Home Coronavirus Outbreak ଦେଶର ୧୫ରୁ ୧୮ବୟସର ପିଲାମାନଙ୍କପାଇଁ ଆଜିଠାରୁ କରୋନା ଟିକାକରଣ ଆରମ୍ଭ

ଦେଶର ୧୫ରୁ ୧୮ବୟସର ପିଲାମାନଙ୍କପାଇଁ ଆଜିଠାରୁ କରୋନା ଟିକାକରଣ ଆରମ୍ଭ

40

ଭୁବନେଶ୍ୱର ୩-୧ (ଓଡ଼ିଆ ପୁଅ) ଦେଶର ୧୫ରୁ ୧୮ବୟସର କିଲାମାନଙ୍କପାଇଁ ଆଜିଠାରୁ କରୋନା ଟିକାକରଣ ଆରମ୍ଭ ହେଉଛି। ଏଥିପାଇଁ ନାମ ପଞ୍ଜୀକରଣ ଜାନୁଆରୀ ୧ରୁ ଆରମ୍ଭ ହୋଇଯାଇଛି। ପିଲାମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ କୁହାଯାଇଛି। ୨୦୦୭ ବର୍ଷ ଶେଷ ସୁଦ୍ଧା ଜନ୍ମ ହୋଇଥିବା ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ। ଓଡ଼ିଶାରେ ଏହି ବର୍ଗରେ ୨୩ ଲକ୍ଷ ୬୫ ହଜାର ପିଲାଙ୍କୁ ଟିକାକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ, ସାରା ରାଜ୍ୟରେ ୯୩୯ଟି ଉତ୍ସର୍ଗୀକୃତ ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଅନ୍ୟ ପକ୍ଷରେ ଏହି ବର୍ଗର ପିଲାଙ୍କୁ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ। ଅନ୍‌ଲାଇନ୍‌ ପଞ୍ଜୀକରଣ କରିଥିବା ପିଲାମାନେ ଆଜିଠାରୁ ଟିକାକରଣ କେନ୍ଦ୍ରରେ ଟିକା ନେଇ ପାରିବେ। ଚିକାକରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ହୋଇଥିଲା। ଏହି ବୈଠକରେ କୁହାଯାଇଛିଯେ, ଟିକାକରଣ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ କେନ୍ଦ୍ର ସ୍ଥିର କରାଯିବ। ଏହି କେନ୍ଦ୍ର ସ୍ଥିର କରିବେ ଜିଲ୍ଲାପାଳ ଏବଂ ସିଡ଼ିଏମ୍‌ଓ। ବିଦ୍ୟାଳୟ କିମ୍ବା ଜୁନିଅର କଲେଜର ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନତା ସୃଷ୍ଟି କରିବେ। ପ୍ରଥମ ପାନ ଟିକା ନେବାର ୨୮ରୁ ୪୦ ଦିନ ମଧ୍ୟରେ ଦ୍ବିତୀୟ ପାନ ଟିକା ଦିଆଯିବ। କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେଇପାରିବେ। ଅନ୍ୟ ରୋଗରେ ଅସୁସ୍ଥ ଥିବା ପିଲା ସୁସ୍ଥ ହେବା ପରେ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେବେ।

ପରୀକ୍ଷା ଥିବାରୁ ବିଳମ୍ବରେ ଦିଆଯିବ ଟିକା

ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଟିକାକରଣ କରାଯିବ। ସେହିପରି ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ମଧ୍ୟ ସେମାନଙ୍କୁ ବିଳମ୍ବରେ ଟିକାକରଣ କରାଯିବ। ତେବେ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦିଆଯିବ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ଅଧ୍ୟକ୍ଷମାନେ ଟିକାକରଣ ନିମନ୍ତେ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ ଓ ସମସ୍ତ ଛାତ୍ରଛାତ୍ରୀ ଟିକା ନେବା ସୁନିଶ୍ଚିତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.