ରାଜ୍ୟସରକାରଙ୍କ ଅନ୍ତରିକତା ଅଭାବ କାରଣରୁ ରାଜ୍ୟରେ କୃଷକ ଆତ୍ମହତ୍ୟା ଘଟଣା ବଢିଚାଲିଛି : ବିଜେପି କୃଷକ ମୋର୍ଚ୍ଚା

୧.    ଢେଙ୍କାନାଳ ଜିଲ୍ଲା ପଜଂଗ ବ୍ଲକର ନୂଆ ସୁଆଲୋ ଗ୍ରାମର ଆତ୍ମହତ୍ୟା କରିଥିବା ଚାଷୀ ସନାତନ ସାହୁଙ୍କ ପରିବାରକୁ ଭେଟତିଥଲା କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ ୨.    ୧୦ଲକ୍ଷ ଟଙ୍କାର କ୍ଷତିପୂରଣ, ପରିବାରର ଜଣକୁ କର୍ମ ନିଯୁକ୍ତି ଏବଂ ସେ ନେଇଥିବା ସମସ୍ତ ଋଣଅର୍ଥ ପରିଶୋଧ ପାଇଁ ଦାବି ଢେଙ୍କାନାଳ ୩୦/୧ (ଓଡ଼ିଆ ପୁଅ) ରାଜ୍ୟ ସରକାର କୃଷକ ମାନଙ୍କର ସମସ୍ୟାର ସମାଧାନ ପାଇଁ ଆନ୍ତରିକତା ନାହିଁ। ଏହି କାରଣରୁ ରାଜ୍ୟରେ କ୍ରମାଗତ ଭାବେ କୃଷକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ପରିଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ରାଜ୍ୟ କୃଷୀମନ୍ତ୍ରୀ କୃଷକ ମାନଙ୍କୁ ତାତ୍ସଲ୍ୟ କରି କଟୁ…

"ରାଜ୍ୟସରକାରଙ୍କ ଅନ୍ତରିକତା ଅଭାବ କାରଣରୁ ରାଜ୍ୟରେ କୃଷକ ଆତ୍ମହତ୍ୟା ଘଟଣା ବଢିଚାଲିଛି : ବିଜେପି କୃଷକ ମୋର୍ଚ୍ଚା"

ଢେଙ୍କାନାଳ ବାଲିକୁମା ଗ୍ରାମରେ ଆଉ ଏକ ନିର୍ଭୟା କାଣ୍ଡ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି

ଭୁବନେଶ୍ୱର ୧୬/୬ (ଓଡ଼ିଆ ପୁଅ) – ଢ଼େଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ବାଲିକୁମା ଗ୍ରାମର ଦଳିତ ବିଧବା ମହିଳା ଜୟାମଣି ପାତ୍ରଙ୍କୁ ସେହି ଗ୍ରାମର କିଛି ଅସମାଜିକ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ରକରି ଅର୍ଦ୍ଧରାତ୍ରିରେ ଗଣଦୁଷ୍କର୍ମପରେ ବିଭତ୍ସଭାବେ ହତ୍ୟା କରିଛନ୍ତି। ଗତ ୧୨ ତାରିଖ ରାତ୍ରି ଘ ୧୨.୩୦ମି. ସମୟରେ ଅପରାଧିମାନେ ଜୟାମଣି ଶୋଇଥିବା ଅବସ୍ଥାରେ ତାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମକରି ତାଙ୍କ ଯୌନାଙ୍ଗରେ ଲୁହାରଡ଼ ଏବଂ ତାୱାବେଣ୍ଟ ଭର୍ତ୍ତିକରି ଅତି ବିଭତ୍ସଭାବେ ହତ୍ୟା କରିଛନ୍ତି। ନିକଟସ୍ଥ ଇନ୍ଦିରାଆବାସ ଛାତ ଉପରେ ଶୋଇଥିବା ତାଙ୍କ ସାନପୁଅ ଭୀମସେନ ପାତ୍ର ଜୟାମଣିଙ୍କ ଆର୍ତ୍ତ ଚିତ୍କାରଶୁଣି ମା’କୁ ରକ୍ଷାକରିବାକୁ ଧାଇଁଆସିବାରୁ ତାଙ୍କୁ ମଧ୍ୟ ଅପରାଧିମାନେ ଜୀବନରୁ ମାରିଦେବା…

"ଢେଙ୍କାନାଳ ବାଲିକୁମା ଗ୍ରାମରେ ଆଉ ଏକ ନିର୍ଭୟା କାଣ୍ଡ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି"

