Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା କଲେଜ ଯୁବରେଡକ୍ରସ ପକ୍ଷରୁ ମାସ୍କ ଓ ସାନିଟାଇଜସେନ ସାମଗ୍ରୀ ବଣ୍ଟନ

କେନ୍ଦ୍ରାପଡା କଲେଜ ଯୁବରେଡକ୍ରସ ପକ୍ଷରୁ ମାସ୍କ ଓ ସାନିଟାଇଜସେନ ସାମଗ୍ରୀ ବଣ୍ଟନ

14

କେନ୍ଦ୍ରାପଡ଼ା, ୨୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ପକ୍ଷରୁ କେନ୍ଦ୍ରାପଡା କଲେଜ ନିକଟସ୍ଥ କଜଳା ଗ୍ରାମର ଅଧିବାସୀମାନଙ୍କ ମଧ୍ୟରେ ଯୁବରେଡକ୍ରସ ଓଡିଶା ଶାଖା ପକ୍ଷରୁ ପ୍ରଦତ୍ତ ମାସ୍କ ଓ ସାନିଟାଇଜେସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରାଧ୍ୟାପକ ଅଶୋକ କୁମାର ଦାସ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ପ୍ରାଧ୍ୟାପକ ଗୌର ପ୍ରସାଦ ଷଡଙ୍ଗୀ, ଅଧ୍ୟାପକ ରାଜେଶ କୁମାର ପ୍ରଧାନ, ଅଧ୍ୟାପକ ତୁଷାରକାନ୍ତି ଭୂୟାଁ, ପୂର୍ବତନ ଛାତ୍ର ନେତା ଚିତ୍ତରଞ୍ଜନ ଦାସଙ୍କ ସମେତ ଯୁବରେଡକ୍ରସର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଜଳା ଗ୍ରାମର ସମସ୍ତ ପରିବାରକୁ ମାସ୍କ ଏବଂ ସାନିଟାଇଜେସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.