ପ୍ରଥମ ଜୟଦେବ ଜାତୀୟ ପୁରସ୍କାର ବିଶିଷ୍ଟ କବି ବିଷ୍ଣୁ ଖରେ ପାଇବେ

ଭୁବନେଶ୍ୱର ୧୭-୧ (ଓଡ଼ିଆ ପୁଅ) ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ‘ଧଉଳି ରିଭୁ୍ୟ ଟ୍ରଷ୍ଟ’ ତରଫରୁ ଚଳିତ ବର୍ଷ ଆରମ୍ଭ ହୋଇଥିବା ‘ଜୟଦେବ ଜାତୀୟ କବିତା ପୁରସ୍କାର’ ୨୦୧୭ ପାଇଁ ହିନ୍ଦି ଭାଷାର ବିଶିଷ୍ଟ କବି ବିଷ୍ଣୁ ଖରେଙ୍କୁ ଦେବା ପାଇଁ ମନୋନୀତ କରାଯାଇଛି। ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଓଡ଼ିଶାର ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରଖ୍ୟାତ ଇଂରାଜୀ କବି ମନୋହର ସେଟ୍ଟି ଓ ବିଶିଷ୍ଟ ହିନ୍ଦି କବି ଆଶୁତୋଷ ଦୁବେ ରହିଥିଲେ। ଭାରତର ବିଭିନ୍ନ ଭାଷାର ପ୍ରକାଶକଙ୍କଠାରୁ ଆସିଥିବା ୪୦ଟି ପୁସ୍ତକରୁ ପ୍ରଥମେ ୧୨ଟି ପୁସ୍ତକ ଦୀର୍ଘ ତାଲିକା (ଲଙ୍ଗ ଲିଷ୍ଟ)ରେ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଶୋକ ବାଜପେୟୀ, ଭାଲ୍…

"ପ୍ରଥମ ଜୟଦେବ ଜାତୀୟ ପୁରସ୍କାର ବିଶିଷ୍ଟ କବି ବିଷ୍ଣୁ ଖରେ ପାଇବେ"

ଅଣରେଗୁଲାର କର୍ମଚାରୀ ସମନ୍ୱୟ ସମିତିର ସଭା: ୱାର୍କଚାର୍ଜଡ୍ ଓ ଅସ୍ଥାୟୀ କମର୍କଚାରୀଙ୍କୁ ଏକକାଳୀନ ସ୍ଥାୟୀ ଚାକିରୀର ମାନ୍ୟତା ଦାବି

ଭୁବନେଶ୍ୱର, ତା ୧୮ା୧ (ଓଡ଼ିଆ ପୁଅ): ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, ସେଚ ଓ ନଗର ଉନ୍ନୟନ ବିଭାଗ ଆଦି ଅଧିନରେ ପାଞ୍ଚବର୍ଷ ପୂରଣ କରିଥିବା ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ଏକକାଳୀନ ସ୍ଥାୟୀ ଚାକିରୀର ମାନ୍ୟତା ପ୍ରଦାନ କରି ପେନ୍ ସନ୍ ଭୋଗୀ କର୍ମଚାରୀ ଭାବେ ଘୋଷଣା କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରୀ ଅଣରେଗୁଲାର କର୍ମଚାରୀ ସମନ୍ୱୟ ସମିତି ଦାବି କରିଛି। ତା ୧୪.୧.୨୦୧୮ରିଖ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପ ବେତନଭୋଗୀ ସରକାରୀ କର୍ମଚାରୀ ସଂଘ, ଖାରବେଳନଗରଠାରେ ସମିତିର ସଭାପତି ଗିରିଶ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟର ଇଞ୍ଜିନିୟରିଙ୍ଗ ବିଭାଗର ୱାର୍କଚାର୍ଜଡ୍ କର୍ମଚାରୀଙ୍କ ସମେତ ତା ୧୨.୪.୧୯୯୩ ରିଖ ପୂର୍ବରୁ ଓ ପରେ ରାଜ୍ୟର…

