Home କେନ୍ଦ୍ରାପଡ଼ା ଚୋରା କଳା ପଥର କାରବାରରେ ଦୁଇ ଟ୍ରକ ଜବତ, ୨ଚାଳକ ଅଟକ

ଚୋରା କଳା ପଥର କାରବାରରେ ଦୁଇ ଟ୍ରକ ଜବତ, ୨ଚାଳକ ଅଟକ

43

କେନ୍ଦ୍ରାପଡ଼ା, ୨୧ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଚୋରା କଳାପଥର କାରବାର ଅଭିଯୋଗରେ କେନ୍ଦ୍ରାପଡା ଟାଉନ୍ ଥାନା ପୋଲିସ ଦୁଇଟି ଟ୍ରକ ଜବତ କରିବା ସହିତ ୨ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି। ତିନିମୁହାଣୀ ଫାଣ୍ଡି ହାବିଲଦାର ପୀତାମ୍ବର ବରାଳଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବିନା କାଗଜପତ୍ରରେ ଗାଡି ଦୁଇଟି ଯାଜପୁର ଜଲ୍ଲାର ଚଢେଇ ଧରାରୁ ଦୁହୁରିଆ ଦେଇ କେନ୍ଦ୍ରାପଡ଼ା ସହର ଅଭିମୁଖେ ଆସୁଥିଲା। ସେତେବେଳ ଡ୍ୟୁଟିରେ ଥିଲେ ହାବିଲଦାର ଶ୍ରୀ ବରାଳ। ସେ ଗାଡି ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲେ। କାରଣ କଳା ପଥର ବୋହୁଥିବା ଟ୍ରକ ୨ଟି ଆବଶ୍ୟକତା ଠାରୁ ଅଧିକ ମାଲ ପରିବହନ କରୁଥିଲା। ଗାଡି ଯାଞ୍ଚ ବେଳେ ଜଣାପଡିଥିଲା ଯେ ଗାଡିରେ ବୋଝେଇ ହୋଇଥିବା କଳାପଥରର କୈାଣସି କାଗଜପତ୍ର ନାହିଁ। ତେଣୁ ଗାଡି ଦୁଇଟିକୁ ଥାନାକୁ ନେବା ସହ ଶ୍ରୀ ବରାଳ ଏତଲା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.