ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ୱର, ୧୮/୯/୨୦୧୮(ଓଡ଼ିଆ ପୁଅ): କିଛିଦିନ ପୂର୍ବେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ବିଭିନ୍ନ ଅସୌଜନ୍ୟମୂଳକ ମନ୍ତବ୍ୟ ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟରେ ଏକ ପ୍ରକାର ଜନଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ବିଜୁ ଜନତା ଦଳ ସରକାର ଜନସାଧାରଣରେ ନିନ୍ଦିତ ହେବା ସହିତ ବହୁ ପ୍ରକାର ଅସୁବିଧାରେ ପକାବାକୁ ଅପଚେଷ୍ଟା ହୋଇଥିଲା। ଏଭଳି ପରିସ୍ଥିତିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡା. ରାଉତଙ୍କୁ ଦଳରୁ ବହିଷ୍କାର କରିଥିଲେ। ସଭାପତିଙ୍କ ଏତାଦୃଶ ନିଷ୍ପତ୍ତିକୁ ସ୍ୱାଗତ କରି ଆଜି ବିଧାୟିକା ଡା. ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ସମସ୍ତ ନିର୍ବାଚିତ ପଞ୍ଚାୟତ…

"ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ପ୍ରତିନିଧି"

ଖୋ ଖୋ ଖେଳରେ ବିଶ୍ୱ ଚମ୍ପିଆନ ସସ୍ମିତାଙ୍କୁ ସମ୍ବର୍ଦ୍ଧନା

ତିର୍ତ୍ତୋଲ ୧୩/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଗୋପିଆକୁଦ ଗ୍ରାମର ସରୋଜ ନାଥ ଶର୍ମା ଓ କଲ୍ୟାଣି ନାଥ ଶର୍ମାଙ୍କ ମଧ୍ୟମା କନ୍ୟା ସସ୍ମିତା ନାଥ ଶର୍ମା ଗତ ୨ତାରିଖଦିନ ପ୍ରଥମକରି ଆନ୍ତର୍ଜାତୀୟ ସ୍ତରରେ ଲଣ୍ଡନର ବର୍ଲିନଠାରେ ଆୟୋଜିତ ସିନିୟର ମହିଳା ଖୋଖୋ ଖେଳରେ ଭାଗନେଇ ଗୋଲ୍ଡମେଡ଼ାଲ ଜିତିଥିଲେ। ଯାହାକୁ ନେଇ ତିର୍ତ୍ତୋଲ ମାଟି ଗର୍ବ ଓ ଗୌରବର ଶିର୍ଷରେ ପହଞ୍ଚିଥିବାବେଳେ ଏବେ ସସ୍ମିତାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି। ଆଜି ଏହି ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ କର୍ଯ୍ୟାଳୟରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା ପ୍ରତିଭାଧାରୀ ସସ୍ମିତାଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

"ଖୋ ଖୋ ଖେଳରେ ବିଶ୍ୱ ଚମ୍ପିଆନ ସସ୍ମିତାଙ୍କୁ ସମ୍ବର୍ଦ୍ଧନା"

ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଷପୁତ୍ତଳିକା ଦାହକଲେ ଦାମ ସମର୍ଥକ, ବିଷ୍ଣୁଙ୍କ ଅନୁଗତ୍ୟ ଧରାସାଇ

ତିର୍ତ୍ତୋଲ ୧୨/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ କଟକ – ପାରାଦ୍ୱିପ ରାସ୍ତାର ମଣିଜଙ୍ଗା ଗଣେଶ ମଣ୍ଡପ ନିକଟରେ ଆଜି ଅପରାହ୍ନ ୫ଟାରେ ପାରାଦ୍ୱିପ ବିଧାୟକ ଡ଼. ଦାମୋଦର ରାଉତଙ୍କ ସମର୍ଥକମାନେ ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁମିଳିଥିଲା। ପାରାଦ୍ୱିପ ବିଧାୟକ ଡ଼ା. ରାଉତଙ୍କ ବିରୋଧରେ ଦଳର ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ନିକଟରେ ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା – ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଅଭିଯୋଗ କରିଥିଲେ। ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଜେଡ଼ି ଦଳରେ ବିରାଟ କନ୍ଦଳ ଆରମ୍ଭ ହୋଇଛି। ରାଜ୍ୟର ମୁଖିଆ…

"ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଷପୁତ୍ତଳିକା ଦାହକଲେ ଦାମ ସମର୍ଥକ, ବିଷ୍ଣୁଙ୍କ ଅନୁଗତ୍ୟ ଧରାସାଇ"

କଟରା ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ

ତିର୍ତ୍ତୋଲ ୧୩/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ, ପଟିଲୋ, ଗରାମ ଆଦି ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖବବାକୁ ମିଳିଛି। ହଂସୁଆ ନଦୀର ଇଟାଙ୍ଗ ସଫେଇ ମଧ୍ୟକୁ ନଦୀର ଉଦ୍ବୃତ୍ତ ଜଳ ପ୍ରବେଶ ସହିତ ଲଗାଣ ବର୍ଷା ଯୋଗେ ଚାଷ ସଂପୂଣ୍ଣ ଉଜୁଡ଼ି ଯାଇଛି। ଅନେକ ଗ୍ରାମ ରାସ୍ତାରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ସ୍ଥାନୀୟ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ ଏହି ଅଞ୍ଚଳ ଗ୍ରସ୍ତକରି ଦୟନୀୟ ଅବସ୍ଥାର ଅନୁଧ୍ୟାନ କରି ଜିଲ୍ଲାପ୍ରଶାସନକୁ ଅବଗତ କରାଇଥିଲେ। ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା…

"କଟରା ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ"

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବ୍ଲକ ଫାଟକରେ ଧାରଣା

ତିର୍ତ୍ତୋଲ ୧୩/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ୨୮ ଦିନ ହେଲା ରାଜରାସ୍ତାରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଠପ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଏହି ଶିକ୍ଷକ ମାନଙ୍କ ଦାବିକୁ ଅଣଦେଖା କରୁଥିବାବେଳେ ରାଜଧାନୀରୁ ଆସି ଆନ୍ଦୋଳନ ବ୍ଲକରେ ପହଞ୍ଚିଲାଣି। ବ୍ଲକସ୍ତରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସଂଘର ତିର୍ତ୍ତୋଲ ଶାଖା ପକ୍ଷରୁ ୭ ଦଫା ଦାବି ନେଇ ଆଜି ପୂର୍ବାହ୍ନ ୧୦ ଟାରୁ ୨ ଟା ପର୍ଯ୍ୟନ୍ତ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ଦାବି ଗୁଡ଼ିକ ମଧ୍ୟରୁ ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସରଭୂକ୍ତ…

"ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବ୍ଲକ ଫାଟକରେ ଧାରଣା"

ଦାଇଁଲୋ ସେବା ସମବାୟ ସମିତରେ ଦୁର୍ନିତୀ : ପରିଚାଳନା କମିଟି ସମ୍ପାଦକଙ୍କୁ ବହିଷ୍କାର ଘଟଣା: ମଦ୍ୟପଙ୍କ ପାଇଁ ତଦନ୍ତ ବନ୍ଦରହିଲା, ଅଫିସର ରାଜନୈତିକ ଚାପରେ

ତିର୍ତ୍ତୋଲ ୧୩/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କ କାର୍ଯ୍ୟକଳାପରେ ଦୁର୍ନିତୀକୁ ନେଇ ଦାଇଁଲୋ ସେବା ସମବାୟ ସମିତିର ପରିଚାଳନା କମିଟି ଗତ ମାସ ୨୧ ତାରିଖ ଦିନ ତାଙ୍କ ସମ୍ପାଦକ ପଦବୀକୁ ବହିସ୍କୃତ କରିଛନ୍ତି। ଦାଇଁଲୋ ସେବା ସମବାୟ ସମିତିର ସମ୍ପାଦକ ଗଗନ ବିହାରି ସ୍ୱାଇଁ ଚାଷୀ ମାନଙ୍କୁ ଋଣ କରାଇଦେବା ଆଳରେ ଅର୍ଥ ଆଦାୟ କରିବା, ମଣ୍ଡିରେ ଧାନ ଦେବାପାଇଁ ଉପଯୁକ୍ତ ଚାଷୀଙ୍କୁ ପଞ୍ଜିକରଣ କରାଇନଦେବା, ସମିତର ସଭା ରେଜୁଲେସନ ଖାତାରେ ସଭାପତିଙ୍କ ସ୍ୱାକ୍ଷରକୁ ଜାଲ କରିବା, ଧାନ ମଣ୍ଡିରେ ଅଣ ଚାଷୀଙ୍କୁ ଧାନ ଦେବାପାଇଁ ସୁଯୋଗଦେଇ ସେମାନଙ୍କ ଠାରୁ ୨…

"ଦାଇଁଲୋ ସେବା ସମବାୟ ସମିତରେ ଦୁର୍ନିତୀ : ପରିଚାଳନା କମିଟି ସମ୍ପାଦକଙ୍କୁ ବହିଷ୍କାର ଘଟଣା: ମଦ୍ୟପଙ୍କ ପାଇଁ ତଦନ୍ତ ବନ୍ଦରହିଲା, ଅଫିସର ରାଜନୈତିକ ଚାପରେ"

