ଶିକ୍ଷୟିତ୍ରୀଙ୍କୁ ହତ୍ୟା :ବିଲରୁ ମିଳିଲା ଶବ

ଖୋର୍ଦ୍ଧା ୪ ଜାନୁଆରୀ (ଓଡିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆପଡା ପଞ୍ଚାୟତର ହରିପୁର ଉଗ୍ରତାରା ନୋଡ଼ାଲ ହାଇସ୍କୁଲର ଶିକ୍ଷୟିତ୍ରୀଙ୍କୁ ବିଲ ଭିତରୁ ଅତି ନିର୍ମମ ଭାବେ ହତ୍ୟା କରିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ବିଲରୁ ତାଙ୍କର କ୍ଷତାକ୍ତ ଶବ ମିଳିଛି।ଠେଙ୍ଗାରେ କେହି ତାଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶିକ୍ଷୟିତ୍ରୀଙ୍କ ନାମ ଅଞ୍ଜଳି ଦେହୁର ଓ ତାଙ୍କ ଘର ବେଗୁନିଆ ଅଞ୍ଚଳରେ ବୋଲି ଜଣା ପଡିଛି।ସେ ଶିକ୍ଷା ସହାୟିକା ରୂପେ ନିଯୁକ୍ତି ପାଇ ଏଠାରେ କାର୍ଯ୍ୟ କରୁଥିଲେ। ସ୍କୁଲଠାରୁ ପ୍ରାୟ ଦୁଇ କି.ମି ଦୂର ବଡ଼ପୋଖରିଆ ଗ୍ରାମର ଆଦିବାସୀ ସାହିରେ…

"ଶିକ୍ଷୟିତ୍ରୀଙ୍କୁ ହତ୍ୟା :ବିଲରୁ ମିଳିଲା ଶବ"

ଏବିଭିପିର ଖୋର୍ଦ୍ଧା ନଗର କାର୍ଯ୍ୟକାରିଣୀ ଘୋଷଣା

ଖୋର୍ଦ୍ଧା ୫-୧ (ଓଡ଼ିଆ ପୁଅ): ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସ୍ଥାନୀୟ ଖୋର୍ଦ୍ଧା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖୋର୍ଦ୍ଧା ନଗର କାର୍ଯ୍ୟ କାରଣୀ ଘୋଷଣା ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏବିଭିପିର ରାଜ୍ୟ ସଭାପତି ଅଧ୍ୟାପକ ଦିଲୀପ୍ କୁମାର ଦାଶ ସଭାପତିତ୍ୱ କରିଥିଲେ। ଏବିଭିପି ନିର୍ବାଚନରୁ ନିର୍ବାଚନ ପର୍ଯ୍ୟନ୍ତ ନୁହେଁ ବରଂ ପିଢୀରୁ ପିଢୀ ପର୍ଯ୍ୟନ୍ତ କାର୍ଯ୍ୟକରେ ବୋଲି ଅଧ୍ୟାପକ ଦାଶ ମନ୍ତବ୍ୟ ଦେଇଥିଲେ। ଏହା ପରେ ବିଭାଗ ସଂଯୋଜକ ପ୍ରଦୋଷ ହରିଚନ୍ଦନ ନଗର କାର୍ଯ୍ୟ କାରିଣୀ ଘୋଷଣା କରିଥିଲେ। ସଭାପତି ଭାବେ ଅଧ୍ୟାପକ ଅଜୟ କୁମାର ମିଶ୍ର ଓ ଉପସଭାପତି ଭାବେ ପ୍ରବୀଣା ପଟ୍ଟନାୟକ, ଅରଭିଲ୍ ମହାପାତ୍ର, ସୁଭାଷ ମହାପାତ୍ରଙ୍କୁ ଦାୟିତ୍ୱ…

"ଏବିଭିପିର ଖୋର୍ଦ୍ଧା ନଗର କାର୍ଯ୍ୟକାରିଣୀ ଘୋଷଣା"

ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ

ନୟାଗଡ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଓଷ୍ଟାର ଆର୍ଥିକ ସହାୟତା ତଥା ଆନୁକୁଲ୍ୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭଞ୍ଜଙ୍କ ଆବାହକତ୍ୱରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମେଳା ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଶିଶୁ ଉସଛବରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟବକ୍ତା ଭାବେ ଦେବେନ୍ଦ୍ର କୁମାର ସୁତାର ଓ ସମ୍ମାନିତ ଅତିଥିଭାବେ ଶିକ୍ଷାପ୍ରଦୀପର ସଂପାଦକ ପ୍ରଫୁଲ କୁମାର ମହାନ୍ତି, ବ୍ୟଙ୍ଗକବି ବ୍ରଜବିହାରୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ। ଏହି ଶିଶୁ ଉତ୍ସବରେ ଓଷ୍ଟାର ସଭାପତି ନିରଞ୍ଜନ…

"ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ"

ରେଳ ଧକ୍କାରେ ମହିଳାଙ୍କ ମୃତ୍ୟୁ

ର୍ଖୋର୍ଦ୍ଧା ୪-୧ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା- ବଲାଙ୍ଗିରି ରେଳପଥର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଷ୍ଟେସନ ନିକଟ ବନ୍ଧ ମୁଣ୍ଡ ରେଳପଥଠାରେ ଜଣେ ବୁଦ୍ଧା ମହିଳାଙ୍କ ରେଳ ଧକ୍କାରେ ଆଜି ସକାଳେ ମୃତ୍ୟୁ ଘଟିଛି। ମହିଳା ଜଣଙ୍କର ଦେହ ସମ୍ପୂର୍ଣ୍ଣ ରୂପେ ଦୁଇ ଖଣ୍ଡ ହୋଇଯାଇଛି। ତାଙ୍କର ଘର ବୋଲଗଡ ପଞ୍ଚାୟତର ମର୍ଦାବାଡ଼ି ଗ୍ରାମର ଚକ୍ରଧର ପଶ୍ଚିମ କବାଟଙ୍କ ପତ୍ନୀ ସ୍ନେହଲତା ପଶ୍ଚିମ କବାଟ ତାଙ୍କ ବୟସ ୬୦ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଅଶାନ୍ତି କାରଣରୁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।

"ରେଳ ଧକ୍କାରେ ମହିଳାଙ୍କ ମୃତ୍ୟୁ"

ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ

ଖୋର୍ଦ୍ଧା .୨୬ ଡିସେମ୍ବର୍ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମହୋତ୍ସବ ଉଦଘାଟିତ।ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ବୋଲଗଡ ମହୋତ୍ସବ ଆଶା ୨୦୧୭ ମଙ୍ଗଳବାର ସନ୍ଧ୍ୟାରେ ମହୋତ୍ସବ ଟ୍ରଷ୍ଟ ଓ ବୋଲଗଡ ମହୋତ୍ସବ କମିଟି ଆୟୋଜନ ରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି। ଉଦଘାଟନ ଦିବସରେ କଡବ ପାଇକ ପୁଅଙ୍କ ଦ୍ଵାରା ପ୍ରଥମେ ପାଇକ ଆଖଡା ନୃତ୍ୟ ପରିବେଷଣ କରାଯାଇଥିଲା। ଏ ନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁଧାକର ନାୟକ ଯୋଗଦେଇ ବୋଲଗଡ଼ ଅଞ୍ଚଳରେ ହେଉଥିବା ସମସ୍ତ ଉତ୍ସଵ ଓ ପର୍ବପର୍ବାଣୀ ଭଲ ଲାଗେ ବୋଲି ମତ ଦେଇଥିଲେ |…

"ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ"

ଗଜା ମୁଗ ଖାଇ ୧୫ ଶିଶୁ ଅସୁସ୍ଥ

ଖୋର୍ଦ୍ଧା ୧୯-୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେନଡେ ପଞ୍ଚାୟତ ଆସେଲି ଭଡା ଅଙ୍ଗନବାଡି କେନ୍ଦ୍ରରେ ଗଜାମୁଗ ଖାଇ ୧୫ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଖୋର୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ଅଙ୍ଗନବାଡି କେନ୍ଦ୍ରକୁ ୨୦ ଜଣ ଶିଶୁ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ। ସେଥି ମଧ୍ୟରୁ ୧୫ ପିଲା ଗଜାମୁଗ ଖାଇଥିଲେ ତାହା ପରେ ପ୍ରଥମେ ତାଙ୍କର ଝାଡାବାନ୍ତି ହୋଇଥିଲା। ଆଜି ସକାଳୁ ଝାଡାବାନ୍ତି ସହ ଜ୍ୱର ହେବାରୁ ତାଙ୍କୁ ପ୍ରଥମେ ନିରାକାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାହା ପରେ ଗୁରୁତର ହେବାରୁ ଖୋର୍ଦ୍ଧାର ଜିଲ୍ଲା ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଥାଉକି ଅଙ୍ଗନବାଡ଼ି…

"ଗଜା ମୁଗ ଖାଇ ୧୫ ଶିଶୁ ଅସୁସ୍ଥ"

‘ଗଣିତ ଶାସ୍ତ୍ରର ଜନକ ରାମାନୁଜନ୍ ଭାରତ ପାଇଁ ଥିଲେ ଗର୍ବ’ : ଡକ୍ଟର ନନ୍ଦ

– ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ସମାରୋହ ଅନୁଷ୍ଠିତ ଖୋର୍ଦ୍ଧା ୨୩-୧୨ (ଓଡ଼ିଆ ପୁଅ): ଗଣିତ ହେଉଛି ଏକ ସ୍ୱତନ୍ତ୍ର ଅବାନ୍ତର ବିଜ୍ଞାନ (ଆବ୍ଷ୍ଟ୍ରାକ୍ଟ ସାଇନ୍ସ) ଯାହା ବିନା କୌଣସି ଜ୍ଞାନକୁ କଳନା କରାଯାଇନପାରେ। ବିଜ୍ଞାନକୁ ଆମେ ବୁଝିପାରିବା ଯେତେବେଳେ ଏହା ସହିତ ଗଣିତ ଯୋଡି ହୋଇଥିବ। ବସ୍ତୁ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ମନ ବିଜ୍ଞାନ, ସାମାଜିକ ବିଜ୍ଞାନ, ରାଜନୀତି ବିଜ୍ଞାନ, ଭାଷା ବିଜ୍ଞାନ ଇତ୍ୟାଦି ସମସ୍ତ ବିଜ୍ଞାନକୁ କେବଳ ଗଣିତର ସହଯୋଗରେ ହିଁ ପ୍ରକାଶ କରିହୁଏ। ଆମ ଦେଶ ଦେବଭୂମି ଭାରତ ବର୍ଷରେ ଅର୍ଯ୍ୟଭଟ୍ଟ ଶୂନର ଆବିଷ୍କାର କରି ସାରା ବିଶ୍ୱକୁ ଚମକାଇ ଦେଇଥିଲେ। ସେହିଭଳି ଇନଫାଇନାଇଟ୍ର କଳନା କରିଥିଲେ ତାମିଲ୍ନାଡୁର…

"‘ଗଣିତ ଶାସ୍ତ୍ରର ଜନକ ରାମାନୁଜନ୍ ଭାରତ ପାଇଁ ଥିଲେ ଗର୍ବ’ : ଡକ୍ଟର ନନ୍ଦ"

ଚାଷ ଓ ଚାଷୀର ହକ୍ ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଜିଠୁ ଆରମ୍ଭ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

– ଆଜି ନୂଆପଡା, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇ ଦାବିପତ୍ର ପ୍ରଦାନ କରାଗଲା – ଆସନ୍ତା କାଲି କେନ୍ଦ୍ରାପଡା, ନବରଙ୍ଗପୁର, ଭଦ୍ରକ ଓ ମୟୁରଭଂଜ(ବାରିପଦା) ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ଭୁବନେଶ୍ୱର ତା ୨୦/୧୨(ଓଡ଼ିଆ ପୁଅ): ଚାଷ ଓ ଚାଷୀଙ୍କ ସମସ୍ୟାଙ୍କୁ ନେଇ ରାଜ୍ୟ ବିଜେପି ଜିଲ୍ଲା ସ୍ତରରେ ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟରେ ମରୁଡି, ଚକଡା ପୋକ ଲାଗିବା ଏବଂ ଅଦିନିଆ ବର୍ଷାରେ ଚାଷୀକୂଳ ହତାଶ ହୋଇଛି। ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ଏସ.ଡି.ଆର.ଏଫ ମାଧ୍ୟମରେ କ୍ଷତିପୂରଣ ରାଶି ସଠିକ୍ ଚାଷୀପାଖରେ ନ ପହଂଚି ଶାସକ ଦଳର କର୍ମୀମାନଙ୍କୁ ବଂଟାଯାଉଛି। ଏମିତି ଅନେକ ସମସ୍ୟା କୁ ନେଇ ଆଜି…

"ଚାଷ ଓ ଚାଷୀର ହକ୍ ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଜିଠୁ ଆରମ୍ଭ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ"

ଗୋଳବାଇରେ ବଣୁଆ ହାତୀ

ଖୋର୍ଦ୍ଧା, ୧୦-୧୨,(ଦେବଦତ୍ତ ରଥ):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଳବାଇ, କାଳିବତୀ, ମୋଟା ଅଞ୍ଚଳକୁ ପଲେ ବଣୁଆ ହାତୀ ଚାଲି ଆସିଛନ୍ତି।ପ୍ରାୟ ୧୦/୧୨ଟି ହାତୀ ଚନ୍ଦକା ଜଙ୍ଗଲରୁ କିଛି ଦିନ ହେଲା ଆସି ଏଠାରେ ରହି ଯାଇଛନ୍ତି।ବନ୍ୟ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ବାରମ୍ବାର ସେମାନଙ୍କୁ ଘଉଡେଇବାକୁ ଉଦ୍ୟମ କରି ବିଫଳ ହେଉଛନ୍ତି।ଅଦିନିଆ ବର୍ଷା ପରେ ବର୍ଷା, ଫସଲରେ ପୋକ ପରେ ପୁଣି ହାତୀ ଉପଦ୍ରବରେ ସ୍ଥାନୀୟ ଚାଷୀ ଭୟଭୀତ ହୋଇ ପଡିଛନ୍ତି।ସୂଚନା ଯୋଗ୍ୟ ଯେ ଏବେ କିଛି ଦିନ ତଳେ ସ୍ଥାନୀୟ ନିରାକାରପୁର ନିକଟସ୍ଥ ଖଜୁରୀପଡ଼ା ଜଙ୍ଗଲରୁ ଏକ ମୃତ ହାତୀର ଶରୀର ମିଳିଥିଲା।

"ଗୋଳବାଇରେ ବଣୁଆ ହାତୀ"

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ଖୋର୍ଦ୍ଧା ୯/୧୨ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ରାଜସୁନାଖଳା କାଉରୀଁପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁୁଷ୍ଟିତ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶୌଳବାଳା ଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ଏହି ମେଳାରେ ତୃତୀୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀର କୁନି ବୌଜ୍ଞାନିକ ମାନେ ବିଭିନ୍ନ ତିଆରି ପ୍ରକଳ୍ପକୁ ପ୍ରଦର୍ଶନୀ କରିଥିଲେ । ପ୍ରକଳ୍ପ ମଧ୍ୟରେ ଜଳ ସରକ୍ଷଂଣ , ବିଦ୍ୟୁତ୍ ଶକ୍ତି ଉତ୍ପାଦନ ,ବାୟୁ ଚାପ ,ଜଳ ପ୍ରଦୂଷଣ ,ଦୁଷିତ ବାୟୁକୁ ନିମ୍ନଗାମୀ କରାଇ ପରିବେଶ ସୁରକ୍ଷା ,ଔଷଧୀୟ ବୃକ୍ଷ ,ଖାଦ୍ୟ ଶ୍ରେଣୀ…

"ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା"