ଡାକ୍ତର ଖାନାରେ ରୋଗୀ ଶୋଷଣ ନେଇ କର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗୀର ୧୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜ ଡ଼ାକ୍ତର ଖାନାର ମାନ୍ୟତା ପ୍ରଦାନ କରାଯାଇଛି। ତେବେ ସବୁ ପ୍ରକାର ସ୍ବାସ୍ଥ୍ୟ ସେବା ଲୋକେ ପାଇବା ନେଇ ବ୍ୟାପକ ପଦକ୍ଷେପ ନିଆ ଯାଉଛି ଓ ଅନେକ କ୍ଷେତ୍ରରେ ଏ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଓ ଦୂରଦୂରାନ୍ତରୁ ଲୋକେ ଆସୁ ଥିବା ବେଳେ ଏଠାକାର କର୍ମଚାରୀ ନା ନା ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି। ଭର୍ତି ରୋଗୀଙ୍କ ଆତ୍ମୀୟ ଠାରୁ ଇଂଜେକସନ ସାଲାଇନ ମାନ ଦେବା ନିମନ୍ତେ ନର୍ସ…

"ଡାକ୍ତର ଖାନାରେ ରୋଗୀ ଶୋଷଣ ନେଇ କର୍ଯ୍ୟାନୁଷ୍ଠାନ ଦାବି"

ବେଆଇନ ନିଶା କଫସିରପର ଖୋଲା ବ୍ୟବସାୟ: ପ୍ରଶାସନ ସହ ସଲାସୁତୁରାରେ ଚାଲିଛି କାରବାର ଡ୍ରଗ୍ ଇନସପେକ୍କଟର ନିରବ କାହିଁକି

ଟିଟିଲାଗଡ଼ ୧୫-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଏବଂ ଜିଲ୍ଲାର ବିଭିନ୍ନ ଅଂଚଳରେ ବେଆଇନ ନିଶା କଫ ସିରଫ କାରବାର ଖୋଲା ଖୋଲି ଚାଲିଛି। ବ୍ୟାପକ ଅର୍ଥ ଏହି ଅସାଧୁ ଚୋରା ବ୍ୟବସାୟୀ ଆୟ କରୁଥିବା ବେଳେ ବିଭାଗୀୟ ପ୍ରଶାସନିକ ଅଧିକାରୀ ପ୍ରୋତ୍ସାହନ ଦେବା ଅଭିଯୋଗ ହେଉଛି। ଏସକଫ ନାମକ ଏକ ନିଶା ସିରଫ ବହୁଳ ପରିମାଣରେ ବେଆଇନ ଭାବେ ରାଜ୍ୟର କଟକରୁ ଓ ପଡୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ପଟୁ ଆସୁଛି। ଚୋରା ବ୍ୟବସାୟୀମାନେ ୧୬୦ ଗୋଟି ଶହେ ଏମ.ଏଲ ଥିବା ଉକ୍ତ ସିରଫ ପେଟିକୁ ଆଣି ରାଜ୍ୟ ର ବିଭିନ୍ନ ଅଂଚଳକୁ ଚାଲାଣ କରୁଛନ୍ତି। ଏକ ସକ୍ରିୟ ରେକେଟ ଚାଲିଛି ଓ…

"ବେଆଇନ ନିଶା କଫସିରପର ଖୋଲା ବ୍ୟବସାୟ: ପ୍ରଶାସନ ସହ ସଲାସୁତୁରାରେ ଚାଲିଛି କାରବାର ଡ୍ରଗ୍ ଇନସପେକ୍କଟର ନିରବ କାହିଁକି"

