ସ୍ୱାଭିମାନ ଦିବସ ପାଳିତ

ତିର୍ତ୍ତୋଲ୨୮/୪(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ କନକପୁର ପଞ୍ଚାୟତ ଛତ୍ରମଠଠାରେ ଥିବା ସରସ୍ୱତି ଶିଶୁ ମନ୍ଦିର ପରିସରରେ ସ୍ୱାଭିମାନ ଦିବସ ପାଳନ ହୋଇଯାଇଅଛି। ବିଦ୍ୟାଳୟ ପରିଚାଳନା ଉପଦେଷ୍ଠା ତଥା ସଂସ୍କୃତି ସଂଗଠକ ଅମର ଜ୍ୟୋତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତିକ ତଥା ଝଙ୍କଡ଼ ସାହିତ୍ୟ ସଂସଦର ସମ୍ପାଦକ ଗୋଲୋକ ବିହାରି ପଲାଇ, ସମ୍ମାନୀତ ଅତିଥିଭାବେ କୋଷାଧ୍ୟକ୍ଷ ପ୍ରଫୁଲ ଦାସ, ଯୁଗ୍ମ ସମ୍ପାଦିକା ଶୋଭାରାଣୀ ନନ୍ଦ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ଜୟନ୍ତିକୁ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଉଥାବାରୁ ବିଭିନ୍ନ ଅନୁଷ୍ଠାନକୁ ବଧେଇ ଜଣେଇଥିଲେ। ମଧୁବାବୁ ଖାଲି ଜଣେ ଓକିଲ ନଥିଲେ ସେ ଜଣେ ସଂଗଠକ ଓ ଦେଶ…

"ସ୍ୱାଭିମାନ ଦିବସ ପାଳିତ"

ତାଳଦଣ୍ଡା କେନାଲ ଉପରେ ଗ୍ରାମ୍ୟ ସଡ଼କ ପୋଲକୁ ଶିଳାନ୍ୟାସ କଲେ ବିଧାୟିକା

ତିର୍ତ୍ତୋଲ୨୮/୦୪ (ଓଡ଼ିଆ ପୁଅ/ଟୁକନ ସେଠୀ)ଗତ ଶୁକ୍ରବାର ଦିନ କଟକ ପାରାଦ୍ୱୀପ ରାସ୍ତା ପାର୍ଶ୍ୱ ତିର୍ତ୍ତୋଲ ରାଜସ୍ୱ ଗ୍ରାମ ଦଳିତ ସାହି ଗ୍ରାମ୍ୟ ସଡକୁ ମହାନଦୀ ପଠା ସହିତ ସଂଯୋଗ କରିବା ପାଇଁ ତାଳଦଣ୍ଡା କେନାଲ ଉପରେ ୧୭,୦୮,୫୩୨ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ପୋଲର ଭିତ୍ତିପ୍ରସ୍ତରକୁ ତିର୍ତ୍ତୋଲ ବିଧାୟିକା ଡ଼ା. ରାଜଶ୍ରୀ ମଲ୍ଲିକ୍ ଉଦ୍ ଘାଟନ କରିଥିବା ଜଣାପଡ଼ିଛି। ଏଭଳି ଏକ ପୋଲର ଆବଶ୍ୟକତା ଦୀର୍ଘଦିନ ପୂର୍ବରୁ ରହିଥିଲା। ଯାହା ଆଜି ବିଧାୟିକା ଡ଼ା. ମଲ୍ଲିକ୍ ବାସ୍ତବ ରୂପଦେଇଛନ୍ତି। ଏହା ଫଳରେ ତିର୍ତ୍ତୋଲ ରାଜସ୍ୱ ଗ୍ରାମ ୫,୬ ଓ ୭ ନଂ ୱାର୍ଡ଼ ସମେତ ଅନ୍ୟାନ୍ୟ ଅଞ୍ଚଳର ବ୍ୟକ୍ତି ବିଶେଷମାନେ ମହାନଦୀ ପଠା ଅଞ୍ଚଳକୁ…

"ତାଳଦଣ୍ଡା କେନାଲ ଉପରେ ଗ୍ରାମ୍ୟ ସଡ଼କ ପୋଲକୁ ଶିଳାନ୍ୟାସ କଲେ ବିଧାୟିକା"

ନାରୀନେତ୍ରୀ ମନ୍ଦାକିନୀଙ୍କୁ ଆଉ ଏକ ସଫଳତା

ତିର୍ତ୍ତୋଲ ତା୨୭/୦୪(ଓଡ଼ିଆ ପୁଅ/ଟୁକନ ସେଠୀ)-ବାଲିକୁଦା ବ୍ଲକ୍ ର ଜଣେ ସାଧାରଣ ଝିଅ ଯେ କି ସମାଜ କ୍ଷେତ୍ରରେ ନିଜକୁ ପ୍ରତିପାଦନ କରି ବିଭିନ୍ନ ସାଂଗଠନକ କାର୍ଯ୍ୟ କରି ଗରିବ, ଅସହାୟ, ଦଳିତ ମହିଳା ତଥା ବିଭିନ୍ନ ବର୍ଗର ସାଧାରଣଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି। ବିଗତ ପାରାଦ୍ୱୀପ ବିଜ୍ଞାପିତ ଅଂଚଳ ପରେ ଗତ ପଂଚାୟତ ନିର୍ବାଚନ ଦଳୀୟ ପର୍ଯ୍ୟବକ୍ଷେକ ଭାବେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀରେ ୪ରୁ ୪ ଜିଲ୍ଲା ପରିଷଦ ଆସନ ବିଜେଡି ହାତକୁ ଯିବାରେ ପ୍ରମୁଖ ଭୂମିକା ନିଭାଇଥିବା ଜଗତସିଂହପୁରର ଝିଅ ମନ୍ଦାକିନୀ କରଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବଚନ ମଣ୍ଡଳୀର ‘ଗଣିଆ’ ଉପନିର୍ବାଚନ…

"ନାରୀନେତ୍ରୀ ମନ୍ଦାକିନୀଙ୍କୁ ଆଉ ଏକ ସଫଳତା"

ସାଇଲୋ ଜବାହାର ନବୋଦୟ ବିଦ୍ୟାଳୟର ୧୧ତମ ବାର୍ଷିକଉତ୍ସବ

ତିର୍ତ୍ତୋଲ ତା୨୭/୦୪(ଓଡ଼ିଆ ପୁଅ/ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ୧୧ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିବା ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଳୟର ୧୧ତମ ବାର୍ଷୀକଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଛାର୍ତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ, ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ଅତିଥିମାନଙ୍କୁ ବିମୋହିତ କରିଥିଲା। ପ୍ରଥମେ ଜଗନ୍ନାର୍ଥ୍ କ ପ୍ରତିମୁର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଲଡ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମୁଖଥ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଜିଲ୍ଲାପାଳ ତଥା ବିଦ୍ୟାଳୟର ଚେୟାରମ୍ୟାନ ଜାମିନୀ ଷଡଙ୍ଗୀ ଯୋଗଦେଇଥିବା…

"ସାଇଲୋ ଜବାହାର ନବୋଦୟ ବିଦ୍ୟାଳୟର ୧୧ତମ ବାର୍ଷିକଉତ୍ସବ"

ଡିଜିଙ୍କ ନିକଟରେ ଜଗତସିଂହପୁର କାଳିକୁଦ ଗାଁର ପୀଡ଼ିତା ପାର୍ବତୀ ସାସମଲଙ୍କ ଅଭିଯୋଗ ଏକ ଚର୍ଚ୍ଚିତ ଅପରାଧିକ ଘଟଣା ସଂପର୍କରେ ଡିଜି ଅବଗତ ନଥିବା ଦୁର୍ଭାଗ୍ୟଜନକ : ଲେଖାଶ୍ରୀ ସାମନ୍ତସିଂହାର

