Home ଓଡ଼ିଶା ଯୁବତୀଙ୍କ ଅଶ୍ଲିଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

ଯୁବତୀଙ୍କ ଅଶ୍ଲିଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

82

ବଲାଙ୍ଗୀର/ଟିଟିଲାଗଡ଼ ୨୦-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୋବାଇଲ ଫୋନରୁ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରକ୍ଷା କରି ଦୁଇ ଜଣଙ୍କ ଘନିଷ୍ଠ ସମ୍ପର୍କ ସୃଷ୍ଟି ହୋଇଥିଲା। ଏପରି କି ବିବାହ ପାଇଁ ଉଭୟ ସ୍ଥିର କରି ଥିବା ବେଳେ ଯୁବକ ଜଣଙ୍କ ପରେ ଅନିଚ୍ଛା ପ୍ରକାଶ କରିଥିଲେ। ଯୁବତୀ ତାଙ୍କ ସହ ଦୈହିକ ସମ୍ପର୍କ ରକ୍ଷା କରିସାରିଥିବା ବେଳେ ବିବାହ ପାଇଁ ଚାପ ପ୍ରୟୋଗ ସହ ପୋଲିସରେ ଏତଲା ଦେବେ ବୋଲି ଯୁବକ କୁ କହିଥିଲେ। ହେଲେ ଯୁବକ ଉକ୍ତ ଯୁବତୀଙ୍କୁ ଯଦି ପୋଲିସରେ ଏତଲା ଦେବୁ ଅବା ପରିବାର ଲୋକଙ୍କୁ କିଛି କହିବୁ ତେବେ ଅନ୍ତରଙ୍ଗ ମୂହୂର୍ତ୍ତ ର ସବୁ ଭିଡ଼ିଓ ଭାଇରାଲ କରିଦେବା ଧମକ ଦେଇଥିଲେ। ହେଲେ ଯୁବତୀ ଜଣଙ୍କ ଉଭୟ ପରିବାର ନିକଟରେ ଦୁହିଁଙ୍କ ସମ୍ପର୍କ ବିଷୟରେ ପ୍ରକାଶ କରିଦେଇ ଥିଲେ। ପୁର୍ବରୁ ଧକମ ମୁତାବକ ଯୁବକ ଉକ୍ତ ଭିଡ଼ିଓ ମାନ ଭାଇରାଲ କରିଦେଇଥିଲେ। ଏ ନେଇ ଟିଟିଲାଗଡ ପୋଲିସ ଯୁବତୀ ଙ୍କ ଅଭିଯୋଗ କ୍ରମେ ମାମଲା ସଂଖ୍ୟା-୧୭୮/୨୨ ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବା ରୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.