ଦର୍ପଣ

ଡକ୍ଟର କନକ ମଂଜରୀ ପଟ୍ଟନାୟକ ରୋଜିକୁ ବସ୍ ରେ ବସାଇ ଆସିବା ପରଠୁ ଗତ ପନ୍ଦର ବର୍ଷର ଅତୀତ ମୋ ଭିତରେ ଘାଣ୍ଟି ଚକଟି ହେଉଛି। ଏଇ ବର୍ଷମାନଙ୍କ ଭିତରେ ସେ କେତେବେଳେ ପ୍ରତ୍ୟକ୍ଷ ଭାବେ ତ କେତେବେଳେ ପରୋକ୍ଷ ଭାବେ ମୋ ଚିନ୍ତା ଓ ଚେତନାରେ ତା’ର ଉପସ୍ଥିତି ଜାହିର କରି ମତେ ବ୍ୟତିବ୍ୟସ୍ତ କରିଛି। ମୁଁ ଏଠି ରହିବା ପରଠାରୁ ତା’ ସହ ଥିବା ଆତ୍ମୀୟତାର ଶିକୁଳି ଢ଼ିଲା ପଡିଯାଇଛି ବୋଲି ମୋର ଯେଉଁ ଧାରଣା ଥିଲା, ଆଜି ସେ ଧାରଣା ଅମୂଳକ ଲାଗୁଛି। ଏଇ ପନ୍ଦର ବର୍ଷ ଭିତରେ ସେ ମୋ ପାଖକୁ ମାତ୍ର ଦି’ ଥର ଆସିଥିବା ବେଳେ, ମୁଁ…

"ଦର୍ପଣ"

ଜ ଲ୍ ସା

– ଯୋଗାନନ୍ଦ ସାହୁ ଋଣ ଶୁଝିବାକୁ ତୋର ସାତ ଜନ୍ମ ନିଅଣ୍ଟ କହୁ କହୁ କରିଗଲୁ ଲୁହକୁ ମୋ ଜୀବନ୍ତ ।।୦।। ଯେଉଁ ମାପକାଠିରେ ତୁ ମାପିଗଲୁ ପୀରତି ସେହି ମାପକାଠିକୁ ମୁଁ ରଖିଥିବି ସାଇତି (ସେ ତ)ମରୁଥିବା କୋହକୁ ମୋ କରୁଥିବ ଜୀବନ୍ତ ।।୧।। ଦୁଃଖ ଚିରନ୍ତନୀ ହୋଇ ରହିଥା ମୋ ଛାତିରେ ଜିଆଇଁ ଦେଏନା ମୋତେ କେବେ ହେଲେ ଶାନ୍ତିରେ ଜ୍ୱାଳାର ଜ ଲ୍ ସାକୁ ମୋର ରଖିଥାଆ ଜୀବନ୍ତ ।।୨।। ଆତତାୟୀ ନିନ୍ଦା ଜାଣି ନଥିଲା ମୋ ଠିକଣା ବଢାଇଦେଲୁ ତାହାର ହାତକୁ ମୋ ଠିକଣା ମଧୁମାସେ ବଧୂ ବେଶେ ଶ୍ରାବଣ ମୋ ଜୀବନ୍ତ ।।୩।। ଆକାଶବାଣୀ ଗୀତିକାର ଜନିକା, ଡ୍ୟୁପ୍ଲେକ୍ସ…

"ଜ ଲ୍ ସା"

“ସାଥୀ ପାଖକୁ ଥରୁଟେ ଆ’ “

– ପ୍ରଶାନ୍ତ – ତୋ’ ପ୍ରେମ ମିଠା ତୋ’ କଥା ମିଠା ପାଖକୁ ଥରୁଟେ ଆ’। ପ୍ରେମରେ ଭିଜିବା ପାଖରେ ଗପିବା ମୋତେ ଟିକେ ଭଲ ପାଆ। ତୋ’ ମିଠା ପ୍ରେମରେ ହଜିବାକୁ ଟିକେ ତୋତେ ମୁଁ ଭଲ ପାଉଛି । ତୋ’ ପ୍ରେମ ରଙ୍ଗରେ ରଙ୍ଗେଇ ହେବାକୁ ପାଗଳ ପ୍ରେମିକ ସାଜିଛି। ପାଖରୁ ଟିକିଏ ଦେଖିବା ପାଇଁକି ଥରୁଟିଏ କଥା ଦିଅ। ତୁ ଥିଲେ ପାଖରେ ମହୁର ଝରଣା ହୃଦୟେ ଝରିବା ପ୍ରାୟ। ସପନରେ ସିନା ପାଗଳ କରିଛୁ ଦୂରରୁ ତୁ ଭଲପାଉ। ମୋ’ ସ୍ୱପ୍ନ ଆକାଶେ ତାରା ଫୁଟିଯିବ ଥରେ ତୋତେ ଛୁଁ ଛୁଁ। ଅନେକ ଦିନରୁ ସ୍ୱପ୍ନ ମୋ’ ମନରେ ତୋ…

"“ସାଥୀ ପାଖକୁ ଥରୁଟେ ଆ’ “"

କରିଥାନ୍ତି ପ୍ରେମନିବେଦନ

– ଲଲାଟେନ୍ଦୁ କବି ସୁଦୂରବାସିନୀ ମୄଦୁଳହାସିନୀ ପ୍ରେମପିପାସିନୀ ଶୁଣ, କି ଲାଗି ଅନ୍ତରେ ଜାଗିଲା ସତ୍ୱରେ ପ୍ରେମରଙ୍ଗ ନବାରୁଣ ?୧॥ ନହୁଲୀ ବୟସେ ମହୁଲୀ ମନସେ ଚହଲିଲା ପ୍ରୀତିସର, କିଏ ପରଦେଶୀ ହୄଦୟେ ପ୍ରବେଶି ସଂବେଶିଲା ବାସଘର ।୨॥ କଜ୍ଜଳ-ଲେପିତ କିଞ୍ଜଳ-ପ୍ରତୀତ ଦୄଗ୍ଜଳ-ପ୍ରସିକ୍ତ-ଦୄଷା କୁଞ୍ଚିତ କୁନ୍ତଳ ଲୁଣ୍ଠିତ ଅଞ୍ଚଳ ତୄଷିତ-ବାଗ୍ଦଳ-ଭୂଷା; ୩॥ କାନନ-ମୁଦିରା ଆନନ-ରୁଚିରା ଗାୟନ-ସୁଗିରା ଧୀରା, ଶୂନ୍ୟ-ଆଲୋକିନୀ ପୁଣ୍ୟ-ପଲ୍ଲବିନୀ ଦୈନ୍ୟ-ବିଲୋପିନୀ ହୀରା !୪॥ କା ମନୋହାରିଣୀ ଏ ବନଚାରିଣୀ ପ୍ରେମପୂଜାରିଣୀ ତୁମେ ? ତୁମ ଆଶେ ସାରା ଆଶାର ଇସାରା ଈପ୍ସିତ ପସରା ଝୁମେ ।୫॥ ତୁମେ କା ପୂଜାର ଅର୍ଘ୍ୟ ଉପଚାର, ଉପହାର ଉପାସନେ, କା ହୄଦୟରାଣୀ, ଇନ୍ଦ୍ରବଜ୍ରା ବାଣୀ ମଣିରତ୍ନ ସିଂହାସନେ…

"କରିଥାନ୍ତି ପ୍ରେମନିବେଦନ"

ସେଦିନ ସଞ୍ଜ

– ମାନସ ରଂଜନ ପଣ୍ଡା ସେଦିନ ସଞ୍ଜ ସରିଗଲା ସିନା ସଜେଇଲା ରାତି ସପନ, ସୁଅହୀନ ମୋର ଜୀବନ ଯମୁନା ପାଇଲା ଜିଇଁବା କାରଣ। ରିକ୍ତ ରାତିର ଶୂନ୍ଯ ଶେଯକୁ ଚଂପକ ବାସ ଛୁଇଁଲା, କାହା ଆଖିପତା କଜଳରେ ପୁଣି ଏ ହାତ କବିତା ଲେଖିଲା । ହେଲା ମତୁଆଲା ମନ ମଧୁଶାଳା ସେ ହେଲା ରାଧା ମୁଁ ମୋହନ । ସୁଅହୀନ ମୋର       ଜୀବନ ଯମୁନା ପାଇଲା ଜିଇଁବା କାରଣ । ପୁଣି ସେଇ ସଞ୍ଜ ଫେରିବନି କେବେ ଏଇ ଜୀବନେ ମୁଁ ଜାଣେ, ହଜାରେ ହେନାର ଓଠ ପାଖୁଡାରେ ଫୁଟିବନି ହସ ଜାଣେ, ତଥାପି ସେଦିନ ସଞ୍ଜକୁ ନେଇ ଭୁଲିଯିବି ଯେତେ ଦହନ । ସେଦିନ ସଞ୍ଜ.          ସରିଗଲା…

"ସେଦିନ ସଞ୍ଜ"

ସୃଜନୀ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠ

ରାଉରକେଲା ୧୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସାରନଗରୀର ପୁରାତନ ତଥା ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଏହାର କାର୍ଯ୍ୟାଳୟ ଠାରେ ଏକ ଆଲୋଚନାଚକ୍ର ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନାଚକ୍ରରେ ଗାଳ୍ପିକା ଲିଳାବତୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନୀୟ ଅତିଥି ଭାବେ ଡା. ରାହାସ ବିହାରୀ ମହାପାତ୍ର, ଶଚୀନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ରଥ ଓ କବି ବିଚିତ୍ରାନନ୍ଦ ଦାସ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାଧାରଣ ସଂପାଦକ ରବୀନ୍ଦ୍ର ବେହୁରିଆ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଲୋଚନାର ବିଷୟ ବସ୍ତୁ ଉଥାପନ କରିଥିଲେ। ସ୍ୱର୍ଗତଃ ମୂରଲୀଧର…

"ସୃଜନୀ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠ"

ଓଡ଼ିଆ ଭାଷାର ବିଶ୍ୱପ୍ରସିଦ୍ଧି ରହିଛି : “ରାଗ ତାଣ୍ଡବ’ ଓ “ଅନଂତିମ ଆରଦୃଶ୍ୟ’ କବିତା ଗ୍ରନ୍ଥ ଲୋକାର୍ପିତ

ଭୁବନେଶ୍ୱର, ୧୮/୦୬ (ଓଡ଼ିଆ ପୁଅ) ଓଡ଼ିଆ କବିତାର ବିଶ୍ୱପ୍ରସିଦ୍ଧି ରହିଛିା ସାଂସ୍କୃତିକ ପ୍ରାଣପ୍ରାଚୁର୍ଯ୍ୟ, ଭାଷାବିନ୍ୟାସ, ବିଷୟବଳୟ ଏବଂ ପାଠକୀୟ ଆବେଦନରେ ସମୃଦ୍ଧ ଓଡ଼ିଆ କବିତାର କଳେବରକୁ ଆମ ଭାଷା-ସାହିତ୍ୟର ଦିଗ୍ଗଜମାନେ ଯେଉଁ ଅବଦାନ ଦେଇଛନ୍ତି, ତାହାକୁ ନୂତନ ପିଢ଼ିର କବିମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରସିଦ୍ଧ କବି ଡ. ସୌଭାଗ୍ୟ କୁମାର ମିଶ୍ର ଓ ଡ. ରାଜେନ୍ଦ୍ର କିଶୋର ପଣ୍ଡା ମତ ଦେଇଛନ୍ତିା ବିଶିଷ୍ଟ କବି ରାମକୃଷ୍ଣ ସାହୁଙ୍କ “ରାଗ ତାଣ୍ଡବ’ ଓ ପ୍ରଦୀପ କୁମାର ପଣ୍ଡାଙ୍କ “ଅନଂତିମ ଆରଦୃଶ୍ୟ’ କବିତା ଗ୍ରନ୍ଥର ଶୁଭ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ମିଶ୍ର ଓ ଡ. ପଣ୍ଡା ଉଲ୍ଲେଖ କହିଛନ୍ତି କି କବିତାର ଉପାଦାନକୁ ବଳିଷ୍ଠ…

"ଓଡ଼ିଆ ଭାଷାର ବିଶ୍ୱପ୍ରସିଦ୍ଧି ରହିଛି : “ରାଗ ତାଣ୍ଡବ’ ଓ “ଅନଂତିମ ଆରଦୃଶ୍ୟ’ କବିତା ଗ୍ରନ୍ଥ ଲୋକାର୍ପିତ"

ଲୁହର ଗଜରା

– ଯୋଗାନନ୍ଦ ସାହୁ ଲିଖିତଂ ରସିଦ ଏହି କି ଯେ ଆମ୍ଭେ ତୁମ୍ଭଙ୍କୁ ଆମ୍ଭ ହୃଦୟ ବିକିଛୁ, ବିକ୍ରି ବାବଦକୁ ଉଚିତ ମୂଲ୍ୟ ପାଇଛୁ ବୋଲି ଏହି ରସିଦ ଦେଉଛୁ ।।୦।। କୋହ ବି ପାଇଛୁ, ଓହୋ ବି ପାଇଛୁ ଦ୍ରୋହ ବି ପାଇଛୁ କେତେ ଗୋଟି ଗୋଟି କରି ଗଣି କି ନେଇଛୁ ଛଳନା ପାଇଛୁ ଯେତେ ଲିଖିତଂ ରସିଦ ଏହି କି ଯେ ସ୍ଥିର ଚିତ୍ତରେ ଆମ୍ଭେ ହୃଦୟ ବିକିଛୁ କାଳେ କିଏ କେବେ ପ୍ରମାଣ ମାଗିବ, ତେଣୁ ଏ ରସିଦ ଲେଖି କି ଦେଉଛୁ ।।୧।। ନିନ୍ଦାର ସୁନ୍ଦର କଣ୍ଟାର ଚାଦର, ଲୁହର ଗଜ଼ରା ହାର କପଟ ସ୍ନେହର ମଧୁର ଜହର,…

"ଲୁହର ଗଜରା"

ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା

(କବିସୂର୍ଯ୍ୟ ବଳଦେବ ରଥଙ୍କୁ ସର୍ମପିତ) – ବିନୟ ଭୂଷଣ ମହାପାତ୍ର ବରଜି ବିହଙ୍ଗ ମୀନ ଭକ୍ଷଣ, ସରସୀ ମଧ୍ୟରେ କଲେ ଭ୍ରମଣ, ବାରିଜ ନାଡକୁ କରିଲେ ପାକ, ହଂସରେ ଗଣାକି ହୋଇବ ବକ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୧॥ ଚୂତ ତରୁଡାଳେ କଲେ କୁଜନ, ମଢ ଖାଇବାରେ ନ ଦେଲେ ମନ, ଶାବକ ଜନ୍ମାଇ ବସାରେ ଆନ, କାକ କି କରିବ କୋକିଳ ଗାନ ! ଲୋକହସା ହେବା କଥା ଏଥୁ ନାହିଁ ଅନ୍ୟଥା ॥୨॥ ହଳାହଳ ବିଷ ସେବନ କରି, ସର୍ପର ସାଙ୍ଗରେ କଲେ ବଇରୀ, ଛାଡିଲେ ଘଡିଏ ମୁଣ୍ଡ ଟୁଙ୍ଗାରି, ସରଟ ନକୁଳେ ହେବ କି ସରି…

"ଲୋକହସା ହେବା କଥା – ଏଥୁ ନାହିଁ ଅନ୍ୟଥା"

“ଷଣ୍ଢର ସଂସାର ଚିନ୍ତା ” ଏବେ ବହିବଜାରରେ

ରାୟଗଡା ତା-୧୭/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ଦିବଙ୍ଗତ ସ୍ରଷ୍ଟା ତଥା ରାୟଗଡ ମାଟିର ସୁଯୋଗ୍ୟ ସନ୍ତାନ ଗନ୍ତାୟତ ଶିବପ୍ରସାଦଙ୍କ ନୂଆ ହାସ୍ୟବ୍ୟଙ୍ଗ ବହି “ଷଣ୍ଢର ସଂସାର ଚିନ୍ତା” ପଶ୍ଚିମା ପ୍ରକାଶନୀ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି। ବିଶାଖାପାଟଣା ନିବାସୀ ସ୍ୱନାମଧନ୍ୟା ମାତୃସମା ସାହିତ୍ୟିକା ପୁଣ୍ୟପ୍ରଭା ଦେବୀ ଏହି ବହିଟିକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ପାଠକାର୍ପିତ କରି ଶିବପ୍ରସାଦ ମୋର ପୁତ୍ରୋପମ ଓ ଜଣେ ଯୋଗଜନ୍ମା ଭାବେ ଆସିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ବରିଷ୍ଠ ସାହିତ୍ୟିକ ପ୍ରହ୍ଲାଦ ଚରଣ ମହାନ୍ତି ଏହି ଅବସରରେ ଶିବଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିବା ବେଳେ ଆୟୋଜକ ତଥା ବହୁବର୍ଷ ବିଶାଖାପାଟଣାରେ ସେବାରତ ସମକାଳର କୃତବିଦ୍ୟ କଥାକାର ଅରବିନ୍ଦ ଦାସ ଶିବ ଅତ୍ୟନ୍ତ…

"“ଷଣ୍ଢର ସଂସାର ଚିନ୍ତା ” ଏବେ ବହିବଜାରରେ"