Home ଓଡ଼ିଶା ରାମେଶ୍ୱରରେ ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ରାମେଶ୍ୱରରେ ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ

59

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ରାମେଶ୍ୱର ଗଡ଼ ପାହାଡ଼ ପାଦଦେଶରେ ସ୍ଥିତ ହନୁମାନ ମନ୍ଦିର ନିକଟରେ ବିଜେପିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ସମେତ ଜିଲ୍ଲା ସମ୍ପାଦକ ବିଦ୍ୟୁତ କାଣ୍ଡି, ହେମନ୍ତ କୁମାର ବେହେରା, ଧୀରେନ କୁମାର ପଟ୍ଟନାୟକ, ଯୁବନେତା ଚିତ୍ତ ରଞ୍ଜନ ତ୍ରିପାଠୀ, ମନ୍ମଥ ରଞ୍ଜନ ବେହେରା ଏବଂ ଅଜୟ କୁମାର ପାଇକରାୟ ପ୍ରମୂଖ ଉପସ୍ଥିତ ଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ ସହିତ ନିଜ ନିଜ ମଣ୍ଡଳ, ବ୍ଲକ ତଥା ଜିଲ୍ଲାରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.