"ଅଣରେଗୁଲାର କର୍ମଚାରୀ ସମନ୍ୱୟ ସମିତିର ସଭା: ୱାର୍କଚାର୍ଜଡ୍ ଓ ଅସ୍ଥାୟୀ କମର୍କଚାରୀଙ୍କୁ ଏକକାଳୀନ ସ୍ଥାୟୀ ଚାକିରୀର ମାନ୍ୟତା ଦାବି"

ପୁତ୍ରବଧୂ-ଦୁଷ୍କର୍ମକାରୀ ଓ ହତ୍ୟାକାରୀ ଶ୍ୱଶୁର “ରାମଗୋପାଳ ଖେମ୍ କା”ଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଦାବି :

ଭୁବନେଶ୍ୱର ୧୮/୦୧(ଓଡ଼ିଆ ପୁଅ): ମୟୁରଭଞ୍ଜ ଜିଲ୍ଲା ରାୟରଙ୍ଗପୁର ଥାନା ତଥା ସହର ଅନ୍ତର୍ଗତ ଧରମଗଳି ନିବାସୀ ୫୫ ବର୍ଷିୟ ଶ୍ୱଶୁର ରାମଗୋପାଳ ଖେମ୍ କାଙ୍କ ଲଜ୍ଜାହୀନ କାମୁକତା ହେତୁ ତାଙ୍କ ୨୩ ବର୍ଷିୟା ପୁତ୍ରବଧୂ ଗତ ଗୁରୁବାର ୧୧ ତାରିଖରେ ଦୁଷ୍କର୍ମର ଶୀକାର ହେବା ଏବଂ ପରେ ଘଟଣାକୁ ଚପାଇଦେବା ଉଦ୍ଦେଶ୍ୟରେ ତାଙ୍କ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇବା କାରଣରୁ ତାଙ୍କ ଶରୀରର ୯୫% ଜଳି ଯାଇଥିଲା। ୧୩ ତାରିଖ ବିଳମ୍ବିତ ରାତିରେ ଜାମସେଦ୍ ପୁରସ୍ଥିତ ଟାଟା ମିମୋରିଆଲ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପୁତ୍ରବଧୂଙ୍କ ମୃତ୍ୟୁ ଘଟିଛି। ପୁତ୍ରବଧୂଙ୍କ ଶ୍ୱଶୁର ରାମଗୋପାଳ ଖେମ୍ କାଙ୍କୁ ରାୟରଂଗପୁର ପୋଲିସ ଗିରଫ କରିଛନ୍ତି। ଗିରଫ ହେବା ଭୟରୁ…

"ପୁତ୍ରବଧୂ-ଦୁଷ୍କର୍ମକାରୀ ଓ ହତ୍ୟାକାରୀ ଶ୍ୱଶୁର “ରାମଗୋପାଳ ଖେମ୍ କା”ଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଦାବି :"

ଓଡିଶାରେ ଲୁହାପଥର ଉତ୍ପାଦନର ସମୀକ୍ଷା: ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ମୁତାବକ ଖଣିଜ ଉତ୍ତୋଳନ କରିବାକୁ କେନ୍ଦ୍ର ଖଣିମନ୍ତ୍ରୀ ତୋମାରଙ୍କ ପରାମର୍ଶ

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଓଡିଶାରେ ୬ଟି ଖଣି ବନ୍ଦ ହେବା ପରେ ରାଜ୍ୟରେ ଖଣିଜ ଇସ୍ପାତର ଉତ୍ପାଦନ ସମୀକ୍ଷା କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟର ଖଣି କମ୍ପାନୀମାନଙ୍କୁ ଭେଟିଛନ୍ତି। ଏହି ସମୀକ୍ଷାରୁ ଜଣାପଡିଥିଲା ଯେ ଏବେବି ଅନୁମତି ପ୍ରଦାନ ମୁତାବକ ସୀମା ଏବଂ ପରିବେଶ ପ୍ରଦୂଷଣକୁ ନେଇ ସ୍ଥିରୀକୃତ ସୀମା ମଧ୍ୟରେ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବା ପାଇଁ କେତେକ ଖଣି କମ୍ପାନୀମାନଙ୍କର ହେଡରୁମ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ସୀମା ମଧ୍ୟରେ ରହି ଉତ୍ପାଦନରେ ସର୍ବାଧିକ ବୃଦ୍ଧି ଆଣିବା ପାଇଁ ମନ୍ତ୍ରୀ ଖଣି କମ୍ପାନୀମାନଙ୍କୁ ଅନୁରୋଧ କରିଥିଲେ।…

