Home ଓଡ଼ିଶା ‘ଗାନ୍ଧିଜୀ ଇନ୍‌ ଓଡ଼ିଶା’ ଶୀର୍ଷକ ଅନନ୍ୟ ସଂକଳନର ପୁନଃସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

‘ଗାନ୍ଧିଜୀ ଇନ୍‌ ଓଡ଼ିଶା’ ଶୀର୍ଷକ ଅନନ୍ୟ ସଂକଳନର ପୁନଃସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

40

ଭୁବନେଶ୍ୱର ୨ -୧୦ (ଓଡ଼ିଆ ପୁଅ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସ୍ୱାଧୀନତା ଆନ୍ଦୋଳନ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କୃତିତ୍ୱ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମମାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଉଛି। ସ୍ୱାଧୀନତା ସଂଗ୍ରାମ କାଳରେ ମହାତ୍ମା ଗାନ୍ଧୀ ବିଭିନ୍ନ ସମୟରେ ଓଡିଶାକୁ ଆଗମନ କରିଛନ୍ତି। ଓଡିଶାବାସୀଙ୍କ ପ୍ରତି ତାଙ୍କ ମନରେ ସ୍ୱତନ୍ତ୍ର ଦରଦ ଥିଲା। ଗୋପବନ୍ଧୁ ଓ ମଧୁସୂଦନଙ୍କ ଆମନ୍ତ୍ରଣ କ୍ରମେ ସେ ଓଡିଶାକୁ ଅନେକ ଥରଆସି ରାଜ୍ୟ ଓ ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ନିଜର ସୁଚିନ୍ତିତ ମତାମତ ଦେଉଥିଲେ ଓ ନିଜର ସାମର୍ଥ୍ୟ ଅନୁସାରେ ଏହାର ସମାଧାନ ନିମନ୍ତେ ଚେଷ୍ଟା କରୁଥିଲେ। ଓଡିଶାକୁ ତାଙ୍କର ଆଗମନକୁ ସେ ନିଜେ ତୀର୍ଥ ଯାତ୍ରା ସଦୃଶ ବର୍ଣ୍ଣନା କରିଛନ୍ତି। ଅଧୁନା ଦେଶ ବ୍ୟାପୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେଉଥିବା ବେଳେ ଓଡିଶା ପ୍ରଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସାଂପ୍ରତିକ ବିଶ୍ୱରେ ଗାନ୍ଧୀ ବିଚାରଧାରାର ମହତ୍ୱ ଓ ପ୍ରାସଙ୍ଗିକତା ସଂପର୍କରେ ରାଜ୍ୟର ବର୍ତ୍ତମାନ ଓ ଆଗାମୀ ପିଢିଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ତଥାଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କୃତି ଓ କୀର୍ତ୍ତିର ସ୍ମରଣ ନିମନ୍ତେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକମହତ୍ତର ଉଦ୍ୟମ ସ୍ୱରୂପ ଇଂରାଜୀରେ ‘ଗାନ୍ଧିଜୀ ଇନ୍‌ ଓଡ଼ିଶା’ (ଓଡ଼ିଶାରେ ଗାନ୍ଧିଜୀ) ଶୀର୍ଷକ ଏକ ଅନନ୍ୟ ସଂକଳନର ପୁନଃସଂସ୍କରଣ ପ୍ରକାଶିତ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଉକ୍ତ ପୁସ୍ତକଟିରେ ସ୍ଥାନିତ ଗାନ୍ଧିଜୀଙ୍କର ଓଡିଶା ଆଗମନ ଓ ବିଭିନ୍ନ ପ୍ରସଙ୍ଗ ସଂପର୍କରେ ବହୁମୂଲ୍ୟ ଆଲେଖ୍ୟ ପାଠକମାନଙ୍କ ଦ୍ୱାରା ନିଶ୍ଚିତ ଆଦୃତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.