–    ରାଜ୍ୟ ପୋଲିସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରି ଫେରାଦ କଲା ରାଜ୍ୟ ବିଜେପିର ମହିଳା ନେତୃମଣ୍ଡଳୀ –    ମହିଳାମାନଙ୍କୁ ସମ୍ମାନ ଓ ସେମାନଙ୍କ ସୁରକ୍ଷା କଥା କହୁଥିବା ନବୀନ ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିଲା –    ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା ନିସ୍ତୁକ ମାଡ଼ ଖାଇ ନିର୍ଯ୍ୟାତିତ ହୋଇଥିବା ପୀଡ଼ିତା ପାର୍ବତୀ ସାସ୍ ମଲ ହେଉଛନ୍ତି ଜ୍ୱଳନ୍ତ ଉଦାହରଣ –    ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନ ବିଜେଡି ଗୁଣ୍ଡାଙ୍କ ହାତବାରିସ ଭୁବନେଶ୍ୱର, ୨୭/୦୪ (ଓଡ଼ିଆ ପୁଅ): ଜଗତିଂସହପୁର ଜିଲ୍ଲା ଏରସମା କୁଞ୍ଜକୁଟି ପଂଚାୟତ କାଳିକୁଦ ଗାଁର ପୀଡ଼ିତା ପାର୍ବତୀ ସାସ୍ ମଲ ଏବଂ ସେହି ଗାଁର ଅନ୍ୟ କେତେଜଣ ପୀଡ଼ିତ ଗ୍ରାମବାସୀ ଆଜି…

"ଡିଜିଙ୍କ ନିକଟରେ ଜଗତସିଂହପୁର କାଳିକୁଦ ଗାଁର ପୀଡ଼ିତା ପାର୍ବତୀ ସାସମଲଙ୍କ ଅଭିଯୋଗ ଏକ ଚର୍ଚ୍ଚିତ ଅପରାଧିକ ଘଟଣା ସଂପର୍କରେ ଡିଜି ଅବଗତ ନଥିବା ଦୁର୍ଭାଗ୍ୟଜନକ : ଲେଖାଶ୍ରୀ ସାମନ୍ତସିଂହାର"

ଗୋରଖନାଥ ମନ୍ଦିର ଟ୍ରଷ୍ଟର ବ୍ୟାପକ ଅନିୟମିତତା

ତିର୍ତ୍ତୋଲ ୨୨.୦୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରା ଠାରେ ଥିବା ପ୍ରସିଦ୍ଧ ବିଭୂତିକ୍ଷେତ୍ର ମହାପ୍ରଭୁ ଗୋରଖନାଥଙ୍କ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡର କାର୍ଯ୍ୟକଳାପରେ ବ୍ୟାପକ ଅନିୟମିତତା ହୋଉଥିବା ନେଇ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ମନ୍ଦିର ପରିଚାଳନା ଟ୍ରଷ୍ଟିଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଆଗରେ ସମସ୍ତ ନିତି ନିୟମକୁ ଉଲଘଂନ କରାଯାଉଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ନିକଟରେ ସମାପ୍ତ ହୋଇଥିବା ଟେଣ୍ଡର ପ୍ରକ୍ରିୟାରୁ ଏହା ସ୍ପଷ୍ଟ ହୋଇ ଉଠିଛି। ୨୦୧୭-୧୮ ପାଇଁ ଧାର୍ଯ୍ୟ କରାଯାଇଥିବା ଟେଣ୍ଡର ନିୟମାବଳୀକୁ ଖୋଲା ଉଲଘଂନ କରାଯାଇଛି। କେତେ ଜଣ ଟେଣ୍ଡର ପ୍ରକ୍ରିୟାରେ ଅଶଂଗ୍ରହଣ କଲେ, ପ୍ରତିଟି…

"ଗୋରଖନାଥ ମନ୍ଦିର ଟ୍ରଷ୍ଟର ବ୍ୟାପକ ଅନିୟମିତତା"