Home କେନ୍ଦ୍ରାପଡ଼ା ୮୦ବର୍ଷର ବୃଦ୍ଧା ମାଙ୍କୁ ପୁଅ ବୋହୁଙ୍କ ନିର୍ଯ୍ୟାତନା ଅଭିଯୋଗ

୮୦ବର୍ଷର ବୃଦ୍ଧା ମାଙ୍କୁ ପୁଅ ବୋହୁଙ୍କ ନିର୍ଯ୍ୟାତନା ଅଭିଯୋଗ

34

କେନ୍ଦ୍ରାପଡ଼ା, ୨୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜନୈକ ୮୦ବର୍ଷର ବୃଦ୍ଧା ମାଙ୍କୁ ପୁଅ ଓ ବୋହୁ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ ପରେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଷଣଅଣ୍ଟାଗ୍ରାମର ସ୍ୱର୍ଗତ ଲୋଚନ ସାହୁଙ୍କ ବିଧବା ପତ୍ନୀ ହେମଲତା ସାହୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଏବଂ ବୋହୁ ତାଙ୍କୁ ନାନାଦି ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଚଳିତମାସ ୧୫ତାରିଖ ଦିନ ପ୍ରାୟ ସାଢେ ୯ଟା ସମୟରେ ତାଙ୍କ ବୋହୁ ହେମଲତାଙ୍କ ତଣ୍ଟି ଚିପି ଦେଇ ମାରିଦେବାକୁ ଉଦ୍ୟମ କରିଥିଲେ। ଏଥିସହିତ ତାଙ୍କୁ ପନିକି ଉଚାଇ ବେକ କାଟିଦେବାକୁ ଧମକ ଦେବା ସହ ହେମଲତାଙ୍କ ପାଖରେ ଥିବା ୫ହଜାର ଟଙ୍କା ଯୋରଜବରଦସ୍ତି ନେଇଯାଇଥିଲେ। ସାନପୁଅ ସୁରେଶ ଓ ବୋହୁ ଏଭଳି ବାରମ୍ବାର ତାଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ହେମଲତା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସର ଉଦାସୀନତା ଯୋଗୁଁ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.