ବାସନ୍ଦ ପରେ ଗ୍ରାମବାସୀ ମିଳିମିଶି ଘର ଭାଙ୍ଗି ଦେଲେ, ଭୟରେ ଗ୍ରାମ ଛାଡିଲେ ପରିବାର

ବୌଦ୍ଧ, ୦୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସରକାରୀ ଆଇନ ଯେତେ କଡା ହେଉଛି ଲୋକଙ୍କ ଆଇନ ଉପରୁ ଭୟ ସେତିକି କମିବାରେ ଲାଗିଛି। ସ୍ୱାଧୀନ ଭାବରେ ବଂଚିବା, ରହିବା, ଖାଇବା ପାଣି ପବନ ଗ୍ରହଣ କରିବା ଯେକୌଣସି ବ୍ୟକ୍ତିର ମୌଳିକ ଅଧିକାର ଅଟେ। କିନ୍ତୁ ପିତୃ ପୁରୁଷଙ୍କ ଜମିକୁ ସରକାରୀ ଜମି ଦର୍ଶାଇ ସେଠାରୁ ହଟିବାକୁ କହିବା ପରେ ତାହା ନମାନିବାରୁ ଗ୍ରାମବାସୀଙ୍କ ଭୟରେ ଏକ ପରିବାରକୁ ନିଜର ଭିଟାମାଟି ଛାଡିବାକୁ ପଡିଛି। ମିଳିଥିବା ସୂଚନା ମୁତାବକ ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ସରୋଜ ଜେନାଙ୍କ ପରିବାରର ତିନି ପିଢି ଧରି ନିଜ ଗ୍ରାମରେ ରହି ଆସୁଥିଲେ। ପୈତୃକ ଯାଗାରେ ଘର…

"ବାସନ୍ଦ ପରେ ଗ୍ରାମବାସୀ ମିଳିମିଶି ଘର ଭାଙ୍ଗି ଦେଲେ, ଭୟରେ ଗ୍ରାମ ଛାଡିଲେ ପରିବାର"

ବୌଦ୍ଧ ଜିଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ, ୦୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ବୌଦ୍ଧ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ମଂଚର ସଭାପତି ଅଖିଳ ଚାନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶେଷତଃ ବରିଷ୍ଠ ନାଗରିକମାନଙ୍କୁ ଜିଲାରେ ପରିଚୟପତ୍ର ପ୍ରଦାନ କରାଯାଉନଥିବା ନେଇ ଆଲୋଚନା କରାଯାଇଥିଲା। ପୋଡଶୀ କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲାର ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ବୌଦ୍ଧର ବରିଷ୍ଠ ନାଗରିକମାନେ ଏହି ସୁବିଧାର ବଂଚିତ ହୋଇଥିବାରୁ ବୈଠକରେ ଉଦବେଗ୍ ପ୍ରକାଶ କରାଯାଇଥିଲା। ଜିଲାର କଂଟାମାଳ ଥାନା ଅଂଚଳରେ ୩୨ଜଣ, ମନମୁଣ୍ଡାରେ ୩୨ ଜଣ ଓ ବୌଦ୍ଧଥାନା ଅଂଚଳରେ ୩୭ ଜଣଙ୍କୁ ଚିହ୍ନଟ କରାଯାଇ ପୋଲିସ…

"ବୌଦ୍ଧ ଜିଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ"

ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପକ୍କା ରାସ୍ତା ଓ ବିଶ୍ରାମାଗାର ନିର୍ମାଣ ଦାବୀ