ବିଷାକ୍ତ ଛତୁ ଖାଇ ଗ୍ରାମର ତେର ଜଣ ଅସୁସ୍ଥ, ୬ ଜଣ ଗୁରୁତର

ଟିଟିଲାଗଡ଼ ୧୦ ଜୁଲାଇ (ଓଡ଼ିଆ ପୁଅ) ବିନେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରେକେଲା ଗ୍ରାମର ତେର ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ଅସୁସ୍ଥ ହୋଇ ଟିଟିଲାଗଡ ସବଡିଭିଜନାଲ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ ଆଜି ସନ୍ଧ୍ୟା ୬ ଟା ସମୟରେ ଗ୍ରାମ ଲୋକ ଗୁରୁତର ତେର ଜଣଙ୍କୁ ଆଣି ଥିବା ବେଳେ ୬ ଜଣ ଗୁରୁତର ହୋଇ ଭର୍ତି କରିଛନ୍ତି। ସେମାନେ ଆଜି ସିରେକେଲା ଗ୍ରାମ ନିକଟରୁ ଗ୍ରାମର କିଛି ବ୍ୟକ୍ତି ସଂଗ୍ରହ କରି ଅଣାଯାଇଥିବା ଛତୁକୁ ପ୍ରାୟ ଚାରି, ପାଞ୍ଚ ପରିବାର ଭାଗ ବଣ୍ଟା କରି ରାନ୍ଧି ଭୋଜନ କରିଥିଲେ। ଭୋଜନ କରିବା କିଛି ସମୟ ପରେ ଅସୁସ୍ଥତା ଅନୁଭବ କରିବା…

"ବିଷାକ୍ତ ଛତୁ ଖାଇ ଗ୍ରାମର ତେର ଜଣ ଅସୁସ୍ଥ, ୬ ଜଣ ଗୁରୁତର"

ପୁତୁରା ଗୁଳି ମାଡ଼ରେ କକା ଗୁରୁତର

ଟିଟିଲାଗଡ଼ ୯-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ନିକଟସ୍ଥ ମାଲିସିରା ଗ୍ରାମର ମଦନ ପୁଟେଲ ନାମକ ଜଣେ ବ୍ୟକ୍ତିଙ୍କୁ ଜମିବାଡ଼ିକୁ ନେଇ ରାଗ ରଖି ଉକ୍ତ ଗ୍ରାମର ତୁଲାରାମ ପୁଟେଲ ଜିଏକି ସମ୍ପର୍କୀୟ ପୁତୁରା ଅତର୍କିତ ଭାବେ ଗୁଳି କରି ଦେଇଛି। ଫଳରେ ମଦନଙ୍କ ଛlତିରେ ୨ଟି ଗୁଳି ବାଜିଥିଲା। ପ୍ରକାଶଯେ, ମଦନଙ୍କ ପୁତୁରା ତୁଲାରାମ ସହ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ମଦନ ତାଙ୍କ ଜମିକୁ ଯାଇଥିବା ବେଳେ ସେଠି ପୂର୍ବରୁ ଜଗି ରହିଥିବା ତୁଲାରାମଙ୍କ ସହ ପାଟି ତୁଣ୍ଡ ହୋଇଥିଲା ଓ ପରେ ସେ ତା ଅଣ୍ଟାରେ ରଖିଥିବା ଦେଶୀ ପିସ୍ତଲ କାଢି ଦୁଇଟି ଗୁଳି…

"ପୁତୁରା ଗୁଳି ମାଡ଼ରେ କକା ଗୁରୁତର"

ବଲାଙ୍ଗୀରରେ ଗୁଳିମାଡ଼: ଜଣେ ଗୁରୁତର

ଟିଟିଲାଗଡ଼ ୯-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମାଲିସିରା ଗ୍ରାମରେ ହୋଇଛି ଗୁଳିମାଡ଼। ଅଭିଯୋଗ ଅମୁଯାୟୀ ଆଜି ସଂନ୍ଧ୍ୟା ବେଳେ ମଦନ ପୁଟେଲ ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଚାଷ କରିବା ପାଇଁ ଯାଉଥିବା ବେଳେ ସେହି ଗ୍ରମର ତୁଲାରାମ ପୁଟେଲ ନାମକ ଜଣେ ବ୍ୟକ୍ତି ପୂର୍ବ ରାଗରଖି ଗୁଳିମାରି ଫେରାର ହୋଇଯାଇଛି ବୋଲି ଅଭିଯୋଗ ହୋଇଛି। ମଦନଙ୍କ ଛାତିରେ ଦୁଇଟି ଗୁଳି ବାଜିଛି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

"ବଲାଙ୍ଗୀରରେ ଗୁଳିମାଡ଼: ଜଣେ ଗୁରୁତର"

ସରକାର ଦୃଷ୍ଟି ଦେବେକି ? ସହରରେ ବସଷ୍ଟାଣ୍ଡ ନାହିଁ: ସରକାରୀ ବସ ଚଳାଚଳ ଦାବି

ଟିଟିଲାଗଡ଼ ୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଦୀର୍ଘ ବର୍ଷ ହେବ ଏକ ସ୍ଥାଇ ସରକାରୀ ଅବା ବେସରକାରୀ ବସଷ୍ଟାଣ୍ଡଟିଏ ନ ଥିବାରୁ ସାଧାରଣ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଏହି ଟିଟିଲାଗଡ ରେଳ ଜଙ୍କସନ ହେବl ସହ ଗମନା ଗମନ ପାଇଁ ଦୈନିକ ଲୋକେ ନିର୍ଭର କରିଥାନ୍ତି। ହେଲେ ପରୀତାପ ର ବିଷୟ ଏଠି ସ୍ଥାଇ ବସ୍ଷ୍ଟାଣ୍ଡ ନ ଥିବା ରୁ ରାସ୍ତା କଡରେ ଗାଡି କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସହ ଖରା ବର୍ଷା ରୁ ରକ୍ଷା ପାଇବା ପାଇଁ ଥିବା ଦୋକାନ ଗୁଡିକ ରେ ମୁଣ୍ଡ ଗୁଁନଜି ଥାନ୍ତି। ସେପରି ଏଠାକାର ସରକାରୀ ବୁସ୍ଷ୍ଟାଣ୍ଡ କୁ ଗୋପନ…

"ସରକାର ଦୃଷ୍ଟି ଦେବେକି ? ସହରରେ ବସଷ୍ଟାଣ୍ଡ ନାହିଁ: ସରକାରୀ ବସ ଚଳାଚଳ ଦାବି"

ରାଜନୈତିକ ଶତ୍ରୁତା ନେଇ ଅବହେଳିତ ହାଟପଦା ବଜାର ସମସ୍ୟା ସମାଧାନ ପାଇଁ ଦାବି

ଟିଟିଲାଗଡ ୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପୌର ପରିଷଦ ଦ୍ୱାରା ପରିଚାଳିତ ସାପ୍ତାହିକ ଓ ଦୈନିକ ହାଟପଦା ବଜାରର ଅବସ୍ଥା ଶୋଚନୀୟ ସହ ବ୍ୟାପକ ଅବ୍ୟବସ୍ଥା ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି। ଟିଟିଲାଗଡ ସବଡ଼ିଭିଜନର ଅlଖ, ପାଖ ତଥା ଦୂର ଦୂରାନ୍ତ ଓ ପଡୋଶୀ ରାଜ୍ୟ ଛତିଶଗଡ଼ର ବ୍ୟବସାୟୀ ନିର୍ଭର କରିଥାନ୍ତି। ଏହି ମୁଖ୍ୟ ବଜାର ଉପରେ ସହର ଓ ଆଖ ପାଖ ଗ୍ରାମାଞ୍ଚଳର ସମସ୍ତ ଜନସାଧାରଣ ନିର୍ଭର କରିଥାନ୍ତି। ଦୈନିକ ଲକ୍ଷ, ଲକ୍ଷ ଟଙ୍କାର ରାଜସ୍ୱ ବିଭାଗୀୟ ପୌର ପରିଷଦ ଆଦାୟ କରିବା ସତ୍ୱେ ପରିଚାଳନା ଗତ ତ୍ରୁଟି ଓ ଦାଇତ୍ୱ ହୀନତା ଯୋଗୁଁ ବଜାରର ଅବସ୍ଥା ଦୟନୀୟ ହୋଇ ପଡିଛି। ସାଧାରଣ…

"ରାଜନୈତିକ ଶତ୍ରୁତା ନେଇ ଅବହେଳିତ ହାଟପଦା ବଜାର ସମସ୍ୟା ସମାଧାନ ପାଇଁ ଦାବି"

