କଂଗ୍ରେସ ସ୍ପଷ୍ଟ କଲା : ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହିଁ ହେବେ ପାର୍ଟୀର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ୨୦୧୯ ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟୀ ତରଫରୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ହେବେ। କଂଗ୍ରେସ କାର୍ଯ୍ୟ ସମିତିର ବୈଠକ ପରେ ହୋଇଥିଲା ପ୍ରେସ କନ୍ଫ୍ରେଂସରେ ଏହି କଥାର ପୁଷ୍ଟି କରାଯାଇଛି। କଂଗ୍ରେସ କାର୍ଯ୍ୟ ସମିତିର ବୈଠକ ପରେ ପ୍ରେସ କନ୍ଫ୍ରେଂସରେ ଯେତେବେଳେ ମିଡ଼ିଆ ତରଫରୁ ଏହି ପ୍ରଶ୍ନ ଉଠାଯାଇଥିଲା କି କଂଗ୍ରେସ ପାର୍ଟୀ ତରଫରୁ ଆଗାମୀ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କିଏ ହେବେ ତେବେ ପାର୍ଟୀ ପ୍ରବକ୍ତା ରଣଦୀପ ସୁରଜେବାଲା ଏହାର ଉତ୍ତର ଦେଇଥିଲେ। ସୁରଜେବାଲା କହିଲେ, ‘ନିଶ୍ଚିତ ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଚେହାରା ସାଥିରେ ପାର୍ଟୀ ନିର୍ବାଚନ…

"କଂଗ୍ରେସ ସ୍ପଷ୍ଟ କଲା : ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହିଁ ହେବେ ପାର୍ଟୀର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ"

ମାଲକାନଗିରିରେ ବାହୁଡା ଯାତ୍ରା, ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ ଚତୁର୍ଦ୍ଧାମୂର୍ତ୍ତି

ମାଲକାନଗିରି, ୨୨ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଜିଲ୍ଲାର ବିଭିନ୍ନ ଅଚଂଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ଯାତ୍ରା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଜିଲ୍ଲାସଦର ମହକୁମା ଠାରେ ଥିବା ମାଉସୀ ମା’ ମନ୍ଦିର ଆଡପମଣ୍ଡପରେ ସକାଳେ ଠାକୁରଙ୍କ ନୀତିରୀତି ଓ ଅନ୍ନ ଭୋଗ ସରିବା ପରେ ଶ୍ରୀଜିଉଙ୍କ ଅପରାହ୍ନରେ ଘଣ୍ଟ, ଶଙ୍ଖ, କାହାଳୀ, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନେବାପରେ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ରାଜ ପଗଡି ପିନ୍ଧି ହାତରେ ସୁନାଝାଡୁ ଧରି ଛେରାପହଁରା କରିଥିଲେ। ଛେରାପହଁରା ପରେ ରଥାରୁଡ ଶ୍ରୀଜିଉଙ୍କୁ ରାଜ ପୌରହିତ ବିନାୟକ…

"ମାଲକାନଗିରିରେ ବାହୁଡା ଯାତ୍ରା, ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ ଚତୁର୍ଦ୍ଧାମୂର୍ତ୍ତି"

ମୁକେଶ ଅମ୍ବାନୀ ଦୁନିଆରେ ୧୪ତମ ସବୁଠାରୁ ଧନୀ ବ୍ୟକ୍ତି ହେଲେ … ପଢ଼ନ୍ତୁ ତାଙ୍କ ପାଖରେ କେତେ ସମ୍ପତ୍ତି

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବେ ଦୁନିଆର ୧୪ ତମ ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସ ମୁତାବକ, ୨୧ ଜୁଲାଇ, ୨୦୧୮ରେ ଅମ୍ବାନୀଙ୍କର ସମ୍ପତ୍ତିର ମୂଲ୍ୟ $ ୪୫.୧ ବିଲିୟନ ଅଟେ। ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ତାଙ୍କର ସମ୍ପତ୍ତିରେ ୪.୭୯ ବିଲିୟନ ଡଲାରର ବୃଦ୍ଧି ହୋଇଛି। ଗତ ବର୍ଷ $ ୯୪୦ ମିଲିୟନ ଥିଲା। ତା’ ସହିତ, ମୁକେଶ ଅମ୍ବାନୀ ଏଥର ଚୀନର ସବୁଠାରୁ ବଡ଼ ଇ-କମର୍ସ ଫାର୍ମର ମାଲିକ ଜୈକ ମା ଙ୍କୁ ପଛରେ ଛାଡ଼ି ଦେଇଛନ୍ତି। ମୁକେଶ ଅମ୍ବାନୀଙ୍କର ସଂପତ୍ତି ଆରଆଇଏଲ କାରଣରୁ ବଢ଼ିଛି। ଆରଆଇଏଲ ବର୍ତ୍ତମାନ ଭାରତର…

"ମୁକେଶ ଅମ୍ବାନୀ ଦୁନିଆରେ ୧୪ତମ ସବୁଠାରୁ ଧନୀ ବ୍ୟକ୍ତି ହେଲେ … ପଢ଼ନ୍ତୁ ତାଙ୍କ ପାଖରେ କେତେ ସମ୍ପତ୍ତି"

ଜଳବନ୍ଦୀରେ ଜିଲାପାଳ ଓ କୋର୍ଟ ପରିସର

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମଗ୍ର ରାଜ୍ୟର ଅନେକ ଉପକୂଳବର୍ତ୍ତୀ ଜିଲାରେ ଗତ ୩ ଦିନର ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ଭଦ୍ରକ ଜିଲାରେ ଏକ ବଡଧରଣର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆମନ୍ତ୍ରଣ କରିଛି। ତେବେ ଭଦ୍ରକ ସହର ଓ ପୌରାଞ୍ଚଳର ବହୁ ତଳିଆ ଓ ଖାଲୁଆ ଅଂଚଳରେ ଥିବା ଲୋକମାନେ ଏହି ଲଗାଣ ବର୍ଷା ଜନିତ କୃତ୍ରିମ ବନ୍ୟା ପରିସ୍ଥିତି ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏହି ବର୍ଷା ଯୋଗୁଁ ସହରର ରାସ୍ତାଘାଟ ଓ ତଳିଆ ଅଂଚଳ ଉଦ୍ବୃତ୍ତ ଜଳଯୋଗୁଁ ଜଳାର୍ଣ୍ଣବ ହୋଇନଥିବା ବିଷୟ ଜିଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ମାତ୍ର ଜିଲାପାଳଙ୍କ…

"ଜଳବନ୍ଦୀରେ ଜିଲାପାଳ ଓ କୋର୍ଟ ପରିସର"

ବୈତରଣୀ ନଦୀରେ ବନ୍ୟା ମୁକାବିିଲା ନିମନ୍ତେ ଜିଲ୍ଲା ପ୍ରସାଶନ ପକ୍ଷରୁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଲଘୁଚାପ ଜନିତ ଲଗାଣ ବର୍ଷାହେବା ଫଳରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ବୈତରଣୀ ନଦୀର ବିପଦସଂଙ୍କେତ ଜଳସ୍ତର ୧୭.୮୩ମିଟର ଥିବାବେଳେ ଆଜି ଅପରାହ୍ନ୫ଟାସୁଦ୍ଧା ୧୭.୩୦ ମିଟର ଜଳସ୍ତର ପ୍ରବାହିତ ହେଉଛି। ଆଜି ରାତିସୁଦ୍ଧା ଜଳସ୍ତର ବୃଦ୍ଧିପାଇବା ଆଶଙ୍କାଥିବାରୁ ବନ୍ୟାପ୍ରବାହିତ ଭଣ୍ଡାରୀପୋଖରୀ, ଧାମନଗର ଅଂଚଳରେ ବନ୍ୟାଜଳ ମାଡ଼ିବାର ଆଶଙ୍କା କରାଯାଉଛି। ଏଥିପାଇଁ ଜିଲ୍ଳାପ୍ରଶାସନ ପକ୍ଷରୁ ଜିଲ୍ଳାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ଭାବ୍ୟ ବନ୍ୟାକୁ କିପରି ମୁକାବିଲା କରାଯିବା ସହ ଲୋକମାନଙ୍କର ଧନଜୀବନ ସୁରକ୍ଷା ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଳାପାଳ…

"ବୈତରଣୀ ନଦୀରେ ବନ୍ୟା ମୁକାବିିଲା ନିମନ୍ତେ ଜିଲ୍ଲା ପ୍ରସାଶନ ପକ୍ଷରୁ ପ୍ରସ୍ତୁତି ବୈଠକ"