ବୌଦ୍ଧ,୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ମଡେଲ ଡିଗ୍ରୀ କଲେଜ ବୌଦ୍ଧଜିଲାରେ ଏକମାତ୍ର ସଂପୁର୍ଣ୍ଣ ସରକାରୀ କଲେଜ ଭାବରେ ଉଚ୍ଚ ଶିକ୍ଷାର ଭିତିଭୂମି ସୃଷ୍ଟି କରିଛି । ସରକାରଙ୍କ ନିଷ୍ପତି କ୍ରମେ ବୌଦ୍ଧ ବିଧାୟକ ତଥା ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ ଉଦ୍ୟମକ୍ରମେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ କଡ଼ରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ନିକଟରେ ଏହି କଲେଜ ସ୍ଥାପିତ ହୋଇଛି । ତେବେ ନୂତନ କଲେଜ ଭାବରେ ଏଠାରେ ଛାତ୍ରାବାସ,ପାଚେରୀ କେଣ୍ଟିନ, ସାଇକେଲ ଷ୍ଟାଣ୍ଡ ଆଦି ଅନେକ ଭିତିଭୂମିର ଆବଶ୍ୟକତା ରହିଥିବାବେଳେ ଛାତ୍ରଛାତ୍ରୀମାନଙ୍କ କିଛି ଜରୂରୀ ଆବଶ୍ୟକତା ପୂରଣ କରାଯାଉନଥିବାରୁ ବହୁ ସମସ୍ୟା ସୃଷ୍ଟି ହେବା ସହିତ ଅସନ୍ତୋଷ ବୃଦ୍ଧି ପାଇବାରେ…

"ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପକ୍କା ରାସ୍ତା ଓ ବିଶ୍ରାମାଗାର ନିର୍ମାଣ ଦାବୀ"

ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜାତୀୟ ପୁରସ୍କାର ପାଇଁ ମନୋନୀତ

ବୌଦ୍ଧ,୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କିଛିମାସ ପୂର୍ବରୁ ବୌଦ୍ଧ ବ୍ଲକ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ଲକ ଭାବରେ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇସାରିଥିବାବେଳେ ଏବେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜିଲା ପାଇଁ ଆଉ ଏକ ଗୌରବ ଆଣିଦେଇଛି । ମିଳିଥିବା ସୂଚନା ମୁତାବକ ମନରେଗା ଯୋଜନାରେ ସ୍ୱଛତା ଓ ଅନଲାଇନ ଡକୁମେଣ୍ଟେସନ(ଜିଇଓ) ପ୍ରଦାନ କରିବାରେ ଦେଶର ତିନୋଟି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମଧ୍ୟରେ ବୌଦ୍ଧ ସ୍ଥାନ ପାଇଛି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ…

"ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜାତୀୟ ପୁରସ୍କାର ପାଇଁ ମନୋନୀତ"

ବୌଦ୍ଧ ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

ବୌଦ୍ଧ,୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ବ୍ଲକରେ ନୂତନ ବିଡିଓ ଭାବରେ ଯୋଗେଶ କୁମାର ନାୟକ ଯୋଗଦେଇଛନ୍ତି । ପୂର୍ବତନ ବିଡିଓ ନିହାର ରଂଜନ କହଁରଙ୍କ ସୁବର୍ଣ୍ଣପୁର ଜିଲା ତରଭା ବ୍ଲକକୁ ବଦଳି ହୋଇଥିବାବେଳେ ସେ ଅତିରିକ୍ତ ବିଡିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ନୂତନ ବିଡିଓ ଶ୍ରୀନାୟକ ଅତିରିକ୍ତ ବିଡିଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

"ବୌଦ୍ଧ ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ"

ଓକିଲକୁ ମାଡ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଓ ବୌଦ୍ଧରେ ଭିଜିଲାନସ କୋର୍ଟ ଦାବୀରେ ଜିଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନେ୍ଦାଳନ

ବୌଦ୍ଧ,୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କଟକରେ ଜଣେ କାର୍ଯ୍ୟରତ ଓକିଲକୁ ପୋଲିସର ଆମନୁଷିକ ଭାବେ ମାଡ ମାରିବା ଘଟଣାରେ ଦୀର୍ଘ ଦିନ ବିତିଯାଇଥିଲେ ସୁଧା ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ । ଦୀର୍ଘ ଦିନ ହେବ ତୁରନ୍ତ ଗିରଫ ଦାବୀରେ ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନରେ ବୌଦ୍ଧ ଓକିଲ ସଂଘ ପୁର୍ନବାର ସାମିଲ ହୋଇଛି । ଜିଲା ଓକିଲ ସଂଘ ସଭାପତି ନବ କୁମାର ମିଶ୍ରଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ସଂଘ ପରିସରରେ ହୋଇଥିଲା । ବୈଠକରେ ସମସ୍ତ ଓକିଲ ଆଇନ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ ଏହି ମାଡ ଘଟଣାରେ ପୋଲିସ କାହିଁକି ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ…

"ଓକିଲକୁ ମାଡ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଓ ବୌଦ୍ଧରେ ଭିଜିଲାନସ କୋର୍ଟ ଦାବୀରେ ଜିଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନେ୍ଦାଳନ"

ଖାଉଟି ଅଦାଲତ ଦ୍ୱାରା ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଦଣ୍ଡିତ

ବୌଦ୍ଧ, ୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଖାଉଟି ଅଦାଲତ ଦ୍ୱାରା ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଦଣ୍ଡିତ ପରେ ଅର୍ଥ ଫେରସ୍ତ କରିଥିବା ଜଣାପଡିଛି। ମାମଲାରୁ ପ୍ରକାଶ ଯେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଆସିଷ୍ଟାଣ୍ଡ ଆଡମିନିଷ୍ଟ୍ରେଟିଭ ଇନ୍ସପେକଟର ଭାବେ ବୌଦ୍ଧ ଜିଲା ଚାରବାଟିର ପା୍ରଣବନ୍ଧୁ କର ଚାକିରି କରିଆସୁଥିଲେ। ଦୀର୍ଘ ୩୨ ବର୍ଷ ଚାକିରି କରିବା ପରେ ଶ୍ରୀ କର ଗତ ୩୦.୧୧.୨୦୧୨ ରେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ବ୍ୟାଙ୍କ କତ୍ତୃପକ୍ଷ ତାଙ୍କର ସବୁ ଅର୍ଥ ଦେଇଥିବାବେଳେ ଗ୍ରାଚୁଇଟି ଅର୍ଥ ଓ ୟୁଟିଲାଇଜ ଲିଭ ସାଲେରୀ ଅର୍ଥ ଦେଇନଥିଲେ। ଏନେଇ ଶ୍ରୀ କର ବାରମ୍ବାର ବ୍ୟାଙ୍କ କତ୍ତୃପକ୍ଷଙ୍କୁ…

"ଖାଉଟି ଅଦାଲତ ଦ୍ୱାରା ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଦଣ୍ଡିତ"

ପଲଶାଗୋରା ଗ୍ରାମପଞ୍ଚାୟତ ସମିତିସଭ୍ୟ ନିର୍ବାଚନୀ ମାମଲା, ଜିଲା ଦୌରାଜଜଙ୍କ ଅଦାଲତରେ ଖାରଜ

ବୌଦ୍ଧ, ୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କଣ୍ଟାମାଳ ପଞ୍ଚାୟତ ସମିତିର ପଲଶାଗୋରା ଗ୍ରାମପଞ୍ଚାୟତ ସମିତସଭ୍ୟ ନିର୍ବାଚନ ମାମଲା ଜିଲା ଦୌରାଜଜଙ୍କ ଅଦାଲତରେ ଖାରଜ ହୋଇଯାଇଛି। ମାମଲାରୁ ପ୍ରକାଶ ଯେ କଣ୍ଟମାଳ ପଞ୍ଚାୟତ ସମିତିର ପଲଶାଗୋରା ଗ୍ରାମପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ଗତ ୧୩.୦୨.୨୦୧୭ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପଦବି ପାଇଁ କଣ୍ଟାମାଳ ଥାନା ଅନ୍ତର୍ଗତ ଦେଉଳୀଡୁଙ୍ଗୁରି ଗ୍ରାମର ମନ୍ଦାକିନୀ ମାଝୀ(୨୫) ଓ ମନମୁଣ୍ଡା ଥାନା ପାଇକବାହାଲ ଗ୍ରାମର ଶଙ୍କର ମାଝୀ(୩୫) ନାମାଙ୍କନ ଦାଖଲ କରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ। ଏହି ନିର୍ବାଚନର ଫଳାଫଳ ଗତ ୨୫.୦୨, ୨୦୧୭ ରେ କଣ୍ଟାମାଳ ପଞ୍ଚାୟତ ସମିତିର ନିର୍ବାଚନ ଅଧିକାରୀ ପଲଶାଗୋରା…