"ଓଡିଶାରେ ଲୁହାପଥର ଉତ୍ପାଦନର ସମୀକ୍ଷା: ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ମୁତାବକ ଖଣିଜ ଉତ୍ତୋଳନ କରିବାକୁ କେନ୍ଦ୍ର ଖଣିମନ୍ତ୍ରୀ ତୋମାରଙ୍କ ପରାମର୍ଶ"

ଖେଲୋ ଭାରତ ସଂଗୀତ ଉନ୍ମୋଚନ କଲେ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର – ଷ୍ଟାର ସ୍ପୋର୍ଟ୍ସ ନେଟଓା୍ୱର୍କ ଏବଂ ହଟଷ୍ଟାରରେ ହେବ ପ୍ରସାରଣ

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) କ୍ରୀଡ଼ାରେ ଜନଭାଗିଦାରି ଏବଂ ଉତ୍କର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଖେଲୋ ଭାରତ ସଂଗୀତର ଉନ୍ମୋଚନ କରିଛନ୍ତି। ୨୦୧୮ ଜାନୁଆରୀ ୩୧ ତାରିଖରେ ଏହା ଆରମ୍ଭ ହେବ। ଖେଲୋ ଭାରତ ସ୍କୁଲ କ୍ରୀଡ଼ା ପ୍ରଥମ କାର୍ଯ୍ୟକ୍ରମ ହେବ ଯାହାକି ସମଗ୍ର କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମର ଏକ ପରିଭାଷିତ ମାନଦଣ୍ଡ। ଭାରତର ଅଗ୍ରଣୀ ଖେଳ ପ୍ରସାରକ ଚାନେଲ ଷ୍ଟାର ସ୍ପୋର୍ଟ୍ସ ଏହାର ଏକ ବ୍ରଡକାଷ୍ଟିଂ ପାର୍ଟନର। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଖେଲୋ ଭାରତ ସଂଗୀତର ଉନ୍ମୋଚନ କରିଛନ୍ତି ଯାହାକି ଏକ ଉତ୍ସାହଜନକ ରଚନା ଅଟେ ଏବଂ ଦେଶରେ…

"ଖେଲୋ ଭାରତ ସଂଗୀତ ଉନ୍ମୋଚନ କଲେ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର – ଷ୍ଟାର ସ୍ପୋର୍ଟ୍ସ ନେଟଓା୍ୱର୍କ ଏବଂ ହଟଷ୍ଟାରରେ ହେବ ପ୍ରସାରଣ"

ସିଆଇପିଏଏମ-ଡିଆଇପିପି ଦ୍ୱାରା ବୈାଦ୍ଧିକ ସମ୍ପଦ ପ୍ରତିଯୋଗିତାର ଶୁଭାରମ୍ଭ: ବିଜେତା ଦଳକୁ ୪ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହିତ ପ୍ରମାଣ ପତ୍ର

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଔଦ୍ୟୋଗିକ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିପି) ଅନ୍ତର୍ଗତ ଆଇପିଆର ପ୍ରୋତ୍ସାହନ ଏବଂ ପ୍ରବନ୍ଧନ ପ୍ରକୋଷ୍ଠ (ସିଆଇପିଏଏମ) ଆସୋକାମ ଏବଂ ଏରିକ୍ସନ ଭାରତ ସହଯୋଗରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ପାଇଁ ଅଭିନବ ବୌଦ୍ଧିକ ସମ୍ପଦ ପ୍ରତିଯୋଗିତା ‘ଆଇ ପ୍ରିଜିମ’ର ଶୁଭାରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଅନ୍ତର୍ଗତ ଛାତ୍ରମାନଙ୍କଠାରୁ ୩୦ ଏବଂ ୬୦ ସେକେଣ୍ଡର ଦୁଇଟି ଶ୍ରେଣୀରେ ଚୋରି ଏବଂ ଜାଲିଆତି ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ନେଇ ଆବେଦନ ଆମନ୍ତ୍ରଣ କରାଯାଇଛି। ଏହି ପ୍ରତିଯୋଗିତାର ଏକ ଅନ୍ୟ ଶ୍ରେଣୀରେ ବୌଦ୍ଧିକ ସମ୍ପଦ ଉପରେ ମୋବାଇଲ ଗେମିଙ୍ଗ ଆପ ମଧ୍ୟ ରହିଛି। ଏହି ପ୍ରତିଯୋଗିତା ପାଇଁ ୨୦୧୮…

"ସିଆଇପିଏଏମ-ଡିଆଇପିପି ଦ୍ୱାରା ବୈାଦ୍ଧିକ ସମ୍ପଦ ପ୍ରତିଯୋଗିତାର ଶୁଭାରମ୍ଭ: ବିଜେତା ଦଳକୁ ୪ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହିତ ପ୍ରମାଣ ପତ୍ର"

ବିବିଆଇଏନ୍ ମୋଟର ଭେଇକିଲ ଏଗ୍ରିମେଂଟ : ଯାତ୍ରୀବାହୀ ଯାନ ଚଳାଚଳ ନିମନ୍ତେ ବାଂଲାଦେଶ, ଭାରତ ଓ ନେପାଳ ସହମତ

ନୂଆଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ)୨୦୧୫ ଜୁନ୍ ରେ ସ୍ୱାକ୍ଷର ହୋଇଥିବା ବାଂଲାଦେଶ-ଭୁଟାନ-ଭାରତ-ନେପାଳ (ବିବିଆଇଏନ୍ ) ମୋଟର ଭେଇକିଲ ଏଗ୍ରିମେଂଟ (ଏମଭିଏ) ଅନୁଯାୟୀ ଯାତ୍ରୀବାହୀ ଯାନର ଚଳାଚଳ ନିମନ୍ତେ ବାଂଲାଦେଶ, ଭାରତ ଓ ନେପାଳ ସହମତ ହୋଇଛନ୍ତି। ଏଥିପାଇଁ ଆବଶ୍ୟକ ଆଭ୍ୟନ୍ତରୀଣ ଅନୁମତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିଷ୍ପତି ହୋଇଛି। ଅଂଶୀଦାର ଦେଶ ଗୁଡ଼ିକ ମାଲବାହୀ ଯାନ ଚଳାଚଳ ନିମନ୍ତେ ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ରାଜି ହୋଇଛନ୍ତି। ଜାନୁଆରୀ ୧୦-୧୧ ତାରିଖରେ ବେଙ୍ଗାଲୁରୁରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଭାରତ, ନେପାଳ ଓ ବାଂଲାଦେଶର ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭୁଟାନର ଏକ…

"ବିବିଆଇଏନ୍ ମୋଟର ଭେଇକିଲ ଏଗ୍ରିମେଂଟ : ଯାତ୍ରୀବାହୀ ଯାନ ଚଳାଚଳ ନିମନ୍ତେ ବାଂଲାଦେଶ, ଭାରତ ଓ ନେପାଳ ସହମତ"

ଭାରତ-ଇସ୍ରାଏଲ ବାଣିଜ୍ୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ମହାମହିମ ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଭାରତ ଓ ଇସ୍ରାଏଲ ବାଣିଜ୍ୟିକ ନେତାମାନେ, ଦେବୀ ଓ ସଜ୍ଜନମଣ୍ଡଳୀ, ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଇସ୍ରାଏଲ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ମୋର ଦେଶବାସୀଙ୍କ ତରଫରୁ ସ୍ୱାଗତ କରୁଛି। ଉଭୟ ଦେଶର ସିଇଓମାନଙ୍କ ସହ ଏକଜୁଟ୍ ହେବା ଆଉ ଏକ ଖୁସିର କଥା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ଏବେଏବେ ଦ୍ୱିପାକ୍ଷିକ ସିଇଓ ଫୋରମ୍ ମାଧ୍ୟମରେ ଭାରତ ଓ ଇସ୍ରାଏଲର ବ୍ୟବସାୟିକ ନେତାଙ୍କ ସହ ଫଳପ୍ରଦ ବାର୍ତ୍ତାଳାପ ସମାପ୍ତ କରିଛୁ। ଏହି ଆଲୋଚନା ଓ ସିଇଓଙ୍କ ଭାଗିଦାରୀକୁ ନେଇ ମୁଁ ବହୁତ ଆଶାବାଦୀ ଅଛି, ଯାହାକି ଗତବର୍ଷ ଆରମ୍ଭ ହୋଇଥିଲା। ବନ୍ଧୁଗଣ, ମୋର ସର୍ବଦା ଇସ୍ରାଏଲ ଓ ତା’ର…

"ଭାରତ-ଇସ୍ରାଏଲ ବାଣିଜ୍ୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ"

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ

– ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା, ତୈଳ ଓ ଗ୍ୟାସ, ସାଇବର ସୁରକ୍ଷା, ଫିଲ୍ମ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ସହଯୋଗ ବୁଝାମଣା – ଇସ୍ରାଏଲ ସହ ପ୍ରଯୁକ୍ତି ଆଧାରିତ କୃଷି ସହଯୋଗ ଉପରେ ଗୁରୁତ୍ୱ – ପ୍ରତିରକ୍ଷା କ୍ଷେତ୍ରରେ ଇସ୍ରାଏଲୀ କମ୍ପାନୀଗୁଡ଼ିକୁ ଭାରତରେ ଅଧିକ ପୁଞ୍ଜିନିବେଶ ପାଇଁ ଆହ୍ୱାନ – ଇସ୍ରାଏଲରେ ଖୁବଶୀଘ୍ର ଖୋଲିବ ଭାରତୀୟ ସାଂସ୍କୃତିକ କେନ୍ଦ୍ର – ବିଜ୍ଞାନ ଶିକ୍ଷାରେ ବାର୍ଷିକ ୧୦୦ଜଣ ଯୁବବର୍ଗଙ୍କୁ ଦ୍ୱିପାକ୍ଷିକ ଯାତ୍ରାର ସୁବିଧା ମହାମହିମ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଗଣମାଧ୍ୟମର ସଦସ୍ୟ, ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତରେ ସ୍ୱାଗତ କରି ଅତ୍ୟନ୍ତ ଖୁସି। ୟେଦିଦିହାୟାକର, ବରୁଖିମହାବାୟିମଲେହୋଦୁ! (ମୋର ପ୍ରିୟ ବନ୍ଧୁ, ଭାରତରେ ଆପଣଙ୍କୁ ସ୍ୱାଗତ କରୁଛି…

"ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ"

ବାର୍ମେରଠାରେ ରାଜସ୍ଥାନ ତୈଳ ବିଶୋଧନାଗାରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଜୟପୁର/ରାଜସ୍ଥାନ ୧୬-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବାର୍ମେର ଅଂଚଳର ପାଚପଦ୍ରାଠାରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ସମାବେଶରେ ଉପସ୍ଥିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛିଦିନ ତଳେ ଭାରତ ଉତ୍ସାହ ଉଦ୍ଦୀପନାର ସହ ମକର ସଂକ୍ରାନ୍ତି ପାଳନ କରିଛି। ଏହି ପର୍ବ ସମୃଦ୍ଧିର ଅଗ୍ରବାହକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନ ଆସି ଏକ ନୂତନ ତୈଳ ବିଶୋଧନାଗାରକୁ ଉଦଘାଟନ…

"ବାର୍ମେରଠାରେ ରାଜସ୍ଥାନ ତୈଳ ବିଶୋଧନାଗାରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ"