ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ଓ ପୁସ୍ତକ ବଣ୍ଟନ

ତିର୍ତ୍ତୋଲ, ୫/୮ (ଓଡ଼ିଆ ପୁଅ/ଟୁକନ ସେଠୀ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁରଠାରେ ଥିବା ଏ. ଏଫ୍. ଆଇ. ଏନ୍. ଏବଂ ଓ. ଆଇ. ଜି. ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଜଗନ୍ନାଥପୁର ଅଞ୍ଚଳରେ ବିଭିନ୍ନ କିସମର ବୃକ୍ଷରୋପଣ କରିବା ସହିତ ସ୍ଥାନୀୟ ବିଦ୍ୟାଳୟରେ ଷଷ୍ଟଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମୌଳିକ ଜ୍ଞାନ ବଢ଼ାଇବାପାଇଁ ପୁସ୍ତକ ବଣ୍ଟନ ଓ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଚିଭ୍ମେଣ୍ଟ ପରୀକ୍ଷା କରାଯାଇଥିଲା। ସୁଶ୍ରୀ ସୁଭଶ୍ରୀ ସାହିତ୍ୟ ସଂଗଠନର ସଂପାଦିକା ବସନ୍ତ ମଞ୍ଜରୀ ଦାସ ବୃକ୍ଷ ଯୋଗାଇଥିବାବେଳେ ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀପତି ଲେଙ୍କା, ଉପଦେଷ୍ଟା ଚକ୍ରଧର ସାହୁ, ଦେବପ୍ରସାଦ ନାୟକ, ସଞ୍ଜୟ କୁମାର ମହାନ୍ତି, ସଂଗଠନର ପ୍ରତିଷ୍ଠାତା ହିମାଶୁଂ…

"ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ଓ ପୁସ୍ତକ ବଣ୍ଟନ"

ଗୋପାଳପୁର ପଞ୍ଚାୟତରେ ମତ୍ସ ଉତ୍ପାଦନ ପାଇଁ ସହାୟତା

ତିର୍ତ୍ତୋଲ, ୫/୮ (ଓଡ଼ିଆ ପୁଅ/ଟୁକନ ସେଠୀ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗ୍ରାମର ସପ୍ନେଶ୍ୱର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମତ୍ସ ଉତ୍ପାଦନ ପାଇଁ ଓଡ଼ିଶା ୱାଲ୍ଡଫିସ୍ ପ୍ରୋଜେକ୍ଟ ଜରିଆରେ ଆର୍ଥିକ ସହାୟତା ଯୋଗାଇଦିଆଯାଇଛି। ମତ୍ସ ଚାଷ ପାଇଁ ୩ ଏକର ପୋଖରୀ ଲିଜ୍ ଜରିଆରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଏହି ମତ୍ସଚାଷ କରିଥିବା ଦେଖିବାକୁ ମିଳିଛି। ଏହି ପୋଖରୀରେ ରୋହି, ଭାକୁର, ମିରିକାଳୀ, ମାଗୁର, ସିଲଭର କପ୍ ସମେତ ବିଭିନ୍ନ ପ୍ରଜାତିର ମାଛ ଚାଷ କରାଯାଇଛି। ଏହିଭଳି ମାଛଚାଷ ଗାଁଗହଳୀରେ କରାଗଲେ ସ୍ଥାଦୀୟ ଅଞ୍ଚଳରେ ମାଛର ଉତ୍ପାଦନ ବଢ଼ିବାରେ ଲାଗିବା ସହିତ ବାହାର ରାଜ୍ୟରୁ ଆସୁଥିବା ମାଛ ଉପରେ ଅଙ୍କୁଶ ଲଗାଯାଇପାରିବ।…

"ଗୋପାଳପୁର ପଞ୍ଚାୟତରେ ମତ୍ସ ଉତ୍ପାଦନ ପାଇଁ ସହାୟତା"

ଶ୍ରୀ ଶ୍ରୀ ବଡ ମା’ ଙ୍କ ୧୨୫ତମ ଜନ୍ମ ଦିବସ ପାଳିତ

ତିର୍ତ୍ତୋଲ, ୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ସତ୍ ସଙ୍ଗ ଉପାସନା କେନ୍ଦ୍ର, ସତ୍ ସଙ୍ଗ କେନ୍ଦ୍ର, ସତ୍ ସଙ୍ଗ ବିହାର ଓ ମନ୍ଦିରରେ ପରମଆରାଧ୍ୟା ଶ୍ରୀ ଶ୍ରୀ ବଡ ମା’ ଙ୍କ ୧୨୫ତମ ଜନ୍ମ ଦିବସ ସାରାଦିବସ ବ୍ୟାପି ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହୋଇଯାଇଅଛି। ଲଥାଙ୍ଗ ସତ୍ ସଙ୍ଗ କେନ୍ଦ୍ର, ଓକଲା ସତ୍ ସଙ୍ଗ ବିହାର, ନୁଆ ପୋଖରୀ ସତ୍ ସଙ୍ଗ କେନ୍ଦ୍ର, ରାହାମା ସତ୍ ସଙ୍ଗ ବିହାର, ରାଇଗଣ ଉପାସନା କେନ୍ଦ୍ର, ଝଙ୍କଡ।ସତ୍ ସଙ୍ଗ କେନ୍ଦ୍ର ଓ ମତ୍ତଗଜପୁର ସତ୍ ସଙ୍ଗ ବିହାର ଠାରେ ସାଡମ୍ବରେ ଏହି ଜନ୍ମ ଉତ୍ସବ ପାଳିତ ହୋଇଯାଇଅଛି।…

"ଶ୍ରୀ ଶ୍ରୀ ବଡ ମା’ ଙ୍କ ୧୨୫ତମ ଜନ୍ମ ଦିବସ ପାଳିତ"

ପୂର୍ବତନ ସରପଞ୍ଚଙ୍କ ପରଲୋକ

ତିର୍ତ୍ତୋଲ, ୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲକ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ଦାସ(୮୨)ଙ୍କ ସୋମବାରଦିନ ପରଲୋକ ହୋଇଯାଇଅଛି। ତାଙ୍କ ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ କଟକ ବଡ ମେଡକାଲକୁ ଗତକାଲି ନେଇଯାଇଥିଲେ। ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ସକାଳ ସାଢେ ଆଠଟାରେ ମୃତ୍ୟୁବରଣ କରିଥିଲେ। ସ୍ୱଗତଃ ଦାସଙ୍କ ଘର ପଣ୍ଡୁଆ ପଞ୍ଚାୟତ ହାତୀକେନା ଗ୍ରାମରେ। ୧୫ ବର୍ଷ ଧରି ସରପଞ୍ଚ ଭାବରେ ଦକ୍ଷତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ତାଙ୍କ ରାଜନୈତିକ କ୍ଷେତ୍ରରେ ନୂତନ ପଞ୍ଚାୟତ ଗୃହ ଓ ପଞ୍ଚାୟତର ବିଭିନ୍ନ ଅନୁଷ୍ଠାନ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ଯାହା ଆଜି ତାଙ୍କ ଲୋକପ୍ରିୟତାର ପ୍ରମାଣିତ ହୋଇଥିଲା।…

"ପୂର୍ବତନ ସରପଞ୍ଚଙ୍କ ପରଲୋକ"

ସାମନ୍ତରାପୁର ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ତିର୍ତ୍ତୋଲ, ୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ ଥିବା ସାମନ୍ତରାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ସତପଥିଙ୍କ ସଭାପତିତ୍ୱରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନ୍ୟମାନଙ୍କ ମଧ୍ୟରେ ବାବାଜୀ ଚରଣ ବସନ୍ତିଆ, କିଶୋର କୁମାର ଲେଙ୍କା, ହିମାଂଶୁ ଶେଖର ସତପଥି, ସଂଘମିତ୍ରା ମହାନ୍ତି, ନବ କିଶୋର ଦାଶ, ଗୋକୁଳି ଚରଣ ନାଥ, ଶିବ ପ୍ରସାଦ ସାହୁ, ପ୍ରମୋଦ ରାଉତରାୟଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାକର୍ମୀ ଓ ପୁରାତନ ଛାତ୍ର, ଅକ୍ଷୟ ସାହୁ, ଅମିୟ ସାହୁ, ମାନସ ରଞ୍ଜନ ସାହୁ, ହିମାଂଶୁ ଦାସ, କୁଷ୍ଣଚନ୍ଦ୍ର ସାହୁ, ସୁଧିର ମହାନ୍ତି, କୁଞ୍ଜ ବିହାରୀ…

"ସାମନ୍ତରାପୁର ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ"

ତହସିଲ କର୍ମଚାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତିର୍ତ୍ତୋଲ-୦୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ତହସିଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଂଜନ ମଲ୍ଲିକ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସ ସମାପନ କରିଛନ୍ତି। ଏହି ଅବସରରେ ତିର୍ତ୍ତୋଲ ତହସିଲକାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ତହସିଲ ଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲ ଦାର ସଂଜୟ କୁମାର ପଣ୍ଡା, ସୁଶ୍ରୂୀ ସଂଗୀତା ଖଟୁଆ, ମୁଖ୍ୟ କିରାଣୀ କମଳ କାନ୍ତ ମଲ୍ଲିକ, ତହସିଲ କର୍ମଚାରୀ ସୁବାଷ ଚନ୍ଦ୍ର ଷଡଙ୍ଗୀ, ହୃଷିକେଶ ବଳ, ବିଭୂ ପ୍ରସାଦ ସେଠୀ, ପ୍ରଶାନ୍ତ ବିଶ୍ୱାଳ, କୈଳାସ ସ୍ୱାଇଁ, ଶୁଭଶ୍ରୀ ନାୟକ, ନିରଂଜନ ମଲ୍ଲିକ, ରବିନ୍ଦ୍ର ଲେଙ୍କା, ବାବାଜୀ ସାହୁ, ମନୋଜ ବେହେରା,…

"ତହସିଲ କର୍ମଚାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା"

ପାରାଦୀପ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ ପାଇଁ ଚିଠା ମାଷ୍ଟର ପ୍ଲାନ ପ୍ରସ୍ତୁତି ଚୁଡାନ୍ତ

– ପରିବେଶ ପ୍ରଭାବ ମୂଲ୍ୟାୟନ ସର୍ଭେ ଆରମ୍ଭ – ଦେଶର ୪ଟି ପିସିପିଆଇଆର ପ୍ରକଳ୍ପରେ ୭.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା – ସୃଷ୍ଟି ହେବ ୩୩.୯୬ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ, ପରୋକ୍ଷ କର୍ମ ନିଯୁକ୍ତି ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ପାରାଦୀପ ସମେତ ଦେଶରେ ମୋଟ ୪ଟି ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ (ପିସିପିଆଇଆର) ପ୍ରତିଷ୍ଠା କରାଯାଉଛି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧, ୮୨, ୭୭୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଛି ବୋଲି କେନ୍ଦ୍ର ଯୋଜନା (ସ୍ୱାଧିନ) ଏବଂ ରସାୟନ ତଥା ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦରଜିତ ସିଂ ଏହି ସୂଚନା…

"ପାରାଦୀପ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ ପାଇଁ ଚିଠା ମାଷ୍ଟର ପ୍ଲାନ ପ୍ରସ୍ତୁତି ଚୁଡାନ୍ତ"

ଗୁରୁପୂର୍ଣ୍ଣିମାରେ ସାଇ ମନ୍ଦିର ଉତ୍ସବ ମୁଖର

ତିର୍ତ୍ତୋଲ୨୭/୭ (ଓଡ଼ିଆ ପୁଅ/ଟୁକନ ସେଠୀ)- ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ତିର୍ତ୍ତୋଲ ବ୍ଲକ ଅଧିନରେ ଥିବା ବିଭିନ୍ନ ସାଇ ମନ୍ଦିର ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି। ମଣିଜଙ୍ଗା, ଜଗନ୍ନାଥପୁର, ସାଗବାରିଆ, ବେହେଡ଼ା ପ୍ରଭୃତି ସ୍ଥାନରେ ଥିବା ସାଇ ମନ୍ଦିରରେ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହିତ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ମଣିଜଙ୍ଗା ସାଇବଟିକାରେ ସକାଳ ସାଢ଼େ ଚାରିଟାରେ କାକଡ଼ ଆଳତୀ, ମହାସ୍ନାନ, କର୍ପୂର ଆଳତୀ, ଶ୍ରୀ ସାଇ ସତ୍ୟନାରାୟଣ ପୂଜା, ମଧ୍ୟାହ୍ନ ଆଳତୀ, ମଧ୍ୟାହ୍ନ ୨ ପର୍ଯ୍ୟନ୍ତ ପ୍ରସାଦ ସେବନ, ବାବାଙ୍କ ଯୋଗୀ ବେଶ, ହୋମ, ପୂଜା ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ପ୍ରସିଦ୍ଧ କଳାକାର ମାନଙ୍କ ଦ୍ୱାରା ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ…

"ଗୁରୁପୂର୍ଣ୍ଣିମାରେ ସାଇ ମନ୍ଦିର ଉତ୍ସବ ମୁଖର"

ସାପ କାମୁଡ଼ାରେ ୧ ମୃତ

ତିର୍ତ୍ତୋଲ୨୭/୭ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁର ପଞ୍ଚାୟତ କୋଲଟା ଗ୍ରାମର ସୁଦାମ ମଲ୍ଲିକ(୪୨)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତିନିଦିନ ପୂର୍ବରୁ ସୁଦାମ ବିଲକୁ ଚାଷ କାର୍ଯ୍ୟ କରିବାପାଇଁ ଯାଇଥିଲେ। ହିରମୁଣ୍ଡ ହାଣୁଥିବାବେଳେ ତାଙ୍କ ଗୋଡ଼କୁ ଏକ କଳାରଙ୍ଗର ବିଷାକ୍ତ ସାପ କାମୁଡ଼ିଥିବା ଦେଖିଥିଲେ। ଘରକୁ ଫେରି ସାପ କାମୁଡ଼ିବା ସମ୍ପର୍କରେ ଜଣାଇବାପରେ ପରିବାର ଲୋକେ ତାଙ୍କୁ କଟକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ। ସେଠାରେ ଦୁଇଦିନ ଚିକିତ୍ସାପରେ ସୁଦାମଙ୍କର କୌଣସି ଉନ୍ନତି ଘଟିନଥିଲା। ନସିଂହୋମ କର୍ତ୍ତୃପକ୍ଷ ଶେଷ ମୁହୁର୍ତ୍ତରେ ତାଙ୍କୁ ଫେରାଇଦେଇଥିଲେ। ସେଠାରୁ ଫେରିଆସି ଜଗତସିଂହପୁର ମେଡ଼ିକାଲକୁ ଯିବା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ସୁଦାମ ଜଣେ ଦିନ ମଜୁରିଆ…

"ସାପ କାମୁଡ଼ାରେ ୧ ମୃତ"

ମା’ ଶାରଳାଙ୍କ ପୀଠରେ ବାଦୀପାଲା

ତିର୍ତ୍ତୋଲ୨୭/୭ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁରର ଝଙ୍କଡ଼ର ଅଧିଷ୍ଟାତ୍ରୀ ଦେବୀ ମା ସାରଳାଙ୍କ ପୀଠର ସମ୍ମୁଖ ଭାଗରେ ଥିବା ଦୋଳ ମଣ୍ଡପରେ ମା ଶାରଳା ଶ୍ରୀ ଜଗନ୍ନାଥ ପାଲା ପରିଷଦ ତରଫରୁ ଚାରିଦିନ ବ୍ୟାପି ବାଦୀପାଲା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ତଥା କେନ୍ଦ୍ର ସଂଗୀତ ନାଟକ ଏକାଡ଼େମୀ ପୁରଷ୍କାର ପ୍ରାପ୍ତ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ ଓ ଗାୟକ ସୁଧାକର ଯୁଧିଷ୍ଟର ପରିଜା ପାଲା ପରିବେଷଣ କରିଥିଲେ। ଏହି ପାଲା ଅବସରରେ ଶତାଧିକ ଦର୍ଶକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଗାୟକ ଦୋୟଙ୍କୁ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ଏସ.ଡ଼ିପିଓ ଶିବ ଚରଣ ମଲ୍ଲିକ ଯୋଗଦେଇ…

"ମା’ ଶାରଳାଙ୍କ ପୀଠରେ ବାଦୀପାଲା"