପଡିଛି ।  କୋରାପୁଟ ସଦର ଅବକାରୀ ଥାନାରେ ଏକ ମାମଲା ରୁଜୁ କରା ଯାଇଛି । ଚଢାଉରେ  କୋରାପୁଟ ଇନସପେକ୍ଟର ଶ୍ରୀ ଯାନୀଙ୍କ ସହ ଡିଏଫଏସ ଇନସପେକ୍ଟର ବିଘ୍ନେଶ୍ୱର ବାଣୁଆ,ଅବକାରୀ ବିଭାଗ ସଦର ଓଆଇସି ଦିଲ୍ଲୀପ କୁମାର ରଥ ଓ ଅନ୍ୟମାନେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.