Home ଓଡ଼ିଶା ଗାନ୍ଧୀବାଦର ମୃତ୍ୟୁ ନାହିଁ : ପଞ୍ଚାନନ କାନୁନ୍‌ଗୋଙ୍କ “ଗାନ୍ଧୀଜିର ଓଡ଼ିଶା ଆବିଷ୍କାର” ପୁସ୍ତକ ଉନ୍ନୋଚନ

ଗାନ୍ଧୀବାଦର ମୃତ୍ୟୁ ନାହିଁ : ପଞ୍ଚାନନ କାନୁନ୍‌ଗୋଙ୍କ “ଗାନ୍ଧୀଜିର ଓଡ଼ିଶା ଆବିଷ୍କାର” ପୁସ୍ତକ ଉନ୍ନୋଚନ

88

ଭୁବନେଶ୍ୱର ୧୦/୦୮ (ଓଡ଼ିଆ ପୁଅ) : ବାଗଦେବୀ ପ୍ରକାଶନ ପକ୍ଷରୁ ପ୍ରସ୍ତୁତ ପ୍ରାକ୍ତନମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ଦ୍ୱାରା ଲିଖିତ ଲୋକ ଇତିହାସ ମାଳାର ୪ର୍ଥ ଖଣ୍ଡ ଗାନ୍ଧୀଜିର ଓଡ଼ିଶା ଆବିଷ୍କାର ପୁସ୍ତକକୁ ବିଶିଷ୍ଟ ମାର୍କସବାଦୀ ନେତା ଜନାର୍ଦ୍ଧନ ପତି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି କହିଲେ ଯେ, ଭାରତ ବର୍ଷରେ ସାଂପ୍ରଦାୟିକ ଶକ୍ତିମାନେ ଯେତେଚେଷ୍ଟା କଲେ ମଧ୍ୟ ଗାନ୍ଧୀବାଦର ମୃତ୍ୟୁ କରିପାରିବେ ନାହିଁ। ଭାରତବର୍ଷରେ ଯେତେଦିନ ପର୍ଯ୍ୟନ୍ତ ରାମଧୁନ ବଞ୍ôଚ ରହିଛି। ସେତେଦିନ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଭାରତ ବର୍ଷର ଜଗଗଣଙ୍କ ହୃଦୟରେ ରହିଥିବେ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ରାଜ୍ୟ ସେବାଦଳରେ ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ପୌରାହିତରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବ ପୁସ୍ତକର ସମିକ୍ଷା କରି ବିଶିଷ୍ଟ ଗାନ୍ଧୀବାଦି ପ୍ରହ୍ଲାଦ ସିଂ କହିଲେ ଯେ, ଚଳିତବର୍ଷ ଓଡ଼ିଶା ପାଇଁ ଏକ ଗୌରବର ବର୍ଷ। ଭାଷାଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ହେବାର ୧୬ ବର୍ଷ ପୂର୍ବରୁ ଗାନ୍ଧିଜୀ ଓଡ଼ିଶାବାସୀଙ୍କ ପାଇଁ ପଣ୍ଡିତ ଉତ୍କଳ ଗୋପବନ୍ଧୁ ଦାସ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ ଯେ, ଗାନ୍ଧିଜୀ ଓଡ଼ିଶାର ପାଣି ପବନ ଓ ଓଡ଼ିଶାବାସୀଙ୍କୁ ପ୍ରାଣ ଦେଇ ଭଲ ପାଉଥିଲେ। ସେଥିପାଇଁ ସେ ଜୀବନ କାଳ ମଧ୍ୟ ଦେଇ ୮ ଥର ଓଡ଼ିଶା ଗ୍ରସ୍ତ କରିଥିଲେ। ଶେଷରେ ପୁସ୍ତକର ଲେଖ ପ୍ରାକ୍ତନମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଧନ୍ୟବାଦ ଜଣାଇବା ସହ ଗାନ୍ଧୀଙ୍କର ଓଡ଼ିଶାବାସୀଙ୍କ ପାଇଁ ଯେଉଁ ବାର୍ତ୍ତା ଥିଲା ତା’ର ସାରଗର୍ଭକ ଅବତରଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ଗାନ୍ଧୀବାଦୀ, ଗାନ୍ଧୀ ଆଦର୍ଶକୁ ଭଲ ପାଉଥିବା ବିଶିଷ୍ଠ ବ୍ୟକ୍ତି, ବୁଦ୍ଧିଜୀବି, ଛାତ୍ର, ଯୁବକ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.