ଦିବ୍ୟାଙ୍ଗଙ୍କୁ ସକ୍ଷମ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ

କେନ୍ଦ୍ରାପଡା ୧୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଆଜିି ବକ୍ରପାଦ ଅସ୍ତ୍ରପ୍ରଚାର ଶିବିର ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ରଘୁଜୀଙ୍କ ପ୍ରୟାସ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ କହିଛନ୍ତି। ଏହି ଶିବିର ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ସର୍ବଶିକ୍ଷା ଅଭିଯାନ, ରାର୍ଷ୍ଟୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାରେ ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ମଙ୍ଗଲବାର ଦିନ ୬୯ ଜଣ ପିଲାଙ୍କର ପଞ୍ଜିକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୩୧…

"ଦିବ୍ୟାଙ୍ଗଙ୍କୁ ସକ୍ଷମ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ"

ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କେନ୍ଦ୍ରାପଡା ୧୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆଜି ଜିଲ୍ଲା ସ୍ତରୀୟ ଜନଜାତିମାନଙ୍କ ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିିତ ହୋଇଯାଇଛି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ଥିବା କ୍ରୀଡା ପ୍ରତିଭାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଏହା ଏକ ଅଭିନବ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ଯୁବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟବାନ କରିରଖିବା ହେଉଛି ମୁଖ୍ୟକଥା ଏବଂ ସମସ୍ତେ ଖେଳୁଆଡ…

"ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ"

ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ସହ ଶୈକ୍ଷିକ ସୃଜନ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୧୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ମଣ୍ଡଳର ବାଘିଲୋବାବନପୁର ଆଂଚଳିକ ସାଧନକେନ୍ଦ୍ର ଆନୁକୁଲ୍ୟରେ ଭୂଇଁପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆଜି ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ସହ ଶୈକ୍ଷିକ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଧନକେନ୍ଦ୍ର ଅଧିନସ୍ତ ୧୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବକ୍ତୃତା, କୁଇଜ, ଚିତ୍ରାଙ୍କନ, ପାରମ୍ପରିକ ଖେଳ କବାଡି ଓ ପୁଚି, ରଚନା ଲିଖନ, ଗଳ୍ପ ଲିଖନ, ଗଣିତ ଦୈାଡ, ହସ୍ତଶିଳ୍ପ, ନୃତ୍ୟ ଓ ସଙ୍ଗୀତ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଭୂଇଁପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରି ପାତ୍ରଙ୍କ ଅଧ୍ୟକ୍ଷତାରେ…

"ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ସହ ଶୈକ୍ଷିକ ସୃଜନ କାର୍ଯ୍ୟକ୍ରମ"

କାକଟମଙ୍ଗଳା ଉଚ୍ଚପ୍ରାଥମିକ ସ୍କୁଲ କ୍ଲଷ୍ଟରରେ ସୃଜନ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ କାକଟମଙ୍ଗଳା କ୍ଲଷ୍ଟରର ଜଇପୁରା ପ୍ରାଥମିକ ବିଦ୍ୟାଳୟରେ ସି.ଆର.ସି.ସି. ବଳଦେବ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସୃଜନ କାର୍ଯ୍ୟକ୍ରମକୁ ସହକାରୀ ବ୍ଲକ ଶିକ୍ଷାଅଧିକାରୀ ଭାଗିରଥି ନନ୍ଦ, ବିଆରସିସି ଅଜୟ କୁମାର ପରିଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବକ୍ତୃତା, ଆଂଚଳିକ ଖେଳ, ସଙ୍ଗୀତ, ରଚନା, ଗଳ୍ପ ଲିଖନ, ନୃତ୍ୟ, ଚିତ୍ରାଙ୍କନ ପ୍ରଭୃତିରେ ପୈାରାଂଚଳ ଅନ୍ତର୍ଗତ ୧୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୦ ଛାତ୍ରଛାତ୍ରୀମାନେ ଭାଗନେଇଥିଲେ। ସିଆରସିସି ଶ୍ରୀ ଜେନା ଏହି କାର୍ଯ୍ୟକ୍ରମର ତଦାରଖ କରିବା ସହିତ ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ବର୍ଷୱାରି ଚାଲୁଥିବା କାର୍ଯ୍ୟକ୍ରମରେ ସେମାନଙ୍କ ସୃଜନ ଶକ୍ତି ଓ…

"କାକଟମଙ୍ଗଳା ଉଚ୍ଚପ୍ରାଥମିକ ସ୍କୁଲ କ୍ଲଷ୍ଟରରେ ସୃଜନ କାର୍ଯ୍ୟକ୍ରମ"