ଆରମ୍ଭ ହେଲା ଶ୍ରାବଣର ବୋଲବମ୍ ଯାତ୍ରା; ଅଧିକ ବସ୍ ଚଲାଇବାକୁ ଦାବି

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆରମ୍ଭ ହୋଇଛି ଶ୍ରାବଣ ମାସ। ସନାତନ ଧର୍ମ ସଂସ୍କୃତିରେ ଶ୍ରାବଣ ମାସର ଯଥେଷ୍ଟ ଗୁରୁତ୍ୱ ରହିଛି। ପୂଣ୍ୟମାସ ରୂପେ ପରିଚିତ ଶ୍ରାବଣରେ ହୋଇଥାଏ ବୋଲବମ୍ ଯାତ୍ରା। ରାଜ୍ୟ ତଥା ଦେଶର ବିଭିନ୍ନ ଶୈବପୀଠରେ ଜଳ ଲାଗି କରିବା ପାଇଁ ମାନସିକ ଧାରି କାଉଡ଼ିଆ ମାନଙ୍କର ଭିଡ଼ ପରିଲକ୍ଷିତ ହୁଏ। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଭଦ୍ରକ ଜିଲ୍ଲା ଆରଡ଼ିର ଆଖଣ୍ଡଳମଣୀ ପିଠରେ ହେଉଥିବା ଶ୍ରାବଣୀ ଉତ୍ସବ ପାଇଁ ଆଜି ଠାରୁ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ଶ୍ରାବଣର ପ୍ରଥମ ସୋମବାର ପାଇଁ ଭଦ୍ରକ ଆଖଣ୍ଡଳମଣୀ ରାଜ୍ୟରାଜପଥ ସମେତ ଧାମନଗର-ଦୋବଲ-ଷେଣ୍ଢପୁର ରାସ୍ତା ଚଳ ଚଞ୍ଚଳ ହୋଇ…

"ଆରମ୍ଭ ହେଲା ଶ୍ରାବଣର ବୋଲବମ୍ ଯାତ୍ରା; ଅଧିକ ବସ୍ ଚଲାଇବାକୁ ଦାବି"

ବୈତରଣୀରେ ଆସୁଛି ବଡ ଧରଣର ବନ୍ୟା:ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ;ଦୁର୍ବଳ ନଦୀବନ୍ଧକୁ ବୁଲି ଦେଖିଲେ ବିଧାୟକ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପାଞ୍ଚ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ସମଗ୍ର ଧାମନଗର ଅଂଚଳ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ପୁଣି ଏକ ବଡଧରଣ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସନ୍ଧ୍ୟା ପାଞ୍ଚଟା ବେଳକୁ ସେଠାରେ ବନ୍ୟାଜଳ ୧୭.୩୦ ମିଟରରେ ପ୍ରବାହିତ ହେଉଛି। ତେବେ ଆଜି ରାତି ୧୧ଟା ବେଳକୁ ବନ୍ୟାଜଳ ବିପଦ ସଂକେତ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଜଳ ସଂପଦ ବିଭାଗ ପକ୍ଷରୁ ଜଣାଯାଇଛି। ଫଳରେ କୋଚିଳା, ଗେଙ୍ଗୁଟୀ ଓ କଣ୍ଡିଆ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହି…

"ବୈତରଣୀରେ ଆସୁଛି ବଡ ଧରଣର ବନ୍ୟା:ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ;ଦୁର୍ବଳ ନଦୀବନ୍ଧକୁ ବୁଲି ଦେଖିଲେ ବିଧାୟକ"

ଭଦ୍ରକ ସ୍ୱତନ୍ତ୍ର କାରାଗାରରେ ବାହୁଡାଯାତ୍ରା : ଉଭୟ ମହିଳା ଓ ପୁରୁଷ ବନ୍ଦୀ ଟାଣିଲେ ଜଗନ୍ନାଥଙ୍କ ରଥ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ବିଶ୍ୱ ପ୍ରସିଦ୍ଧ ପୁରୀ ବାହୁଡାଯାତ୍ରା। କେବଳ ପୁରୀ ନୁହେଁ, ଆଜିର ଦିନରେ ଆମ ରାଜ୍ୟର ବହୁ ସ୍ଥାନରେ ଏହି ପବିତ୍ର ବାହୁଡାଯାତ୍ରା ନାନା ରଙ୍ଗ ଓ ଢ଼ଙ୍ଗରେ ପାଳିତ ହୋଇଆସୁଛି। ସେଥିରୁ ବାଦ୍ ପଡ଼ିନାହିଁ ବନ୍ଦୀଙ୍କ କାରାଗାର। ଭଦ୍ରକର ସ୍ୱତନ୍ତ୍ର କାରାଗାରରେ ପ୍ରତିବର୍ଷଭଳି ଆଜି ପାଳିତ ହୋଇଯାଇଛି ଜଗନ୍ନାଥଙ୍କର ପବିତ୍ର ଏହି ବାହୁଡାଯାତ୍ରା। ଏହି ଯାତ୍ରାର ବିଶେଷତ୍ୱ ହେଲା ଉଭୟ ମହିଳା ଓ ପୁରୁଷ ବନ୍ଦୀମାନେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାମିଲ ହୋଇଥାନ୍ତି। ଆଜି ଅପରାହ୍ନରେ ଜେଲ ପରିସରରେ କାରା ଅଧିକ୍ଷକ ଚିନ୍ମୟ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ଏହି…

"ଭଦ୍ରକ ସ୍ୱତନ୍ତ୍ର କାରାଗାରରେ ବାହୁଡାଯାତ୍ରା : ଉଭୟ ମହିଳା ଓ ପୁରୁଷ ବନ୍ଦୀ ଟାଣିଲେ ଜଗନ୍ନାଥଙ୍କ ରଥ"

ଚାନ୍ଦବାଲିର ଦୁର୍ଦ୍ଦାନ୍ତ ଅପରାଧୀ ମୁମ୍ବଇରୁ ଗିରଫ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ଥାନା ଅଧୀନ ବାଘନଟା ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ସୁଦାମ ଦାସ( ୫୩)କୁ ଏକ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ଡ ମିଳିଥିଲା। ଗତ ୨୦୦୩ ମସିହାରେ ସୁଦାମ ଭଦ୍ରକ ଜେଲ୍ରୁ ପାରୋଲ୍ରେ ଘରକୁ ଆସି ଫେରାର ହୋଇଯାଇଥିଲା। ଫେରାର ହେବାର ଦୀର୍ଘ ୧୫ ବର୍ଷ ଭିତରେ ସୁବାସର କିଛି ଖୋଜ ଖବର ମିଳି ନଥିଲା। ତେବେ ସୁଦାମ ମୁମ୍ବଇରେ ରହୁଥିବା ଖବର ପାଇ ଭଦ୍ରକ ଏସପି ବି. ଗଂଗାଧରଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ଥାନା ଏସଆଇ ଶ୍ରୀକାନ୍ତ ପତିଙ୍କ ନେତୃତରେ ୪ ଜଣିଆ ଟିମ୍ ମୁମ୍ବଇ ଗସ୍ତ କରିଥିଲେ। ସେଠାରେ ସୁଦାମଙ୍କୁ ଗିରଫ…

"ଚାନ୍ଦବାଲିର ଦୁର୍ଦ୍ଦାନ୍ତ ଅପରାଧୀ ମୁମ୍ବଇରୁ ଗିରଫ"

ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ମୃତାହତ ଘଟଣାରେ ଶତାଧିକ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା, ୧ ଗିରଫ, ଫେରାର ଟ୍ରକ୍ ଚାଳକ ଆନ୍ଧ୍ରରୁ ଗିରଫ ନେଇ ପୁଲିସ୍ର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତ ୧୯ ତାରିଖ ଗୁରୁବାର ଅପରାହ୍ନରେ ଭଦ୍ରକର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ରାହାଞ୍ଜ-ଅସୁରା ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣା ଓ ଟ୍ରକ୍ ପୋଡି ମାମଲାରେ ସଂପୃକ୍ତ ଥାନାରେ ଶତାଧିକ ବ୍ୟକ୍ତିଙ୍କ ନାମରେ ପୁଲିସ୍ ପକ୍ଷରୁ ମାମଲା ରୁଜୁ ହୋଇଛି। ଏବଂ ଅସୁରା ଗ୍ରାମର ଦୁର୍ଯେ୍ୟାଧନ ଜେନାଙ୍କ ଅଭିଯୋଗ କ୍ରମେ ପୁଲିସ୍ କେଶ୍ ନଂ ୩୫୧/୧୮, ଦଫା ୨୭୯ / ୩୩୭ / ୩୩୮ / ୩୦୪ (କ) ଆଇପିସି ମୂଳେ ଟ୍ରକ୍ ଡ୍ରାଇଭର ଦେବଲମ୍ ଭେଙ୍କଟାଦି୍ର ନାମରେ ମାମଲା ରୁଜୁ ହୋଇ ତାକୁ ଆନ୍ଧ୍ରର ଏକ ଟ୍ରାନ୍ସପୋର୍ଟ କଂପାନୀ…

"ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ମୃତାହତ ଘଟଣାରେ ଶତାଧିକ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା, ୧ ଗିରଫ, ଫେରାର ଟ୍ରକ୍ ଚାଳକ ଆନ୍ଧ୍ରରୁ ଗିରଫ ନେଇ ପୁଲିସ୍ର ସାମ୍ବାଦିକ ସମ୍ମିଳନୀ"