ତୈଳଦର ବୃଦ୍ଧି ପ୍ରତିବାଦରେ ତିର୍ତ୍ତୋଲ ବିଜେଡ଼ି ପକ୍ଷରୁ ସଚେତନତା ଅଭିଯାନ

ତିର୍ତ୍ତୋଲ୦୮/୦୯(ଓଡ଼ିଆ ପୁଅ/ଟୁକନ ସେଠୀ)- ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ପୂର୍ବାହ୍ନରେ କଟକ – ପାରାଦ୍ୱିପୀ ରାସ୍ତା ସାରଳା ପେଟ୍ରୋଲ ପମ୍ପ ପରିସରରେ ତିର୍ତ୍ତୋଲ ବ୍ଲକ ପୂର୍ବତନ ବିଜେଡ଼ି ସଭାପତି ଅଶ୍ୱିନି କୁମାର ଦାସଙ୍କ େନେତୃତ୍ୱରେ ତିର୍ତ୍ତୋଲ ବିଜୁ ଯୁବ ଛାତ ଓ ମହିଳା ଜନତାଦଳ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ସଚେତନତା ଅଭିଯାନ ଅନୁଷ୍ଠିତ କରାଯାଇଥିଲା। ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦଶିନୀ ବିଶ୍ୱାଳ, ବ୍ଲକ ପଞ୍ଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାୟ ଓ ସଭ୍ୟା ଲିପାଲି ରାଉଳ ପେଟ୍ରୋଲ ପମ୍ପ ନିକଟରେ ଉପସ୍ଥିତ ହୋଇ ତେଲ ପକାଇବାକୁ ଆସୁଥିବା ଯାନବାହନ ଚାଳକମାନଙ୍କୁ ଏକ ସଚେତନତା ପତ୍ରିକା ବଣ୍ଟନ କରିଥିବା…

"ତୈଳଦର ବୃଦ୍ଧି ପ୍ରତିବାଦରେ ତିର୍ତ୍ତୋଲ ବିଜେଡ଼ି ପକ୍ଷରୁ ସଚେତନତା ଅଭିଯାନ"

ଅଗ୍ନିକାଣ୍ଡରେ ଗୁରୁତରଙ୍କ ଦେହାନ୍ତ

ତିର୍ତ୍ତୋଲ, ୪/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଂଚାୟତର କଟରା ଗ୍ରାମର ଦାମୋଦର ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇଟି ଗାଈ, ତିନୋଟି ଛେଳିଙ୍କ ସମେତ ଘରର ଆସବାପତ୍ର ସବୁ ନଷ୍ଟ ହୋଇଯାଇଥିଲା। ଅଗ୍ନକାଣ୍ଡ ସମୟରେ ଦାମୋଦର ନିଜ ଗାଈ ଦୁଇଟିଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଶରୀରର ଅଶୀ ପ୍ରତିଶତ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ଜିଲ୍ଳା ସ୍ୱସ୍ଥ୍ୟକେନ୍ଦ୍ର ପରେ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। କଟକ ବଡ ମେଡିକାଲରୁ ଗତ କାଲି ରବିବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ଏହି ଗରିବ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନ ନିକଟରେ ସାଧାାରଣରେ ଦାବି…

"ଅଗ୍ନିକାଣ୍ଡରେ ଗୁରୁତରଙ୍କ ଦେହାନ୍ତ"

ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ

ତିର୍ତ୍ତୋଲ, ୪/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଛାତ୍ରମଠ ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଶିଶୁ ବାଟିକାର ଛୋଟ ଛୋଟ ଭାଇ ଭଉଣୀମାନେ ଶ୍ରୀକୃଷ୍ଣ ବେଶ ହୋଇ ଅଭିନୟ କରିଥିଲେ। କାର୍ଯ୍ୟକର୍ତ୍ତା ଧୁନ ଚରଣ ସେନାପତି, ଶୋଭାରାଣୀ ନନ୍ଦ, ଅମରଜ୍ୟୋତି ସାହୁ, ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ, ସୁପ୍ରଭା ନାୟକ, ବିଦିତା ଛାଟୋଇ, ରଶ୍ମୀରେଖା ରାଉତ, ଚିନ୍ମୟୀ ସାହୁ, ଲିପ୍ତିମୟୀ ନାୟକ, ପ୍ରିୟଦର୍ଶିନୀ ତ୍ରିପାଠୀ, ସରୋଜିନୀ ରାଉତ, ଶିବପ୍ରସାଦ ନନ୍ଦ, ଅଶୋକ ସିଂ, କମଳିନୀ ସତପଥି, ମନୋରମା ଦାସ, ଦେବସ୍ମିତା ରାଉତ, ସାଗରିକା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

"ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ"

ସେବା ନିବୃତ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ତିର୍ତ୍ତୋଲ, ୪/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଅଭୟ କୁମାର ସାହୁଙ୍କୁ ସେବା ନିବୃତ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଅୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରଶନ୍ନ ଜେନା ସଭାପତିତ୍ୱ କରିଥିବାବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନୟନା ନନ୍ଦ ସାହୁ, ଅକ୍ଷୟ କୁମାର ସାହୁ, କ୍ଷୀରୋଦ କୁମାର ଦାସ, ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ମନମୋହନ କାନୁନ୍ ଗୋ, ଅଶୋକ କୁମାର ସାହୁ, ଭାବଗ୍ରାହୀ ମିଶ୍ର, ଗୋଲକ ବିହାରୀ ଦାଶ, ସି.ଆର.ସି.ସି. ଆଲୋକ କୁମାର ମହାପାତ୍ର ପ୍ରଭୃତି ଯୋଗଦେଇଥିଲେ। ବିଦାୟୀ କର୍ମଚାରୀ ଶ୍ରୀଯୁକ୍ତ ସାହୁଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ…

"ସେବା ନିବୃତ କାଳୀନ ସମ୍ବର୍ଦ୍ଧନା ଉତ୍ସବ"