ବିଜେପୁରରେ ଗଣ୍ଡଗୋଳ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ପୋଡି

କେନ୍ଦ୍ରାପଡା ୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ବିଜେପୁର ନିର୍ବାଚନ ମଣ୍ଡଳିର ପଡାଗାଁର ଯୁବ କାର୍ଯ୍ୟକର୍ତ୍ତା ମନୋରଞ୍ଜନ ମେହେରଙ୍କ ଘରେ ପଶି ବିଜେଡିର ରକ୍ତମୁଖା କାର୍ଯ୍ୟକର୍ତ୍ତା ଗଣ୍ଡଗୋଳ କରିବା ସହ ଗୁଳି ଫୁଟାଇବା ପ୍ରତିବାଦରେ କେନ୍ଦ୍ରାପଡା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦିଲ୍ଲୀପ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏଥିରେ ବିଜେପି ଜିଲ୍ଲା ସଭାପତି ଦୁର୍ଯେ୍ୟାଧନ ସାହୁ ଯୋଗଦେଇ ବିଜେଡି ସରକାରର ଗୁଣ୍ଡାରାଜ ନୀତି ତଥା ଭ୍ରଷ୍ଟାଚାର ଶାସନର ତୀବ୍ର ସମାଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନକୁ ତୀବ୍ରତର…

"ବିଜେପୁରରେ ଗଣ୍ଡଗୋଳ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ପୋଡି"

ଜିଲ୍ଲାପାଳଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

କେନ୍ଦ୍ରାପଡା ୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାପାଳ ରଘୁଜୀ ସୋମବାର ଦିନ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ଚିକିତ୍ସାଳୟ ପରିସରରେ କୁଢ କୁଢ ଅଳିଆ ଆବର୍ଜ୍ଜନା ଗଦା ହୋଇଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏଥି ସହିତ ବିଭିନ୍ନ ୱାର୍ଡରେ ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେଇଥିଲେ।

"ଜିଲ୍ଲାପାଳଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ"

ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

କେନ୍ଦ୍ରାପଡା ୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆଜି ଜିଲ୍ଲା ସ୍ତରୀୟ ଜନଜାତିମାନଙ୍କ ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଉଦଘାଟକ ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି, ଜିଲ୍ଲାପାଳ ରଘୁଜୀ, ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭାରତବର୍ଷରେ ପ୍ରଥମକରି ଓଡିଶାର ଜନଜାତିଙ୍କୁ ସମାଜର…

"ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଘାଟିତ"

ବିଜୁଙ୍କ ଘନିଷ୍ଠ ସହଯୋଗି ହରମୋହନ ପତିଙ୍କ ବିୟୋଗ

କେନ୍ଦ୍ରାପଡା ୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗି ହରମୋହନ ପତିଙ୍କର ୮୨ବର୍ଷ ବୟସରେ ଆଜି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ (ସିଙ୍ଗିରି)ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଶ୍ରୀ ପତିଙ୍କ ବିୟୋଗରେ କେନ୍ଦ୍ରାପଡାରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ପତି ଅବିଭକ୍ତ ଭାଗବତପୁର ପଂଚାୟତର ସରପଂଚ, ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ଭାବେ, ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥି ସହିତ ତରାପୁର ଜାଗୁଲାଇ ବିଦ୍ୟାପୀଠର ପ୍ରତିଷ୍ଠାତା, ବାଲିଆ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ, ବାଲିଆ ଉଚ୍ଚ ବିଦ୍ୟାଳୟର…

"ବିଜୁଙ୍କ ଘନିଷ୍ଠ ସହଯୋଗି ହରମୋହନ ପତିଙ୍କ ବିୟୋଗ"

ଅଲ ଇଣ୍ଡିଆ ତବଲିଗେ ସିରତକା ଏକ ରୋଜା ତରବିୟତି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଦିଲାରପୁରର ଦାରୁଲ ଓଲୁମ ହନଫିଆ ପରିସରରେ ଅଲ ଇଣ୍ଡିଆ ତବଲିଗେ ସିରତକା ଏକ ରୋଜା ତରବିୟତି କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ମୈାଲାନା ଖଲିଲ ମିସବାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଲ ଇଣ୍ଡିଆ ତବଲିଗେ ସିରତକା ଏକ ରୋଜା ତରବିୟତି କାର୍ଯ୍ୟକ୍ରମ ଆସନ୍ତାଫେବୃଆରିମାସ ୧୮ ତାରିଖରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଇମଲି ବାଡିରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ହଜାର ମୁସଲିମ ପୁରୁଷ ଓ ମହିଳା ଧର୍ମାବଲମ୍ବିମାନେ ଯୋଗଦେଇ ଇସଲାମ ଧର୍ମ ସମ୍ପର୍କରେ ଜ୍ଞାନ ଆହାରଣ କରିବାର…

"ଅଲ ଇଣ୍ଡିଆ ତବଲିଗେ ସିରତକା ଏକ ରୋଜା ତରବିୟତି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ"

ଭରତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ

କେନ୍ଦ୍ରାପଡା ୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସଞ୍ଜୟ କୁମାର ମହାପାତ୍ର, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ରବିନ୍ଦ୍ର କୁମାର ବିଶ୍ୱାଳ, କେନ୍ଦ୍ରାପଡା ବ୍ଲକ ସମବାୟ ସମ୍ପ୍ରସାରଣ ଅଧିକାରୀ ନିରଞ୍ଜନ ସାମଲ ଓ ସମିତିର ସଭାପତି ବସନ୍ତ କୁମାର ରାଉତ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା, ସମିତି ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ରାଉତ, କ୍ଷିରୋଦ କୁମାର ଦାସ, କବି ପ୍ରସାଦ ମଲ୍ଲିକ, ପିତାମ୍ବର ସ୍ୱାଇଁ, ନଳିନୀ…

"ଭରତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ"