ପ୍ରଖ୍ୟାତ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କର ପରଲୋକ

ଭୁବନେଶ୍ୱର ୧-୩ (ଓଡ଼ିଆ ପୁଅ) ପ୍ରଖ୍ୟାତ ଭଜନ ଗାୟକ ଅରବିନ୍ଦ ମୁଦୁଲି ଏବେ ଆଉ ନାହାନ୍ତି। ଲୋକପ୍ରିୟ ଭଜନ ଗାୟକ ରୂପରେ ସେ ପ୍ରସିଦ୍ଧି ଲାଭ କରିଥିଲେ। ଆଜି ସକାଳେ ପ୍ରାୟତଃ ୧.୧୫ ବେଳେ ଭୁବନେଶ୍ଵରର ଆଦିତ୍ୟ କେଆର ହସ୍ପିଟାଲରେ ୫୬ ବର୍ଷ ବୟସରେ କାର୍ଡିଆକ ଆରେଷ୍ଟ କାରଣରୁ ପରଲୋକ ହୋଇଯାଇଛି। ତାଙ୍କର ଦୁଇ ପୁଅ ଜଗବନ୍ଧୁ ଏବଂ କୃପାସିଂନ୍ଧୁ ଏବଂ ଗୋଟିଏ ଝିଅ। ଖୋର୍ଧା ଜିଲ୍ଲାରେ ଜନ୍ମଲାଭ କରିଥିବା ଅରବୀନ୍ଦ ମୁଦୁଲି ସଂଗୀତ ଦୁନିଆର ଶିଖର ପର୍ଯ୍ୟନ୍ତ ପହୁଁଚି ପାରିଥିଲେ ଏବଂ ସବୁଠାରୁ ଲୋକପ୍ରିୟ ଓଡିଆ ଭଜନ ଗାୟକ ରୂପରେ ପ୍ରସିଦ୍ଧି ଲାଭ କରିଥିଲେ।

"ପ୍ରଖ୍ୟାତ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କର ପରଲୋକ"

ସର୍ବଭାରତୀୟ ପ୍ରହରାଜ ଚ୍ୟାଲେଞ୍ଜ ଫୁଟ୍ବଲ ଟୁର୍ନାମେଂଟ : ଭଦ୍ରକ ୟୁନାଇଟେଡ୍ କ୍ଲବ୍ ଚାମ୍ପିୟନ

ଖୋର୍ଦ୍ଧା ୨୭-୨ (ଓଡ଼ିଆ ପୁଅ) : ସ୍ପୋର୍ଟସ ଆସୋସିଏସନ୍ ଆନୁକୂଲ୍ୟରେ ୧୯୩୧ ମସିହାରୁ ହୋଇ ଆସୁଥିବା ସର୍ବଭାରତୀୟ ସ୍ତରୀୟ ପ୍ରହରାଜ ଚ୍ୟାଲେଞ୍ଜ ସିଲ୍ଡ ଫୁଟ୍ବଲ ଟୁର୍ନାମେଂଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମ୍ରେ ଚାଲିଥିବା ଏହି ଫାଇନାଲ ମ୍ୟାଚ ଭୁବନେଶ୍ୱରର କିଶୋର କ୍ଳବ୍ ଓ ଭଦ୍ରକର ୟୁନାଇଟେଡ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକର ୟୁନାଇଟେଡ୍ କ୍ଲବ୍ ୨-୧ ଗୋଲ୍ରେ ଭୁୁବନେଶ୍ୱରର କିଶୋର କ୍ଳବ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଲୁକା ଆଇନ୍ ସେବା କମିଟିର ଅଧ୍ୟକ୍ଷ ତଥା ପ୍ରଥମ ଅତିରିକ୍ତ ଜିଲାଜଜ୍ ଲଳିତ କୁମାର ଦାଶ ଯୋଗ ଦେଇ ଚାମ୍ପିଆନ ଦଳ ଭଦ୍ରକର ୟୁନାଇଟେଡ୍ କ୍ଲବ୍କୁ…

"ସର୍ବଭାରତୀୟ ପ୍ରହରାଜ ଚ୍ୟାଲେଞ୍ଜ ଫୁଟ୍ବଲ ଟୁର୍ନାମେଂଟ : ଭଦ୍ରକ ୟୁନାଇଟେଡ୍ କ୍ଲବ୍ ଚାମ୍ପିୟନ"

ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ରେ ମାତୃ ପିତୃ ପୂଜନ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା ୨୭-୨ (ଓଡ଼ିଆ ପୁଅ): ସ୍ଥାନୀୟ ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଓ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଂଟ୍ର ମିଳିତ ଆନୁକୁଲ୍ୟରେ ଏକ ଅଭିଭାବକ ସମ୍ମିଳନୀରେ ‘ମାତୃପିତୃ ପୂଜନ ଉତ୍ସବ’ ସହିତ ‘ଆମ ପିଲାଙ୍କ ଭବିଷ୍ୟତ’ ଶୀର୍ଷକ ଏକ ସେମିନାର ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଓଡିଶା କଋଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିନ୍ ପ୍ରଫେସର ଦିଲୀପ କୁମାର ଦୋରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ନନ୍ଦ ଅତିଥି ପରିଚୟ ପ୍ରଦାନ କଲାପରେ ଯୋଗବେଦାନ୍ତ ସମିତିର ଜିଲ୍ଲା…

"ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ରେ ମାତୃ ପିତୃ ପୂଜନ ଉତ୍ସବ ଅନୁଷ୍ଠିତ"

ବାଜପୁର ସ୍ୱାଧୀନତା ସଂଗ୍ରାମର ସ୍ମାରକ ହେଉ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତି ଉନ୍ମୋଚନ ସମାରୋହ

ଖୋରଧା ୨୭-୨ (ଓଡ଼ିଆ ପୁଅ): ଐତିହାସିକ ଖୋର୍ଦ୍ଧା ଉପକଣ୍ଠ ବାଜପୁର ଗ୍ରାମ ହେଉଛି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପେଣ୍ଠସ୍ଥଳୀ। ଏହି ଗ୍ରାମର ପ୍ରାୟ ପ୍ରତ୍ୟେକ ପରିବାର ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ମଧ୍ୟ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଛନ୍ତି। ଇଂରେଜ କବଳରୁ ସ୍ୱାଧୀନତାକୁ ଛଡାଇ ଆଣିବା ଲାଗି ବାନର ସେନାର ଜଣେ ଆଗୁଆ କର୍ମୀ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏହି ଗ୍ରାମରେ ବାର ବାର ବୈଠକ ବସିଥିଲା। ତେଣୁ ‘ବାଜପୁର’ ସ୍ୱାଧୀନତା ସଂଗ୍ରାମର ସ୍ମାରକ ସ୍ଥଳ କରାଯିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବାଜପୁର ସ୍ଥିତ ସୈନିକ ସଦନରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ କବିଗୋ÷ରବ…

"ବାଜପୁର ସ୍ୱାଧୀନତା ସଂଗ୍ରାମର ସ୍ମାରକ ହେଉ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତି ଉନ୍ମୋଚନ ସମାରୋହ"

୬ ଗୋରୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର;୨୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଗତ କାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ କାୟା ଗ୍ରାମର ସୁବଳ ଚହଟରାୟଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗି ୬ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

"୬ ଗୋରୁ ଜୀବନ୍ତ ଦଗ୍ଧ"

ହଳଦିଆ କଲେଜ ପରିସରରେ ସ୍ୱଛଭାରତ କାର୍ଯ୍ୟକ୍ରମ

ଖୋର୍ଦ୍ଧା : ୧୩-୨ (ଓଡ଼ିଆ ପୁଅ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ଖୋର୍ଦ୍ଧା ସ୍ଥିତ ହଳଦିଆ ମହାବିଦ୍ୟାଳୟରେ ସ୍ୱଛଭାରତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ହଳଦିଆ କଲେଜ ୟୁନିଟ୍ ସଭାପତି ରଫାକତ୍ ଖାନ୍ ଓ ସମ୍ପାଦକ ଅମିତ୍ କୁମାର ବାରିକ୍ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଲେଜ ଅଧ୍ୟକ୍ଷ ଗାୟତ୍ରୀ ମାହାନ୍ତି, ଅଧ୍ୟାପକ ପାର୍ଥସାରଥି ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ଛାତ୍ରୀ ପ୍ରମୁଖ ପୂଜା ସାହୁ, ପ୍ରିତିସୁଧା ଭଞ୍ଜଦେଓ, ସୈାମ୍ୟା ମିଶ୍ର, ସମୃଦ୍ଧି ସାମନ୍ତରାୟ, ଜିତେନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ।

"ହଳଦିଆ କଲେଜ ପରିସରରେ ସ୍ୱଛଭାରତ କାର୍ଯ୍ୟକ୍ରମ"

ପ୍ରାଣନାଥ କଲେଜ ୧୯୯୨ ଗ୍ରାଜୁଏଟ୍ ଙ୍କ ବନ୍ଧୁ ମିଳନ

ଖୋର୍ଦ୍ଧା ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ ବରୁଣେଇର ପାଦ ଦେଶରେ ପ୍ରାଣନାଥ ମହାବିଦ୍ୟାଳୟର ୧୯୯୨ ମସିହା ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ର ମାନଙ୍କର ଏକ ବନ୍ଦୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବିବେକାନନ୍ଦ ଇନ୍ ଷ୍ଟିଚ୍ୟୁଟ୍ ର ଅଧ୍ୟକ୍ଷ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି। ଦୀର୍ଘ ୨୬ ବର୍ଷ ପରେ ଏକାଠି ହୋଇଥିବା ଏହି ବନ୍ଧୁମାନେ ପରଷ୍ପରକୁ ଦେଖିବାପରେ ଭାବ ବିହ୍ୱୋଳ ହୋଇଯାଇଥିଲେ। ଚଳିତବର୍ଷ ଠାରୁ ପ୍ରତିବର୍ଷ ୧୯୯୨ ମସିହା ସ୍ନାତକ ଡିଗ୍ରୀଧାରୀ ମାନଙ୍କର ବନ୍ଧୁ ମିଳନ ଏହି ବରୁଣେଇ ଠାରେ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଏହାଦ୍ୱାରା ସମସ୍ତଙ୍କ ମଧ୍ୟରେ ସ୍ନେହଁ ପ୍ରେମ ଦୃଢିଭୂତ ହେବ…

"ପ୍ରାଣନାଥ କଲେଜ ୧୯୯୨ ଗ୍ରାଜୁଏଟ୍ ଙ୍କ ବନ୍ଧୁ ମିଳନ"

ବ୍ରାହ୍ମଣ ସମାଜ ସୁରକ୍ଷିତ ରହିଲେ ଦେଶ ଅଗ୍ରସର ହେବ – ବ୍ରାହ୍ମଣ ମହାସଭା ବାର୍ଷିକୋତ୍ସବରେ ସରକାରଙ୍କୁ ଆହ୍ୱାନ

ଖୋର୍ଦ୍ଧା ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ ଗୀତା ଭବନ ପରିସରରେ ଖୋର୍ଦ୍ଧା ଜିଲ୍ଲା ବ୍ରାହ୍ମଣ ମହାସଭାର ବାର୍ଷିକୋତ୍ସବ ଅନୁଷ୍ଠାନର ଜିଲ୍ଲା ସଂପାଦକ ହରିଚରଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ରାହ୍ମଣ ମାନଙ୍କ ସହଯୋଗରେ ଏକ ବିଶ୍ୱ ଶାନ୍ତି ଯଜ୍ଞ ହେବା ପରେ ବେଦବାକ୍ୟ ଉଚ୍ଚାରଣ ସହିତ ନଗର ପରିକ୍ରମା କରିଥିଲେ। ମଧ୍ୟାହ୍ନରେ ସଭାପତି ଜ୍ଞାନ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ପୁରୀ ଗୋବର୍ଦ୍ଧନ ପୀଠ ପରିଷଦର ରଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ କହିଲେ ଯୁଗେ ଯୁଗେ ବ୍ରାହ୍ମଣ ମାନେ ହିଁ…

"ବ୍ରାହ୍ମଣ ସମାଜ ସୁରକ୍ଷିତ ରହିଲେ ଦେଶ ଅଗ୍ରସର ହେବ – ବ୍ରାହ୍ମଣ ମହାସଭା ବାର୍ଷିକୋତ୍ସବରେ ସରକାରଙ୍କୁ ଆହ୍ୱାନ"

ମେଧାବୃତି ପରୀକ୍ଷାରେ ଶ୍ୱେତପଦ୍ମା ତ୍ରିପାଠୀ ଶ୍ରେଷ୍ଠ ବିବେଚିତ

ତମାଣ୍ଡୋ ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ କଳିଙ୍ଗ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଂଚମ ଶ୍ରେଣୀ ଛାତ୍ରୀ ଶେତପଦ୍ମା ତ୍ରିପାଠୀ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଢୁଥିବା ସୁଶ୍ରୀ ଶ୍ୱେତପଦ୍ମା ହେଉଛନ୍ତି କଟକ ଜିଲ୍ଲା କୁଟିଲୋ ଗ୍ରାମର ପିତା ଶୁରେନ୍ଦ୍ର ନାଥ ତ୍ରିପାଠୀ ଏବଂ ମାତା ରେଣୁବାଳା ତ୍ରିପାଠୀଙ୍କର ଏକମାତ୍ର କନ୍ୟା। ପିଲାଟି ଦିନରୁ ପଢାପ୍ରତି ବିଶେଷ ଆଗ୍ରହ ଥିବାରୁ ସେ ତୃତୀୟ ଶ୍ରେଣୀ ମେଧାବୃତି ପରୀକ୍ଷାରେ ମଧ୍ୟ ଏହି ବିଦ୍ୟାଳୟରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ସେ ମଧ୍ୟ ତାଙ୍କର ବିଦ୍ ମତା ବଳରେ ବିଦ୍ୟାଳୟରେ ବିଭିନ୍ନ ସମୟରେ…

"ମେଧାବୃତି ପରୀକ୍ଷାରେ ଶ୍ୱେତପଦ୍ମା ତ୍ରିପାଠୀ ଶ୍ରେଷ୍ଠ ବିବେଚିତ"

ସମାଜର ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ

ବାଲୁଗାଁ ୩୦-୧ (ଓଡ଼ିଆ ପୁଅ) : ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରଗତିଶୀଳ ସୃଜନୀ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ଭିକାରୀ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବଡକୂଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ନଗର ଉନ୍ନୟନ ବିଭାଗର ପୂର୍ବତନ ନିର୍ଦେଶକ ଇଂ ମୀନକେତନ ଦାସ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ସମାଜ ହେଉଛି ଦେଶର ମେରୁଦଣ୍ଡ। ଏହାର ସୁରକ୍ଷା ତଥା ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ। ଟାଙ୍ଗୀ ଚାନ୍ଦପୁର ରୋଟାରି କ୍ଲବର ସଭାପତି ଡା. ମଧୁସୂଦନ ସେନାପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅନୁଷ୍ଠାନର ସମସ୍ତ କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରି କହିଲେ ସୃଜନୀ ସଂସଦ…

"ସମାଜର ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ"