Home କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ

33

କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟାଉନ ହଲ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପୋଷଣ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷଣ ଅଭିଯାନ ଚାଲିଥିବା ବେଳେ ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ପୃଷ୍ଟିହୀନତା ରୋକିବା ପାଇଁ ସରକାରୀ ନିର୍ଦେଶ ଅନୁଯାଇ ପ୍ରତ୍ୟେକ ବିଭାଗର ସମନ୍ୱୟରେ ଜିଲ୍ଲାରେ ଏହି ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରି ମହିଳା ଓ ଶିଶୁମାନେ କିପରି ପୃଷ୍ଟିହୀନତାର ଶିକାର ହେଉଛନ୍ତି ଓ ତାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୋଗ୍ରାମ ଅଫିସର ସଂଯୁକ୍ତା ମିଶ୍ର ଯୋଗଦେଇ ଅପପୃଷ୍ଟିଜନିତ ମୃତ୍ୟୁ ରୋକିବା ପାଇଁ ପୃଷ୍ଟିସାଧନା ଓ ଅପପୃଷ୍ଟିକୁ ରୋକିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ପୋଷଣ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମନୋରଞ୍ଜନ ଦାସ ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଅତିଥି ମାନେ ଏ ସମ୍ପର୍କରେ ଅନୁଷ୍ଠିତ ରଚନା ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଅଙ୍ଗନୱାଡିକର୍ମୀ, ସହାୟିକା, ଆଶାକର୍ମୀମାନଙ୍କୁ ପୁରସ୍କୃତ କରିବା ସହ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ସକାଳେ ମହିଳା, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ଯୋଗଦେଇ ସହରରେ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଆଇ.ସି.ଡି.ଏସ.ର ସିଡି.ପି.ଓ., ସୁପରଭାଇଜର, ଅଙ୍ଗନୱାଡିକର୍ମୀ, ସହାୟିକା, ଆଶାକର୍ମୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.