ମିଶନ ୨,୬୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ମିଶନ ମେନେଜ୍ମେଣ୍ଟ ୟୁନିଟ୍ ଆନୁକୂଲ୍ୟରେ ମିଶନ ୨,୬୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀ କହିଲେ ଯେ, ଓଡିଶା ଜୀବିକା ମିଶନ ସହାୟତାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମାଜିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ଅଭିବୃଦ୍ଧିକରଣ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କର ଜୀବିକାର ଅଭିବୃଦ୍ଧି ନିମନ୍ତେ ପ୍ରୟାସ ଜାରୀ ରହିଛି ଏବଂ ଆଗକୁ ଏହି କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱୀତ କରାଯିବ। ଆଲୋଚନାଚକ୍ରରେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ ଭୀନସେଣ୍ଟ ପୁନମ କାନ୍ତ ଏକ୍କା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର…

"ମିଶନ ୨,୬୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର"

ଗ୍ରାମ ସମୃଦ୍ଧି ଏବଂ ସ୍ୱଚ୍ଛତା ପକ୍ଷ ପାଳନ ପ୍ରସ୍ତୁତି ବୈଠକ

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦେଶମତେ ଆସନ୍ତା ଅକ୍ଟୋବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଗ୍ରାମ ସମୃଦ୍ଧି ଏବଂ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପାଠୀ ପକ୍ଷ ପାଳନର ଉଦ୍ଦେଶ୍ୟ ଏବଂ ଏହି ଅବସରରେ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଯେଭଳି ଜିଲ୍ଲାରେଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇ ପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ…

"ଗ୍ରାମ ସମୃଦ୍ଧି ଏବଂ ସ୍ୱଚ୍ଛତା ପକ୍ଷ ପାଳନ ପ୍ରସ୍ତୁତି ବୈଠକ"

ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଗଭର୍ଣ୍ଣିଂ ବଡିର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁଧାମୟୀ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ଶ୍ରୀ ନିତେଶ ଗଙ୍ଗଦେବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଜୟକୃଷ୍ଫ ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀ ସଞିବ କୁମାର ପ୍ରଧାନ, ଜିଲ୍ଲାପାଳ ତଥା ସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ ଭୀନସେଣ୍ଟ ପୁନମ କାନ୍ତ ଏକ୍କାଙ୍କ ସମେତ ଜିଲ୍ଲାସ୍ତରୀ ଅଧିକାରୀ, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରକଳ୍ପର କର୍ମକର୍ତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା…

"ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସାଧାରଣ ବୈଠକ ଅନୁଷ୍ଠିତ"

ଦେବଗଡ ଜିଲ୍ଲା ପରିଷଦର ଦ୍ୱିତୀୟ ବୈଠକ ଅନୁଷ୍ଠିତ

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଜିଲ୍ଲା ପରିଷଦର ଦ୍ୱିତୀୟ ବୈଠକ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁଧାମୟୀ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନିତେଶ ଗଙ୍ଗଦେବ, ସାଂସଦ ପ୍ରତିନିଧି ସଂଜୀବ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜୟକୃଷ୍ଫ ପ୍ରଧାନଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା ଗୁରୁବାରୀ ପାତ୍ର, ଦାଶରଥୀ କିସାନ, କନକଲତା ପ୍ରଧାନ,ନିଶାନୀ ବେହେରା, ବୃନ୍ଦାବତୀ ଭୋଇ ଏବଂ ବାରକୋଟ ପଂଚାୟତ ସମିତିର ଅଧ୍ୟକ୍ଷା ସୁବାସିନୀ ସାହୁ, ରିଆମାଳ ପଂଚାୟତ ସମିତିର ଅଧ୍ୟକ୍ଷା ଗୀତାଞ୍ଜଳୀ ହାତୀ ଏବଂ ବାରକୋଟ ପଂଚାୟତ ସମିତିର ଅଧ୍ୟକ୍ଷା ସୁବାସିନୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟକ୍ଷା…

"ଦେବଗଡ ଜିଲ୍ଲା ପରିଷଦର ଦ୍ୱିତୀୟ ବୈଠକ ଅନୁଷ୍ଠିତ"

ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ଯାତ୍ରୀ

ଦେବଗଡ ୧୯-୯ (ଓଡ଼ିଆ ପୁଅ) ଦେବଗଡ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ସେତୁ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଯାଉଥିବା ଇସ୍ପାତ ନାମକ ଏକ ଯାତ୍ରୀବାହି ବସ ନିଶ୍ଚିତ ଭାବରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି।କୌଣସି ଯାତ୍ରୀଙ୍କର କିଛି ହୋଇନଥିବାବେଳେ ସାମାନ୍ୟ ଭାବେ ବସ କଣ୍ଡକ୍ଟର ଓ ଡ୍ରାଇଭର ଆଘାତ ହୋଇଛନ୍ତି।ଏହି ଦୂର୍ଘଟଣାଟି ସକାଳ ପ୍ରାୟ ଚାରିଟା ସମୟରେ ହୋଇଛି ବୋଲି ବାରକୋଟ ପୋଲିସ ଜଣାଇଛନ୍ତି।

"ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ଯାତ୍ରୀ"

ଦେବଗଡ -୭୪୮୦୧ ଟଙ୍କାରେ ନିଲାମ ହେଲା ଗଣେଶ ଲଡୁ

ଦେବଗଡ ୩-୯ (ଓଡ଼ିଆ ପୁଅ)- ୬୯ତମ ସାର୍ବଜନୀନ ଗଣେଶ ପୂଜା ମହୋତ୍ସବ ଅଗଷ୍ଟମାସ ୨୫ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ୨୫ ତାରିଖ ରୁ ୧ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ଯେପରିକି ମେଲୋଡି, ଭଜନ ସମାରୋହ, ଫ୍ରି ସୋଅପେରା,ଟିକେଟ ସୋ ଅପେରା ଓ ସ୍ଥାନିୟ କଳାକାର ଙ୍କ ଦ୍ବାରା ନୃତ୍ୟଭିତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥିଲା।ଏହି ଗଣେଶ ପୂଜାକୁ ବହୁ ଦୂରଦୂରାନ୍ତରୁ ଏଭଳିକି ରାଜ୍ୟ ବାହାରୁ (ଛତିଶଗଡ, ବିହାର, କୋଲକାତା )ରୁ ମଧ୍ୟ ଏହି ଯାତ୍ରାକୁ ଦେଖିବାକୁ ଭିଡ ଜମେଇ ଥିଲେ।ଏହି ଗଣେଶ ପୂଜାର ବିଶେଷତ୍ବ ହେଲା ଭଗବାନ ଶ୍ରୀଗଣେଶ ଙ୍କ…

"ଦେବଗଡ -୭୪୮୦୧ ଟଙ୍କାରେ ନିଲାମ ହେଲା ଗଣେଶ ଲଡୁ"

ଗଣେଶ ମେଳାରୁ ଯୁବତୀକୁ ଅପହରଣ ସହ ଗଣବଳାତ୍କାର

ଦେବଗଡ ୩୧/୮ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଗଣେଶ ମେଳାରୁ ଯୁବତୀକୁ ଅପହରଣ କରି ଗଣବଳାତ୍କାର ଭଳି ଏକ ଜଘନ୍ୟ କାଣ୍ଡ ଘଟି ଯାଇଛି। ପୋଲିସ ଏହି ଘଟଣାରେ ଦୁଇଜଣକୁ ଗିରଫ କରିଛି ଓ ଅନ୍ୟ ଦୁଇଜଣ ଯୁବକ ଫେରାର ଅଛନ୍ତି ବୋଲି ପୋଲିସ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି। ଦୀର୍ଘ ୧୦ ଦିନ ଧରି ହେବାକୁ ଥିବା ଗଣେଶ ପୂଜାକୁ ବହୁ ଦୂର ଦୂରାନ୍ତରୁ ଆସୁଥିବା ବହୁ ଶ୍ରଦ୍ଧାଳୁ ଆସୁଛନ୍ତି। ୩୦ ତାରିଖ (ବୁଧୁବାର)ରାତିରେ ବାହାରୁ ଆସିଥିବା ଯୁବତୀ ଜଣକୁ ପ୍ରାୟ ରାତ୍ର ୨ଘଣ୍ଟା ସମୟରେ ଅପହରଣକରି ପ୍ରଧାନପାଟ ସ୍ଥିତ ଶ୍ମଶାନ ଠାରେ ଜଣ ଜଣ କରି ଏହି କାମାନ୍ଧଯୁବକ ଚାରି ଜଣ ଗଣବଳାତ୍କାର…

"ଗଣେଶ ମେଳାରୁ ଯୁବତୀକୁ ଅପହରଣ ସହ ଗଣବଳାତ୍କାର"

Breaking : ବଜ୍ରାଘାତରେ ୬ ମୃତ

ସମ୍ବଲପୁର ୩୧/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ସମ୍ୱଲପୁର ଜିଲ୍ଲାର ନାକଟି ଦେଉଳ ଥାନା ଅଞ୍ଚଳରେ ବଜ୍ରାଘାତ ଯୋଗୁଁ ତିନିଜଣଙ୍କର ପ୍ରାଣହାନୀ ହୋଇଛି। ରାଜସ୍ୱ ବିଭାଗର ପ୍ରାଥମିକ ରିପୋର୍ଟରେ ତିନି ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରାଯାଇଛି। ବରଗଡ଼ ଏବଂ ଦେଓଗଡ଼ରେ ତିନିଜଣ ପ୍ରାଣ ହରାଇଛନ୍ତି। ମ଼ୃତକମାନେ ହେଲେ ନାକଟି ଦେଉଳ ଥାନାର କୁଟା ସିଂ ଗ୍ରାମ ନିବାସୀ ଭକ୍ତ ନାୟକ (୩୨) ବଲାସିଂହ ଗ୍ରାମର ବୀର କିସାନ (୨୪) ଏବଂ ଜଗନ୍ନାଥ ପ୍ରସାଦ ମୌଜାର ରାଜ କିଶୋର ବେହେରା (୪୦)। ଏମାନେ ଅପରାହ୍ନରେ ଜମିରେ ଚାଷ କରୁଥିଲେ। ଏହି ସମୟରେ ହଠାତ ବର୍ଷା ସହିତ ତୀବ୍ର ବିଜୁଳିପାତ ହୋଇଥିଲା। ଏମାନେ ସୁରକ୍ଷିତ ସ୍ଥାନକୁ ଯିବା ପୂର୍ବରୁ ବଜ୍ରାଘାତର…

"Breaking : ବଜ୍ରାଘାତରେ ୬ ମୃତ"