Home Top News ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା – ଆଜିଠୁ ଚାରିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଅରେଞ୍ଜ...

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା – ଆଜିଠୁ ଚାରିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଅରେଞ୍ଜ ୱାର୍ଣ୍ଣିଂ ଜାରୀ

189

ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର କେନ୍ଦ୍ରୀୟ ଏବଂ ଉତ୍ତର ଆରବ ସାଗରର କିଛି ଅଂଶକୁ ଆହୁରି ଆଗକୁ ବଢ଼ିଛି। ମୁମ୍ବାଇ ସମେତ କଙ୍କଣ ଏବଂ ଆଭ୍ୟନ୍ତରୀଣ ମହାରାଷ୍ଟ୍ରର ଅଧିକାଂଶ ଅଂଶ, ଦକ୍ଷିଣ ଗୁଜୁରାଟ ଅଞ୍ଚଳର କିଛି ଅଂଶ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଅଧିକାଂଶ, ବଙ୍ଗୋପସାଗରର ଅଧିକାଂଶ ଅଂଶ ଏବଂ ଏହାର କିଛି ଅଂଶରେ ସକ୍ରୀୟ ଅଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨-୩ ଦିନ ମଧ୍ୟରେ ସମଗ୍ର ଓଡିଶା ଉପରେ ସକ୍ରୀୟ ହେବାର ସମ୍ଭାବନା ଅଛି।

ପୂର୍ବମଧ୍ୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣି ବଳୟ ହେବାର ସମ୍ଭାବନା ଅଛି ଏହାଫଳରେ ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ୧୧ ଜୁନ୍ରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାଫଳରେ ପ୍ରବଳ ବର୍ଷା ହେବାର ସମ୍ବାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଦ୍ୱିତୀୟ ଦିନ ୦୯- ୦୬ ସନ୍ଧ୍ୟା ସାଢ଼େଛଅଟାରୁ ୧୦ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

୧ – ମାଲକାନଗିରି, କୋରାପୁଟ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଘର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନବରଙ୍ଗପୁର,ଦେବଗଡ଼, ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

୨ – ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି।

ଦ୍ୱିତୀୟ ଦିନ ୧୦- ୦୬ ସକାଳ ସାଢ଼େ ଆଠଟାରୁ ୧୧ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

୧ – ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରୁହନ୍ତୁ)
କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଲ, ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।

ଏହାର ପ୍ରଭାବରେ :

୧ – କେତେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି ଏହା ସହିତ କେତେକ ତଳିଆ ଅଞ୍ଚଳରେ ପାଣି ମାଡ଼ିଯିବାର ସମ୍ବାବନା ରହିଛି।

୨ – କଚା ରାସ୍ତାର କ୍ଷତି ହେବାର ସମ୍ଭାବନା ରହିଛି।

୩ – ଟ୍ରାଫିକ୍ ସମସ୍ୟା ଏବଂ ମ୍ୟୁନିସିପାଲିଟି ସହରାଞ୍ଚଳରେ ଜଳମଗ୍ନ ହେବାର ସମ୍ବାବନା।

୪ – କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ / ପନିପରିବା କ୍ଷତି ହେବାର ସମ୍ବାବନା ରହିଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

୧ – ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଦେଓଗଡ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

୨ – ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବ ୌଦ୍ଧ, ନୁଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାଗୁଡ଼ିକରେ ବଜ୍ରପାତ ଏବଂ କାଳବୈଶାଖୀ ପବନ ବହିବାର ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି।

ତୃତୀୟ ଦିନ ୧୧- ୦୬ ସକାଳ ସାଢ଼େ ଆଠଟାରୁ ୧୨ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରୁହନ୍ତୁ)

୧ – ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜିଲ୍ଲା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

ଏହାର ପ୍ରଭାବରେ :

୧ – କେତେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି ଏହା ସହିତ କେତେକ ତଳିଆ ଅଞ୍ଚଳରେ ପାଣି ମାଡ଼ିଯିବାର ସମ୍ବାବନା ରହିଛି।

୨ – କଚା ରାସ୍ତାର କ୍ଷତି ହେବାର ସମ୍ଭାବନା ରହିଛି।

୩ – ଟ୍ରାଫିକ୍ ସମସ୍ୟା ଏବଂ ମ୍ୟୁନିସିପାଲିଟି ସହରାଞ୍ଚଳରେ ଜଳମଗ୍ନ ହେବାର ସମ୍ବାବନା।

୪ – କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ / ପନିପରିବା କ୍ଷତି ହେବାର ସମ୍ବାବନା ରହିଛି।

ୟେଲୋ ୱାର୍ଣ୍ଣିଂ
୨ – ଏହା ବ୍ୟତୀତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

୪ର୍ଥ ଦିନ ୧୨- ୦୬ ସକାଳ ସାଢ଼େ ଆଠଟାରୁ ୧୩ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରହିବେ)
୧ – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୁଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ, ସମ୍ବଲପୁର, ଅନୁଗୁଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସେହିପରି ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଦେଓଗଡ, ଝାରସୁଗୁଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଳ୍ପରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।

ଏହାର ପ୍ରଭାବରେ :

୧ – କେତେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି ଏହା ସହିତ କେତେକ ତଳିଆ ଅଞ୍ଚଳରେ ପାଣି ମାଡ଼ିଯିବାର ସମ୍ବାବନା ରହିଛି।

୨ – କଚା ରାସ୍ତାର କ୍ଷତି ହେବାର ସମ୍ଭାବନା ରହିଛି।

୩ – ଟ୍ରାଫିକ୍ ସମସ୍ୟା ଏବଂ ମ୍ୟୁନିସିପାଲିଟି ସହରାଞ୍ଚଳରେ ଜଳମଗ୍ନ ହେବାର ସମ୍ବାବନା।

୪ – କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ / ପନିପରିବା କ୍ଷତି ହେବାର ସମ୍ବାବନା ରହିଛି।

ୟେଲୋ ୱାର୍ଣ୍ଣିଂ
୨ – ଏହା ବ୍ୟତୀତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

୫ମ ଦିନ ୧୩- ୦୬ ସକାଳ ସାଢ଼େ ଆଠଟାରୁ ୧୪ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ
ଏହା ବ୍ୟତୀତ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୁଆପଡା, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଦେଓଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

ତାପମାତ୍ରା ପୂର୍ବାନୁମାନ: ଆସନ୍ତା ୨-୩ ଦିନ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ୩-୫ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା।

ଆସନ୍ତା ୦୫ ଦିନ ପାଇଁ ଓଡିଶା ଉପକୂଳର ମତ୍ସ୍ୟଜୀବୀଙ୍କ ପାଇଁ ପାଣିପାଗର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

ଉତ୍ତର ବଙ୍ଗୋପସାଗର ଉପରେ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଭୂପୃଷ୍ଠ ପବନର ବେଗ ୪୦ -୫୦ କିଲୋମିଟର ଏହଂ ପବନର ଝଟକା ୬୦ କିଲୋମିଟର ବେଗ ପର୍ଯ୍ୟନ୍ତ ପହଂଚିପାରେ।

ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଉପକୂଳରେ ଲାଗିଥିବା ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଯିଏ ଗଭୀର ସମୁଦ୍ର ଅଞ୍ଚଳରେ ଅଛନ୍ତି, ଦଶ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.