ରାଜ୍ୟର ୭ଟି ସହରରେ ଆଜିଠାରୁ ଆରମ୍ଭ ହେଲା MODI ଉତ୍ସବ

କଟକ ୨/୬ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ପ୍ରଥମ ପର୍ଯ୍ୟାୟରେ ଓଡିଶାର ୭ଟି ସହରରେ ଆଜି MODI (Making of Developed India) ଉତ୍ସବ ଆରମ୍ଭ ହୋଇଛି। ଏହି ସ୍ଥାନଗୁଡିକ ହେଲା – ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ଭଦ୍ରକ, ରାଜଗାଙ୍ଗପୁର (ସୁନ୍ଦରଗଡ), ପାରଳାଖେମୁଣ୍ଡି (ଗଜପତି) ଏବଂ ବୌଦ୍ଧ। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ଓ କଟକଠାରେ ଆଜି ଆୟୋଜିତ MODI ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଧାୟକ ଶ୍ରୀ ବସନ୍ତ ପଂଡା ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଂଟ ସରକାରର ତିନି ବର୍ଷ ପୂର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏହି ଉତ୍ସବମାନ ଆୟୋଜନ କରାଯାଉଛି। ତିନି ଦିନ ଧରି…

"ରାଜ୍ୟର ୭ଟି ସହରରେ ଆଜିଠାରୁ ଆରମ୍ଭ ହେଲା MODI ଉତ୍ସବ"

ସାଢେ ୪ କିଲୋ ଓଜନ ର ୨ଟି ହାତୀ ଦାନ୍ତ ଉଦ୍ଧାର। ୨ ଜଣ ଅଭିଯୁକ୍ତ ଗିରଫ- ୨୫ଦିନ ପରେ ପରେ ବନ ବିଭାଗର ମିଛ ପଦାକୁ ଆସିଲା– ମାଈ ହାତୀ କହି ଘଟଣା କୁ ଚପାଇ ଦେଇଥିଲା ବନ ବିଭାଗ

ଢେଙ୍କାନାଳ ୬/୫(ଓଡିଆପୁଅ/ଦୁଷ୍ମନ୍ତ କୁମାର ମହାନ୍ତି )ଢେଙ୍କାନାଳ ଜିଲ୍ଲା ମହାବିରରୋଡ଼ ରେଞ୍ଜ ପଙ୍ଗାତିରା ବିଟ୍ ଜାଙ୍ଗୁ ଗ୍ରାମ ଖୋଲମୁଣ୍ଡା ପାହାଡ଼ ନିକଟ ରୁ ଗତ ଏପ୍ରିଲ ୧୨ ତାରିଖ ରେ ଏକ ଦନ୍ତା ହାତୀ ର ମୃତ ଦେହ ଗଳିତ ଅବସ୍ଥାରେ ଉଦ୍ଧାର କରିଥିଲା ଢେଙ୍କାନାଳ ବନ ବିଭାଗ। କିନ୍ତୁ ତାର ଦାନ୍ତ ଦୁଇଟି ଗାଏବ ଥିଲା। ଯାହା ଜଣା ପଡୁଥିଲା ହାତୀଟିକୁ କେହି ଶିକାର କରି ଦାନ୍ତ ୨ଟି କୁ ଲୁଟିନେଇଛି। ହାତୀ ଟିର ବୟସ ପାଖାପାଖି ୩୦ ବର୍ଷ ହେବ ଏବଂ ହାତୀଟିର ମୃତ୍ୟୁ ପ୍ରାୟ ୨୫ ଦିନ ପୂର୍ବରୁ ହୋଇଥିଲା ପରି ଜଣା ପଡୁଥିଲା। ଏହି କଥା ଗଣମାଧ୍ୟମ ପଚାରିବାରୁ ମୁହଁ ଲୁଚାଇ…

"ସାଢେ ୪ କିଲୋ ଓଜନ ର ୨ଟି ହାତୀ ଦାନ୍ତ ଉଦ୍ଧାର। ୨ ଜଣ ଅଭିଯୁକ୍ତ ଗିରଫ- ୨୫ଦିନ ପରେ ପରେ ବନ ବିଭାଗର ମିଛ ପଦାକୁ ଆସିଲା– ମାଈ ହାତୀ କହି ଘଟଣା କୁ ଚପାଇ ଦେଇଥିଲା ବନ ବିଭାଗ"