"ପଲଶାଗୋରା ଗ୍ରାମପଞ୍ଚାୟତ ସମିତିସଭ୍ୟ ନିର୍ବାଚନୀ ମାମଲା, ଜିଲା ଦୌରାଜଜଙ୍କ ଅଦାଲତରେ ଖାରଜ"

ବୌଦ୍ଧ ଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାରଣା

ବୌଦ୍ଧ, ୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ନେଇ ବିଜେପି ପକ୍ଷରୁ ଜିଲା ମୁଖ୍ୟଚିକିତ୍ସାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବିଜେପି କୃଷକ ମୋର୍ଚ୍ଚାର ଆହ୍ୱାନକ୍ରମେ ଏହି ଦିନିକିଆ ଧାରଣା ଅବସରରେ ଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ଶାସକ ବିଜେଡି ର ନେତା ତଥା ବିଧାୟକ ପ୍ରଦିପ କୁମାର ଅମାତଙ୍କୁ ଦାୟି କରାଯିବା ସହିତ ଦୃଢ ସମାଲୋଚନା କରାଯାଇଛି। ଦୀର୍ଘବର୍ଷ ହେଲା ଏଠାରୁ ବିଜେଡି ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା କେବେ ସୁଧୁରି ପାରିଲାନାହିଁ। ଶଯ୍ୟା ଅଭାବରୁ ଅନେକ ରୋଗୀ ତଳେ ଶୋଉଥିବାବେଳେ ପରିମଳ ବ୍ୟବସ୍ଥା ସଂପୁର୍ଣ୍ଣ ବପର୍ଯ୍ୟସ୍ଥ ହୋଇପଡିଛି। ବିଶେଷଜ୍ଞ ନଥିବାରୁ ମୁଖ୍ୟ…

"ବୌଦ୍ଧ ଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାରଣା"

ବୈାଦ୍ଧ ମହାନଦୀରେ ଅଟଳଜୀଙ୍କ ଚିତାଭସ୍ନ: ବାଜପେୟୀ ସ୍ମୃତି କମିଟିର ଟାଉନହଲରେ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା

ବୈାଦ୍ଧ ୨୮-୮ (ଓଡ଼ିଆ ପୁଅ/‌ଦେବାଶିଷ ପୁରୋହିତ) – ଭାରତରତ୍ନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ହେବାପରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକସଭା ଆୟୋଜନ କରାଯାଇଥିବା ବେଳେ ଆଜି ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଜପେୟୀଙ୍କ ଚିତାଭସ୍ମ କଳସକୁ ସର୍ବସାଧାରଣ ଦର୍ଶନ ପାଇଁ ସକାଳ ୧୦ଘ. ଠାରୁ ୪ଘ. ପର୍ଯ୍ୟନ୍ତ ଟାଉନହଲରେ ରଖା ଯାଇଥିଲା। ବୈାଦ୍ଧର ବୁଦ୍ଧିଜିବୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅପରାହ୍ନ ୪ଘ. ସମୟରେ ଏକ ସୁସଜ୍ଜିତ ରଥରେ ସଂକୀର୍ତନ ମାଧ୍ୟମରେ ନଗର ପରିକ୍ରମା କରି ଶ୍ରୀ ଚନ୍ଦ୍ରଚୂଡ ମନ୍ଦିର ଚିରଘାଟ ମହାନଦୀରେ ପହଂଚିଥିଲା। ବ୍ରାହ୍ମଣମାନଙ୍କ…

"ବୈାଦ୍ଧ ମହାନଦୀରେ ଅଟଳଜୀଙ୍କ ଚିତାଭସ୍ନ: ବାଜପେୟୀ ସ୍ମୃତି କମିଟିର ଟାଉନହଲରେ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା"