Home ଖେଳ ଜଟଣୀ ଇଲେଭେନ୍ ଷ୍ଟାର ବେଣାପଞ୍ଜରୀ ତିରିମଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜଟଣୀ ଇଲେଭେନ୍ ଷ୍ଟାର ବେଣାପଞ୍ଜରୀ ତିରିମଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

31

ଭୁବନେଶ୍ୱର, ୨.୭ (ଓଡ଼ିଆ ପୁଅ) : ଆଜି ଇଲେଭେନ୍ ଷ୍ଟାର କ୍ଲବ ଆନୁକୂଲ୍ୟରେ ଜଟଣୀ ବେଣାପଞ୍ଜରୀ ପଡ଼ିଆଠାରେ ବେଣାପଞ୍ଜରୀ ଏବଂ ତିରିମଲର ମିଳିତ ସହଯୋଗରେ ଏକ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ ଖୋର୍ଦ୍ଧା ଠଣାପଲ୍ଲୀ ଫୁଟବଲ ଟିମ୍ ୪.୧ ଗୋଲ୍‌ରେ କଟକ କେରଙ୍ଗ ଫୁଟବଲ ଟିମ୍‌କୁ ପରାସ୍ତ କରିଛି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇ ବିଜୟୀ ଓ ରନର୍ସ ଅପ୍ ଟିମ୍‌କୁ ଟ୍ରଫି ଓ କପ୍ ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ।

ଏହି କ୍ରୀଡ଼ା ଉତ୍ସବରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କ୍ରୀଡ଼ା ମଣିଷକୁ ସୁସ୍ଥ ରଖିବା ସହ ନିଜ ନିଜ ଓ ଦେଶ ଦେଶ ଭିତରେ ଭ୍ରାତୃଭାବ ସୃଷ୍ଟି କରିଥାଏ। ଜଣେ ରାଜନେତା ନିଜ ଦେଶରେ ପୂଜିତ ହେଉଥିଲା ବେଳେ ଜଣେ ଖେଳାଳି ଦେଶ ବିଦେଶରେ ପୂଜିତ ହୋଇଥାଏ। କ୍ରୀଡ଼ା ବିକଶିତ ହେବା ପାଇଁ ଏ ନିଶୁଣି ପରି କାର୍ଯ୍ୟ କରେ। ପୃଥିବୀର ନାମକରା ଖେଳାଳି ଅତି ଦରିଦ୍ର ଅବସ୍ଥାରୁ ଉତ୍ତୀର୍ଣ୍ଣ ହୋଇ ବିଶ୍ୱବିଦିତ ହୋଇପାରିଛି। ତେଣୁ ଜଣେ ଖେଳାଳି ନିଜର ଖେଳ ଦକ୍ଷତାକୁ ନେଇ ସୁନେଲି ସ୍ୱପ୍ନ ଦେଖିବା ଉଚିତ୍। ନିଷ୍ଠାର ସହ ଯେକୌଣସି ଜାତୀୟ ବା ଆନ୍ତର୍ଜାତୀୟସ୍ତରର ଖେଳ ଖେଳିଲେ ଜଣେ ପଲ୍ଲୀର ଖେଳାଳି ପୃଥିବୀରେ ପରିିଚିତ ହୋଇପାରିବ। ଗାଁରେ ପ୍ରତିଭା ଲୁଚି ରହିଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଥିଲେ ଯେ, ମୋର କୈଶୋର ଓ ତାରୁଣ୍ୟ ଫୁଟବଲ ଖେଳରେ ବିତିଛି। ଫୁଟବଲ ଖେଳିବା ପାଇଁ ଆମେ ଏପରିକି ସାଇକେଲରେ ବିଭିଭିନ୍ନ ଜିଲ୍ଲାକୁ ଯାଇଛି। ଜଣେ ଖେଳ ମାଧ୍ୟମରେ ସମ୍ମାନ ଓ ଧନ ଅର୍ଜନ କରିପାରିବ। ଖେଳ ମଣିଷ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିଥାଏ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଦାଶରଥୀ ଗମାଙ୍ଗ, ରାଜନ ଏକ୍କା, ୟାସୀର ନୱାଜ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥୀ, ମନୋଜ ରାଉତ, ପ୍ରଶାନ୍ତ ବଳିଆର ସିଂ, ଟିପୁ ସୁଲତାନ ଓ ଜ୍ୟୋତିର୍ମୟୀ ଛୋଟରାୟ ପ୍ରମୁଖ ଯୋଗଦେବା ସହ ଉପସ୍ଥିତ ଦର୍ଶକ ଓ ଖେଳାଳିମାନଙ୍କୁ ଉଦବୋଧନ ଦେଇଥିଲେ। ହଜାର ହଜାର ଦର୍ଶକ ଏହି ଖେଳକୁ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.