ଏଡ୍ସ ଆକ୍ରାନ୍ତ ହଟହଟା, ମିଳୁନି ଔଷଧ 

ବଲାଙ୍ଗୀର ୧-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ)  ବଲାଙ୍ଗୀର ଜିଲ୍ଲା ଏ.ଆର.ଟି ଔଷଧ କେନ୍ଦ୍ର ରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ସହ ଏହି ଜିଲ୍ଲାରେ ସରକାରୀ ଅନୁଦାନ ପ୍ରାପ୍ତ ଅନୁଷ୍ଠାନର କାଗଜ କଲମ କାମ ଯୋଗୁଁ ଔଷଧ ଅଭାବରୁ ଆକ୍ରାନ୍ତ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏଚ.ଆଇ.ଭି ରୁ ଏଡ୍ସ ସ୍ଥିତି କୁ ଯାଇଥିବା ଆକ୍ରାନ୍ତ ପ୍ରତି ମାସ କୁ ଥରେ ତିରିଶ ଗୋଟି ଔଷଧ ଥିବା ଏକ ଡବା ନେଇ ନିୟମିତ ସାରା ଜୀବନ ଖାଇବାକୁ ପରାମର୍ଶ ଦେବା ସତ୍ୱେ ଏହି କେନ୍ଦ୍ର ରେ ଔଷଧ ସରିଯାଇଥିବା ଭଳି ସମସ୍ୟା ବାରମ୍ବାର ଦେଖା ଦେବା ନତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ସେହିପରି ଏଚ ଏଇ…

"ଏଡ୍ସ ଆକ୍ରାନ୍ତ ହଟହଟା, ମିଳୁନି ଔଷଧ "

ଟିଟିଲାଗଡ ଯୋଗାଣ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ପିଅନ ହାତରେ ବିଭାଗ

ଟିଟିଲାଗଡ ୧-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ସବଡିଭିଜନ ଯୋଗାଣ ବିଭାଗ ତରଫରୁ ମାସ ମାସ ଧରି ବିଭିନ୍ନ ଗ୍ରାମ ପଂଚାୟତ ଗୁଡିକରେ ସରକାରୀ ଚାଉଳ ବଣ୍ଟନ ନ କରାଯିବା ଓ ଅନେକ ଗ୍ରାମ ତଥା ପଂଚାୟତରେ ସମସ୍ତ ଚାଉଳ ହଡପ କାରାଯାଇଥିବା ଅଭିଯୋଗ ହୋଇଛି। ପ୍ରତି ମାସରେ ଚାଉଳ ବଣ୍ଟନ ନ କରି ନିଜ ମନ ଇଛା ମାସେ ଦୁଇ ମାସ ଦେଇ ମାସ ମାସ ର ଚାଉଳ ଖୋଲାଖୋଲି ହଡପ କରି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାଲାମାଲ ହେବା ଅଭିଯୋଗ ହେଉଛି। ସରକାରଙ୍କ ଠାରୁ ନ ଆସିବା ଓ ପର ମାସରେ ଦିଆଯିବ କହି ଉକ୍ତ ଚାଉଳ ହଡପ କରାଯିବ ଅଭିଯୋଗ…

"ଟିଟିଲାଗଡ ଯୋଗାଣ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ପିଅନ ହାତରେ ବିଭାଗ"

ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି

ଟିଟିଲାଗଡ଼ ୨୮-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ତହସିଲରେ ଦିନକୁ ଦିନ ନା ନା ଆଳରେ ସାଧାରଙ୍କୁ ହଇରାଣ ସହ ଅର୍ଥ ଶୋଷଣ କରାଯାଉଥିବା ବେଳେ କେତେକ ଅସାଧୁ ଦଲାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଚାଲିଛି। ପ୍ରକାଶ ଯେ ସାଧାରଣ ଲୋକ ଏହି ତହସିଲକୁ ନିୟମିତ ବିଭିନ୍ନ ଆବେଦନ ନିବେଦନ କରିବାକୁ ଆସିଥାନ୍ତି। ହେଲେ ଏହି ତହସିଲ ଭିତରେ ଜଗି ରହିଥିବା କେତେକ ଦଲାଲ ତାଙ୍କୁ କଣ ଦରର ମୁଁ କରିଦେବି କହି ବାଧ୍ୟ କରିବା ସହ କାଗଜ ପତ୍ର ଛଡେଇ ନେଇ ହଇରାଣ ହରକତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ସାଧାରଣତଃ ବିଭିନ୍ନ ସାର୍ଟିଫିକେଟ, ଜମି, ବାଡ଼ି, ସମ୍ବନ୍ଧୀୟ କାମ ନେଇ ଅlଖ ପାଖ ଅଂଚଳରୁ…

"ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି"