Home କେନ୍ଦ୍ରାପଡ଼ା ୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଅର୍ଥ ହଡ଼ପ, ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ

୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଅର୍ଥ ହଡ଼ପ, ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ

115

କେନ୍ଦ୍ରାପଡ଼ା, ୨୧ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଏକ ବେସରକାରୀ ସଂସ୍ଥାରେ ଖୁବ କମ ଦିନ ମଧ୍ୟରେ ଫିକ୍ସ ଡିପୋଜିଟ କଲେ ସେହି ଅର୍ଥ ଦୁଇ ଗୁଣିତ ହୋଇ ପାଇବାର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସେହି ଅର୍ଥ ଫେରସ୍ତ ମାଗିବାରୁ ତାଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ସବିତା ସିଂ। ଖବର ନେବାରୁ ଜଣାପଡିଛି ସେହି ଗ୍ରାମର ଅଭିଯୁକ୍ତା ସସ୍ମିତା ସାମଲ ସବିତା ସିଂଙ୍କୁ କହିଥିଲେ ଯେ ଏକ ବେସରକାରୀ ସଂସ୍ଥାରେ ଟଙ୍କା ଫିକ୍ସ ଡିପୋଜିଟ୍ ରଖିଲେ ଅଳ୍ପଦିନ ମଧ୍ୟରେ ଏହା ଦୁଇଗୁଣିତ ହୋଇଯିବ। ଏହି ଆଶାରେ ସବିତା ୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ କରିିଥିଲେ। ଏ ବାବଦରେ ୨ ଲକ୍ଷ ଟଙ୍କାର ରସିଦ ମଧ୍ୟ ନେଇଥିଲେ। ହେଲେ କିଛି ଦିନ ପରେ ଜାଣିବାକୁ ପାଇଲେ ଯେ ଯେଉଁ ସଂସ୍ଥାରେ ଅର୍ଥ ଜମା ହୋଇଛି ତାହା ଏକ ଜାଲ ସଂସ୍ଥା ବୋଲି। ତେଣୁ ସବିତା ଟଙ୍କା ଉଠାଇ ନେବାକୁ ସସ୍ମିତାଙ୍କୁ କହିଥିଲେ। ହେଲେ ସସ୍ମିତା ତାଙ୍କୁ ଧରା ଛୁଆଁ ଦେଲେ ନାହିଁ। ପରନ୍ତୁ ସସ୍ମିତା ୪ଜଣ ଗୁଣ୍ଡା ଶ୍ରେଣୀର ଯୁବକଙ୍କୁ ନେଇ ସବିତାଙ୍କ ଘରକୁ ଯାଇ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତଙ୍କ ଆକ୍ରମଣ କରିଥିଲେ ବୋଲି ସବିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ପ୍ରଥମେ ସବିତା ଏପ୍ରିଲ ୧୫ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ କୋର୍ଟରେ ଏକ ୧-ସିସି ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦେଶ କ୍ରମେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.