ନୂଆପଡା -ସାମ୍ବାଦିକ ଭବନ ରେ 72 ତମ ସ୍ୱାଧୀନତା ଦିବସ ପାଳିତ

ନୂଆପଡା- ୧୫/୮-(ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଜିଲ୍ଲା ସାମ୍ବାଦିକ ଭବନ ନିକଟରେ ୭୨ ତମ ସ୍ବାଧୀନତା ଦିବସ ପାଲିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାଧିନ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟାନ୍ୟ ବରିଷ୍ଠ ସାମ୍ବାଦିକ ପବିତ୍ର ପ୍ରଧାନ,ରୁଦ୍ରରାଜ ବାଗ ,ସୁଜିତ ପ୍ରଧାନ,ଅତୁଲ୍ୟ ସେଠୀ ଓ ଜିତେନ୍ଦ୍ର ପୋଡ ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ସମ୍ପାଦକ ଟିକେଶ୍ୱର ନାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

"ନୂଆପଡା -ସାମ୍ବାଦିକ ଭବନ ରେ 72 ତମ ସ୍ୱାଧୀନତା ଦିବସ ପାଳିତ"

ନୂଆପଡା-ଜଙ୍ଗଲୀ ଭାଲୁ ଆକ୍ରମଣରେ ଦୁଇ ଗୁରୁତର

ନୂଆପଡା-୧୦/୮-(ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲର୍କୀ ଗ୍ରାମରେ ଆଜି ସକାଲୁ ଚାଷ ଜମିକୁ ଯାଇଥିବା ଜଣେ ଯୁବକ ଓ ୬୫ ବର୍ଷୀୟ ବୃଦ୍ଧାଙ୍କୁ ଏକ ଜଙ୍ଗଳୀ ଭାଲୁ ଆକ୍ରମଣ କରିଛି । ମିଲିଥିବା ଖବର ଅନୁସାରେ ଆହତ ଦୁଇଜଣ ହେଲେ ନିବାସ ନିଆଲ ଓ ୟାଦ ବିଶ୍ବାଲ ବୋଲି ଜଣାପଡିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଈଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଯାଇଥିଲା । ଉଭୟ ଗୁରୁତର ଆହତ ଥିବାରୁ ଏମାନଙ୍କୁ ଜିଲ୍ଲା ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ପଠା ଯାଇଛି ।

"ନୂଆପଡା-ଜଙ୍ଗଲୀ ଭାଲୁ ଆକ୍ରମଣରେ ଦୁଇ ଗୁରୁତର"

ଭିଜାଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରିକ୍ଷକ

ଖଡିଆଳ/ନୂଆପଡା-୭.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲ୍ଲା ଖଡିଆଳ ତହସିଲ ଅଧିନରେ ଥିବା ବରଗାଁ ରାଜସ୍ୱ ନିରିକ୍ଷକ ଜଣେ ହିତାଧିକାରୀ ଙ୍କ ଠାରୁ ଲାଂଚ ନେଉଥିବା ବେଲେ ଧରାପଡି ଜେଲ ଯାଇଥିବା ଦେଖିବାକୁ ମିଳିଛି । ସୁଚନାରୁ ପ୍ରକାଶ ଖଡିଆଳ ତହସିଲ ବରଗାଁ ରାଜସ୍ୱ ନିରିକ୍ଷକ ଭାବେ ଗତ ମାସେ ରୁ କମ ହେବ ବଦଲି ହୋଇ ଆସି କାମ କରନ୍ତି କିଶୋର କୁମାର ନାଏକ । ହେଲେ କମ ସମୟ ବରଗାଁ ରାଜସ୍ୱ ନିରିକ୍ଷକ ଭାବେ କାମ କରିଥିଲେ ମଧ୍ୟ ଲାଂଚ ନେବାରେ ଧୁରନ୍ଧର ଥିବା ଚର୍ଚ୍ଚା ହେଉଥିଲା । ପ୍ରକାଶ ଥାଉକି ଏହି ବରଗାଁ ରାଜସ୍ୱ ଗ୍ରାମ ଅଧିନରେ ଥିବା ଘରଧାରା ଗ୍ରାମର ମୁରଲିଧର…

"ଭିଜାଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରିକ୍ଷକ"

ସରକାରଙ୍କ ମାତୃ ମଙ୍ଗଳ ଯୋଜନା ବିଫଳ, ରକ୍ତ ଅଭାବରୁ ପ୍ରସୂତି ମହିଳାଙ୍କ ମୃତ୍ୟୁ

ଖଡିଆଳ/ନୂଆପଡା-୦୩.୦୭.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ରାଜ୍ୟ ସରକାର ରକ୍ତ ପାଇଁ କୌଣସି ପ୍ରସୂତି ମହିଲା ମୃତ୍ୟୁ ମୁଖରେ ପଡିବେ ନାହିଁ ବୋଲି ଡିଙ୍ଗୁରା ପିଟୁ ଥିବାବେଲେ ଗୁରୁବାର ନୂଆପଡା ଜିଲା ଖଡିଆଳ ବ୍ଲକ ବଡମହେଶ୍ୱର ଗ୍ରାମର ଜଣେ ପ୍ରସୁତି ମହିଲା ରକ୍ତ ଅଭିବରୁ ମୃତ୍ୟୁ ମୂଖରେ ପଡିଥିିବା ଅଭିଯୋଗ ହୋଇଛି। ସୂଚନା ମତେ ଖଡିଆଳ ବ୍ଲକ ବଡମହେଶ୍ୱର ଗ୍ରାମର ଟିକେରାମ ମାଝୀ ଙ୍କ ପତ୍ନୀ ପୁର୍ଣ୍ଣମୀ ମାଝୀ ବୁଧବାର ସଂନ୍ଧ୍ୟା ସମୟରେ ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାଁ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଭର୍ତି ହୋଇଥିଲେ। ହେଲେ ଗୁରୁବାର ସକାଳ ୭ ଘଂଟା ସମୟରେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲେ। ଜନ୍ମ ଦେଲା…

"ସରକାରଙ୍କ ମାତୃ ମଙ୍ଗଳ ଯୋଜନା ବିଫଳ, ରକ୍ତ ଅଭାବରୁ ପ୍ରସୂତି ମହିଳାଙ୍କ ମୃତ୍ୟୁ"

ଗାଁ ବିଦ୍ୟାଳୟ ମୋର ଆତ୍ମା ଓ ଜୀବନର ସାଥୀ : ଦୃଷ୍ଟିହୀନ ସୁବାଷ ଚନ୍ଦ୍ର ବାଗ

-:ଜଗଦୀଶ ସୁନା:- ସୁବାଷ ଚନ୍ଦ୍ର ବାଗ ୧୬ ବର୍ଷର ଯୁବକ ପାଠ ମ୍ୟାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ଫେଲ୍ ହୋଇଛି ସତ, ହେଲେ ସେ ନିଜକୁ ନିଜେ ପାସ କରିଥିବା କହିବସନ୍ତି। କାରଣ ସେ ଭିନ୍ନକ୍ଷମ। ଜନ୍ମରୁ ଦୁଇ ଆଖି ଅନ୍ଧ। ନିଜ ଆଖିଠାରୁ ଏକ ଇଞ୍ଚ ଦୂରତ୍ୱ ପର୍ଯ୍ୟନ୍ତ ସାମାନ୍ୟ ଦେଖାଦିଏ ବୋଲି କହିବସେ ସୁବାଷ। ସେ ଭିନ୍ନକ୍ଷମ ଥିବାରୁ ତାଙ୍କୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଲେଖିବାପାଇଁ ରାଇଟର ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା। ତାହାମଧ୍ୟ ନିୟମ ରହିଥିଲା ଯେ, ଦଶମ ଶ୍ରେଣୀ ପରୀକ୍ଷାର୍ଥି ପାଇଁ ତା ତଳ ସ୍ତର ପାଠ ପଢ଼ୁଥିବା ଛାତ୍ରଙ୍କୁ ନିଯୁକ୍ତି ଦିଆଯିବା କଥା।…

"ଗାଁ ବିଦ୍ୟାଳୟ ମୋର ଆତ୍ମା ଓ ଜୀବନର ସାଥୀ : ଦୃଷ୍ଟିହୀନ ସୁବାଷ ଚନ୍ଦ୍ର ବାଗ"

ତିଖାଲି ଡ୍ୟାମର ସାଇଟ କେନାଳ ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ ତଦନ୍ତ ଦାବି କଲେ କୁଲିଗାଁ ଗ୍ରାମବାସୀ

