Home ଜିଲ୍ଲା ପରିକ୍ରମା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

88

ଟିଟିଲାଗଡ଼ ୨୯-୦୬:(ଓଡ଼ିଆ ପୁଅ)ମୁରିବାହାଲ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଏନ, ଏଚ ୫୯ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଗତ ମଙ୍ଗଳବାର ବିଲମ୍ବିତ ରାତ୍ରିରେ ଏନ ଏଚ ୫୯ ପାର୍ଶ୍ୱରେ ଥିବା ଚିତ୍ରାମୁଣ୍ଡା ଗ୍ରାମର ଢାବାର କବାଟରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ନିକଟସ୍ଥ ଝିକିଡୁଙ୍ଗିରି ଗ୍ରାମର ମଗସିର ଭୋଇଙ୍କ ପୁଅ ଉମାକାନ୍ତ ଭୋଇ (୨୮) ବୋଲି ଆଜି ପୋଲିସ ସ୍ପଷ୍ଟ କରିଛି। ପ୍ରକାଶ ଯେ, ହିରୋହୋଣ୍ଡା ସିଡି ଡିଲକ୍ସ ଗାଡି ନଂ ( ଓଡି ୦୩ ଆର ୭୮୫୬ ) ଯୋଗେ ଚିତ୍ରାମୁଣ୍ଡା ପଟରୁ ବାଇକରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଢାବା କବାଟରେ ପିଟି ହୋଇ ଘଟଣା ସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ମୁରିବାହାଲ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ମୁରିବାହାଲ ପୁଲିସ ନିକଟରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.