ଖଡିଆଳ/ନୂଆପଡା-୦୨.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲା ଓ ବଲାଙ୍ଗିର ଜିଲାର ଚାଷୀ ମାନଙ୍କୁ ଦିର୍ଘମିଆଦି ପାଣି ଯୋଗାଇବା ଓ ଚାଷୀ ଏହି ପାଣି ଦ୍ୱାରା ଚାଷ କରି ଉପକୃତ ଲକ୍ଷରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୦୦ ମସିହାରେ ଖଡିଆଳ ବ୍ଲକ ଓ କୋମନା ବ୍ଲକ ର ଇନ୍ଦ୍ର ଓ ସୁନ୍ଦର ନଦୀର ମଧ୍ୟସ୍ଥଳ ତିଖାଲି ଠାରେ ଡ୍ୟାମର ଶୁଭାରମ୍ଭ କରିଥିଲେ। ନାନା ସମସ୍ୟା ଦେଇ ଡ୍ୟାମକାମ ବର୍ତ୍ତମାନ ସମ୍ପୂର୍ଣ୍ଣ ହେବାର ଶେଷ ପର୍ଯ୍ୟାୟରେ ଥିବାବେଲେ କେନାଲ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଚିଂଲାଣି। କିନ୍ତୁ ସାଇଟ କେନାଲ କାମ ମାନ ନିମ୍ନମାନର କରାଯାଇଥିବାରୁ ୬ ମାସ ମଧ୍ୟରେ ଘାଇ ହୋଇ ଭୁଷୁଡି ଯାଇ…

"ତିଖାଲି ଡ୍ୟାମର ସାଇଟ କେନାଳ ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ ତଦନ୍ତ ଦାବି କଲେ କୁଲିଗାଁ ଗ୍ରାମବାସୀ"

ଯକ୍ଷ୍ମାରୋଗର ନିଦାନ ଆଶାରେ ସଂଘର୍ଷରତ ଦାଦନ ଶ୍ରମିକଙ୍କ ଦୁଃଖଭାରା କାହାଣୀ

– ଜଗଦୀଶ ସୁନା ମୁଇଁ ମଦ୍ ବହୁତ ପିଉଥିଲି, ହଜାର୍ ହଜାରତ ଟଙ୍କା ଉଡ଼ାଇ ଦେଇଥିଲିଁ, ମୁଇଁ ପିଇବା ସାଙ୍ଗେ ସାଙ୍ଗେ ଲୋକ୍ ମାନ୍କେ ଭି ପିଆଉଥିଲି, ମଦ୍ ପିଇଥିଲେ ମୋର୍ ସାଙ୍ଗେ କଥା ହେବାର୍ ଲୋକ ନାଇନ, ଯେତେ ବଡ଼ ଅଫିସରକେ ଭି ଡ଼ରୁନଥିଲି, ଆର୍ କାଏଁଟା ମର୍ ସାଙ୍ଗେ କଥା ହେଇ ପାର୍ବେ ? ମଦ୍ ପିଇ କରି ମୋର ୬ (ଛଅ) ଏକର ଜମିକେ ମଦ୍ର ଲାଗି ବିକିଦେଲି। ମୋତେ ଘରେ କହେବାର୍ ଲୋକ ଧାତା ନାଇନ। ଯାକେ ମାଗ୍ଲେ ମୋତେ ଟଙ୍କା ଦେଉଥିଲେ। ଦଶ ହଜାର, ପନ୍ଦର ହଜାର ଟଙ୍କା ଏକା ଦିନକେ ଉଡ଼ାଉଥିଲିଁ ଓ ତାର ସାଙ୍ଗେ କାଠା…

"ଯକ୍ଷ୍ମାରୋଗର ନିଦାନ ଆଶାରେ ସଂଘର୍ଷରତ ଦାଦନ ଶ୍ରମିକଙ୍କ ଦୁଃଖଭାରା କାହାଣୀ"

୨ ଜଣ ଜବାନଙ୍କୁ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ପାତଲଗଙ୍ଗା-ସୁନାମୁଦୀ ଛକ ନିକଟରେ କିଛି ଯବାନଙ୍କୁ ଗ୍ରାମବାସୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ଜବାନ ମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଜଣକୁ ବୋଡେନ ଗୋଷ୍ଠି ସ୍ୱାସ୍ତ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ ଜଣକୁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟ ଜଣକୁ ବୁର୍ଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସୂଚନା ମତେ ୨ ଜଣ ଜବାନ ଜଣେ ଏସଓଜି ଏବଂ ଅନ୍ୟଜଣେ ସିଆରପିଏଫ ଜବାନ ବୋଡେନ ଠାରେ ଥିବା ଏଟିଏମକୁ ଟଙ୍କା କରି ଖଡୁପାଣି ସ୍ଥିତ କ୍ୟାମ୍ପକୁ ଫେରୁଥିବା ବେଲେ ପାତଲଗଙ୍ଗା-ସୁନାମୁଦୀ ଛକ ନିକଟରେ ଗ୍ରାମବାସୀ ସଂଘବଦ୍ଧ…

"୨ ଜଣ ଜବାନଙ୍କୁ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଅଭିଯୋଗ"

ଋକ୍ତ ଗୋଳାପ ଯୁବକ ସଂଘ ପକ୍ଷରୁ ସ୍ୱଛ ଭାରତ ଅଭିଯାନ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲା ଖଡିଆଳ ବ୍ଲକ ଚିନ୍ଦାଗୁଡା ଗ୍ରାମରେ ଥିବା ରକ୍ତ ଗୋଳାପ ଯୁବକ ସଂଘ ଓ ଜାତୀୟ ଯୁବ ସ୍ୱେଛାସେବିନୀ ଶକ୍ତିମୟୀ ମାଝୀ ଙ୍କ ନେତୃତ୍ୱରେ ସ୍ୱଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଂଘ ପକ୍ଷରୁ ଗ୍ରାମରେ ଥିବା ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ ପରିସରରେ ଥିବା ଆଲିଆ ଆବର୍ଜନା କୁ ସଫା କରାଯାଇଥିଲା। ଗ୍ରାମରେ ସ୍ୱଛତା କିପରି ବଜାୟ ରହିବ ତା ଉପରେ ସଚେତନତା ର୍ୟାଲି ଯୁବକ ସଂଘ କର୍ମକର୍ତ୍ତା ଙ୍କ ଦ୍ୱାରା କରାଯାଇଥିଲା। ଏଥିରେ ରକ୍ତ ଗୋଲାପ ଯୁବକ ସଂଘର ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଅକ୍ଷୟ କୁମାର ମାଝୀ, ସଭ୍ୟ ନିଶିକାନ୍ତ…

"ଋକ୍ତ ଗୋଳାପ ଯୁବକ ସଂଘ ପକ୍ଷରୁ ସ୍ୱଛ ଭାରତ ଅଭିଯାନ"

ଭଡାରେ ଚାଳିଛି ନୁତନ ଗ୍ରାମପଚାଂୟତ ଦେଢ ବର୍ଷପରେ ମଧ୍ୟ ନିର୍ମାଣ ହୋଇ ପାରିନି ଗ୍ରାମପଚାଂୟତ କାର୍ଯ୍ୟାଳୟ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପଚାଂୟତି ରାଜ ଶାସନକୁ ଲୋକାଭିମୁଖୀ କରିବା ସହିତ ସମସ୍ତ ଙ୍କ ପାଖକୁ ସୁବିଧା ସୁଯୋଗ ପହଚାଂଇବା ଉଦ୍ଦେଶ୍ୟରେ ବଡ ବଡ ଗ୍ରା.ପ ମାନଙ୍କୁ ଛୋଟ ଛୋଟ କରି ନୁତନ ଗ୍ରା.ପ ସୃଷ୍ଟି କରିଥିଲେ। ତଦନୁରୁପ ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକରେ ୧୦୮ ଗ୍ରା.ପ ବଦଳରେ ୨୬ ଗୋଟି ଗ୍ରା.ପ ବଢାଇ ୧୩୨ ଗୋଟି ଗ୍ରା.ପ ସୃଷ୍ଟି କଲେ। ବୋଡେନ ବ୍ଲକ ର ଡମଝର ଗ୍ରା.ପ ଏକ ବଡ ଗ୍ରା. ପ ଥିବାରୁ ତାକୁ ଦୁଇ ଗୋଟି ଗ୍ରା.ପ ରେ ବିଭକ୍ତ କରି ପଲସଦା ଗ୍ରାମ କୁ ଏକ ଗ୍ରା.ପ. କରାଯାଇଥିଲା। ନୂତନ ଗ୍ରା.ପ…

"ଭଡାରେ ଚାଳିଛି ନୁତନ ଗ୍ରାମପଚାଂୟତ ଦେଢ ବର୍ଷପରେ ମଧ୍ୟ ନିର୍ମାଣ ହୋଇ ପାରିନି ଗ୍ରାମପଚାଂୟତ କାର୍ଯ୍ୟାଳୟ"